Advertisment

ରଜରୁ ନନ୍ଦନକାନନ ରୋପୱେର ମଜା ଉଠାଇବେ ପର୍ଯ୍ୟଟକ

ପର୍ଯ୍ୟଟକ ମାନଙ୍କ ମନୋରଞ୍ଜନ ପାଇଁ ୧୩ କୋଟି ଟଙ୍କା ବ୍ୟୟରେ ଏହି ରୋପୱେ କରାଯାଉଛି । ନନ୍ଦନକାନନରୁ ବଟାନିକଲ୍ ଗାର୍ଡନର ଦୂରତା ୬ଶହ ମିଟର । ଏଥିରେ ୧୨ଟି କ୍ୟାବିନ୍ ରହିଛି । ଥରକୁ ୭୨ ଜଣ ବୁଲିବା ସହିତ ଘଣ୍ଟାକୁ ୫୦୦ପର୍ଯ୍ୟଟକ ବୁଲି ପାରିବେ

author-image
Sarbeswar
ଅଦ୍ୟତନ ହୋଇଛି
Ropeway At Nandankanan Zoo In Bhubaneswar

Raja

ଦୀର୍ଘଦିନର ଅପେକ୍ଷା ପରେ ପୁଣି ପର୍ଯ୍ୟଟକଙ୍କ ପାଇଁ ଚାଲିବ ରୋପୱେ । ପର୍ଯ୍ୟଟକ ମାନେ ନନ୍ଦନକାନନ, ବଟାନିକାଲ ଗାର୍ଡେନ ଚତୁପାର୍ଶ୍ଵର ମନୋଲୋଭା ପରିବେଶ ବୁଲି ମଜା ଉଠାଇବେ । ଏହା ସହିତ କାଞ୍ଜିଆ ହ୍ରଦ ଜଳ ରାଶି ସହିତ ବୋଟିଂର ଦୃଶ୍ୟ ରୋପୱେରେ ବସି ଦେଖିପାରିବେ । ପର୍ଯ୍ୟଟକ ମାନେ ଏହାର ମଜା ଉଠାଇବାକୁ ଉତ୍ସୁକତାର ସହ ଚାହିଁ ବସିଛନ୍ତି । ଆଗକୁ ଆସୁଛି ରଜ । ଭରପୁର ମଜା ଉଠାଇବେ ପର୍ଯ୍ୟଟକ ।

Advertisment

ପର୍ଯ୍ୟଟକ ମାନଙ୍କ ମନୋରଞ୍ଜନ ପାଇଁ ୧୩ କୋଟି ଟଙ୍କା ବ୍ୟୟରେ ଏହି ରୋପୱେ କରାଯାଉଛି । ନନ୍ଦନକାନନରୁ ବଟାନିକଲ୍ ଗାର୍ଡନର ଦୂରତା ୬ଶହ ମିଟର । ଏଥିରେ ୧୨ଟି କ୍ୟାବିନ୍ ରହିଛି । ଥରକୁ ୭୨ ଜଣ ବୁଲିବା ସହିତ ଘଣ୍ଟାକୁ ୫୦୦ପର୍ଯ୍ୟଟକ ବୁଲି ପାରିବେ ।

ପୂର୍ବରୁ ୧୯୯୪ ମସିହାରେ ଆରମ୍ଭ ହୋଇଥିବା ରୋପୱେ ବିଭିନ୍ନ ସମୟରେ ଯାନ୍ତିକ ତ୍ରୁଟି ସହ ୨୦୧୦ -୧୧ ରେ ୨ଥର ଦୁର୍ଘଟଣା ହେବାରୁ ବନ୍ଦ ହୋଇଯାଇଥିଲା । ଏବେ ଉନ୍ନତ କାରିଗରି କୌଶଳରେ ତିଆରି କରାଯାଇଛି ଏହି ରୋପୱେ । ପ୍ରାଣୀ ଉଦ୍ୟାନରେ ରଜରେ ଏଥର ଫୋକସରେ ରହିବ ରୋପୱେ, ପର୍ଯ୍ୟଟକ ମାନେ ଏହାର ଖୁବ୍ ମଜା ଉଠାଇବେ ।

Advertisment
Nandankanan Zoo Ropeway
Advertisment
Advertisment