Advertisment

OPSC: ଓଡ଼ିଶାରେ ଚାକିରି; ନିଯୁକ୍ତି ପାଇବେ ଆୟୁର୍ବେଦିକ ମେଡିକାଲ୍‌ ଅଫିସର

OPSC ଆୟୁର୍ବେଦିକ ମେଡିକାଲ୍‌ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଓଡିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଗ୍ରୁପ୍ ବି ବର୍ଗ ଅଧୀନରେ ଏହି ନିଯୁକ୍ତି ମିଳିବ। ଦରମା ୪୪ ହଜାରେ ଟଙ୍କା ପରେ।

author-image
Pramod Behera
ଅଦ୍ୟତନ ହୋଇଛି
OPSC Ayurvedic Medical Officer Recruitment 2023

Ayurvedic medical officers will be posting in Odisha

ଓଡିଶା ଜନସେବା ଆୟୋଗ (OPSC) ଆୟୁର୍ବେଦିକ ମେଡିକାଲ୍‌ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଓଡିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଗ୍ରୁପ୍ ବି ବର୍ଗ ଅଧୀନରେ ଏହି ନିଯୁକ୍ତି ମିଳିବ।

Advertisment

ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ OPSCର ଅଫିସିଆଲ୍ ୱେବସାଇଟ୍ https://www.opsc.gov.in/Public/OPSC/Default.aspx କୁ ଯାଇ ଏହି ଆବେଦନ କରିବାକୁ ପଡିବ। ଏହି ଆବେଦନ ପ୍ରକ୍ରିୟାରେ ମୋଟ ୧୧୬ଟି ପଦବୀ ପୂରଣ ହେବ। ଯେଉଁମାନେ ଏନେଇ ଆଗ୍ରହୀ ସେମାନେ ଏ ସମ୍ବନ୍ଧୀୟ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା, ଚୟନ ମାନଦଣ୍ଡ, ବୟସ ସୀମା, ଦରମା ଏବଂ ଅନ୍ୟାନ୍ୟ ବିବରଣୀ ବିଷୟରେ ଜାଣିବା ପାଇଁ ପଢନ୍ତୁ।

ଅଧିକ ପଢ଼ନ୍ତୁ: ଯେତେ ପରୀକ୍ଷା ଦେଲେ ବି ମିଳୁନି ସରକାରୀ ଚାକିରି? ଆପଣଙ୍କ ପାଇଁ ସୁଯୋଗ

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ ଆବେଦନ ଆରମ୍ଭ: ୦୯।୦୫।୨୦୨୩
  • ଅନ୍‌ଲାଇନ ଆବେଦନ ଶେଷ: ୦୮।୦୬।୨୦୨୩

ପୋଷ୍ଟ୍ ସଂଖ୍ୟା:

  • ଏସ୍‌ସି - ୧୧ ପୋଷ୍ଟ୍(୪ ମହିଳା)
  • ଏସ୍‌ଟି - ୨୨ ପୋଷ୍ଟ୍(୭ ମହିଳା)
  • ସାଧାରଣ ବର୍ଗ - ୭୦ ପୋଷ୍ଟ୍(୨୩ ମହିଳା)
  • ଏସ୍‌ସିବିସି - ୧୩ ପୋଷ୍ଟ୍(୪ ମହିଳା)
  • ମୋଟ୍ – ୧୧୬ ପୋଷ୍ଟ୍

ଯୋଗ୍ୟତା:

  • ପ୍ରାର୍ଥୀମାନେ ସେଣ୍ଟ୍ରାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆନ୍ ମେଡିସିନ୍ ଦ୍ୱାରା ସ୍ୱୀକୃତିପ୍ରାପ୍ତ କୌଣସି ବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଆୟୁର୍ବେଦିକ ମେଡିସିନ୍ ଏବଂ ସର୍ଜରୀରେ ସ୍ନାତକ (BAMS) କରିଥିବା ଉଚିତ।
  • ପ୍ରାର୍ଥୀମାନେ ଓଡିଶା ଷ୍ଟେଟ୍ କାଉନ୍‌ସିଲ୍ ଅଫ୍ ଆୟୁର୍ବେଦିକ ମେଡିସିନ୍ ଅଧୀନରେ ପଞ୍ଜୀକୃତ ହେବା ଉଚିତ।

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ - ୩୮ ବର୍ଷ
  • ବୟସ ଗଣନା ୦୧/୦୧/୨୦୨୩ ଅନୁସାରେ ହେବ

ଦରମା:

  • ଲେବଲ୍‌ ୧୦ ଅନୁସାରେ ମାସିକ ଦରମା ମିଳିବ
  • ମାସକୁ ଦରମା – ୪୪,୯୦୦ ଟଙ୍କା ହେବ

ଚୟନ ପ୍ରକିୟା:

  • କେବଳ ଲିଖିତ ପରୀକ୍ଷା
  • ୧୦୦ ମାର୍କ ବିଶିଷ୍ଟ ୨ଟି ପେପର
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

କିପରି କରିବେ ଆବେଦନ:

  • OPSC ଅଫିସିଆଲ୍ ସାଇଟ୍ www.opsc.gov.in କୁ ଯାଆନ୍ତୁ
  • Apply Online->Registered User/New User କ୍ଲିକ୍ କରନ୍ତୁ
  • ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ପଞ୍ଜିକରଣ କରନ୍ତୁ
  • ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବରକୁ ଲଗ୍‌ଇନ୍ ବିବରଣୀ ପଠାଯିବ
  • ପଞ୍ଜୀକରଣ ପରେ ପଞ୍ଜୀକରଣ ନମ୍ବର ଏବଂ ପାସ୍‌ୱାର୍ଡ ବ୍ୟବହାର କରି ଆବେଦନ କରନ୍ତୁ
  • ପଞ୍ଜୀକୃତ ଉପଭୋକ୍ତାମାନେ ସିଧାସଳଖ ଲଗ୍‌ଇନ୍ କରିପାରିବେ ଏବଂ ଆବେଦନ କରିପାରିବେ
  • ଆବେଦନ ଫର୍ମରେ ପଚରାଯାଇଥିବା ସମସ୍ତ ବିବରଣୀ ସଠିକ୍ ଭାବରେ ପୂରଣ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକର ସ୍କାନ୍ କପି ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • Submit. ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତର ପ୍ରମାଣ ଆବେଦନର ଏକ ପ୍ରିଣ୍ଟ୍ ବାହାର କରନ୍ତୁ

ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ କରିବା  ପାଇଁ ଏଠାରେ କ୍ଲିକ୍ କରନ୍ତୁ

OPSC Govt Jobs
Advertisment
Advertisment