Tribal Farmers suffer due to distress sale in Rekhakhol
ନିଘଂଚ ଜଙ୍ଗଲ, ସକାଳୁ ସକାଳୁ ବଣଙ୍କୁ ଧାଉଁଛନ୍ତି ଗାଁ ଲୋକେ । ହେଲେ ଏତେ ସକାଳୁ କାହିଁକି ସେମାନେ ଜଙ୍ଗଲକୁ ଯାଉଛନ୍ତି ଜାଣିବା ଲାଗି ନିଶ୍ଚୟ ଉତ୍କଣ୍ଠା ବଢୁଥିବ ଆପଣଙ୍କ ମନରେ । ଏମିତି ଦୃଶ୍ୟ ଦେଖିବା ପରେ ଘଟଣା ପଛର କାରଣ ଜାଣିବାକୁ ଆମ ଭିତରେ ବି ଉତ୍ସୁକତା ବଢିଥିଲା । ହେଲେ ପୂରା ଘଟଣା ଜାଣିବା ପରେ ସେମାନଙ୍କୁ ସରକାରୀ ସହାୟତା ମିଳିବା କେତେ ଜରୁରୀ ଆପଣ ବି ଜାଣିପାରିବେ ।
ବଣରୁ ଚାର ଆଣିଲେ, ବଜାରରେ ବିକ୍ରି କରିବେ । ଆଉ ଯୋଉ ଦୁଇ ପଇସା ଲାଭ ହେବ ସେତିକିରେ ପରିବାର ଚଳିବ । ସେଇଥି ଲାଗି ତ ସକାଳୁ ହେଲେ ବଣକୁ ଯିବା ସହିତ ଝୁଣା, ମହୁ,ଲାଖ,ଔଷଧୀୟ ଚେର ମୂଳି ସବୁ ଜଙ୍ଗଲଜାତ ମୂଲ୍ୟବାନ ଜିନିଷକୁ ସଂଗ୍ରହ କରନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକ । ଏମିତିକି ଗଛ ଉପରକୁ ଚଢି ଚାର ସଂଗ୍ରହ କରିବାକୁ ପଡେ ସେମାନଙ୍କୁ । କିଏ କିଏ ଗଛ ତଳେ ବି ସଂଗ୍ରହ କରନ୍ତି । ପରେ ସଂଗୃହିତ ଚାରକୁ ଏମାନେ ବଜାରରେ ବିକ୍ରି କରନ୍ତି ।
ଜଙ୍ଗଲରୁ ସିନା ଚାର ସଂଗ୍ରହ କରନ୍ତି ସେହି ଆଦାବାସୀମାନେ । ହେଲେ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବା କାରଣରୁ ଶାଗମାଛ ଦରରେ ତାହାକୁ ସେମାନେ ବିକ୍ରି କରିଦିଅନ୍ତି । ଯାହାକୁ ନେଇ ଆଦିବାସୀମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଉପଯୁକ୍ତ ଦରରେ ବିକ୍ରି କରିବାକୁ ପ୍ରଶାସନ ଯଦି କିଛି ବ୍ୟବସ୍ଥା କରନ୍ତା ତେବେ ଭଲ ହୁଅନ୍ତା ବୋଲି କହିଛନ୍ତି ।ତେବେ ଚାର ସଂଗ୍ରହ ପରେ ବି ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ କମ୍ ଦାମରେ ବିକ୍ରି କରୁଛନ୍ତି ସ୍ଥାନୀୟ ଅଧିବାସୀ । ଏହାକୁ ସ୍ୱୀକାର କରିଛନ୍ତି ଡିଏଫ୍ଓ । ଆଗାମୀ ଦିନରେ କେମିତି ଚାରର ଉପଯୁକ୍ତ ବଜାର ବ୍ୟବସ୍ଥା କରାଯିବ ସେନେଇ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)