• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାମ୍ୱାଦିକ ପଢ଼ିଲେ ଜଳବାୟୁ ପରିବର୍ତ୍ତନ ପାଠ । ଜଳବାୟୁ ପରିବର୍ତ୍ତନ ସମାଜର ବିଭିନ୍ନ କ୍ଷେତ୍ରକୁ କିଭଳି ପ୍ରଭାବିତ କରୁଛି, ସେ ସମ୍ପର୍କରେ ସାମ୍ବାଦିକଙ୍କୁ ଅବଗତ କରାଇଛନ୍ତି ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ । ୟୁଏସ୍ କନସୁଲେଟ ଜେନେରାଲ ହାଇଦ୍ରାବାଦ ଓ ସ୍ୱେଚ୍ଛାସେବୀ ସଂଗଠନ VIEWS ପକ୍ଷରୁ ଭୁବନେଶ୍ଵରରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ସ୍ଵତନ୍ତ୍ର କର୍ମଶାଳାରେ ସାମ୍ବାଦିକଙ୍କୁ ଏହି ପାଠ ପଢ଼ାଯାଇଛି

କର୍ମଶାଳାର ପ୍ରଥମ ଦିନରେ ଜଳବାୟୁ ପରିବର୍ତ୍ତନ କିଭଳି ଲୋକଙ୍କୁ ଦାଦନମୁହାଁ କରୁଛି, ଶିକ୍ଷା ଓ କୃଷି କ୍ଷେତ୍ର ଉପରେ ଏହାର ପ୍ରଭାବ କଣ, ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ସାମ୍ବାଦିକମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ଏହାର ପ୍ରତିକାର ନେଇ କେଉଁ ସବୁ ଦିଗରେ ନ୍ୟୁଜ କରିପାରିବେ, ତାହା ଉପରେ ଆଲୋକପାତ କରିଥିଲେ ବିଶେଷଜ୍ଞ । ଏହି ଜଳବାୟୁ ପରିବର୍ତ୍ତନ କର୍ମଶାଳାରେ ରାଜ୍ୟର ବିଭିନ୍ନ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ବହୁ ପ୍ରତିନିଧି ଯୋଗ ଦେଇଥିଲେ ।

Seminar On Climate ChangeSeminar On Climate Change
  • Reported by:
  • KAPILENDRA PRADHAN