Advertisment

ବାହାନଗା ଟ୍ରେନ ଟ୍ରାଜେଡିକୁ ପୁରିଲା ୨ ସପ୍ତାହ, ଏବେବି ପରିଚୟ ଖୋଜୁଛି ୮୧ ଶବ

ଡିଏନଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି ମୃତକଙ୍କ ପରିବାର ।

author-image
Satyendu Shekher Mishra
undefined

Train Tragedy

ସେଦିନ ଥିଲା ଶୁକ୍ରବାର, ଆଉ ଆଜି ବି ଶୁକ୍ରବାର। ବିତିଗଲାଣି ୧୫ ଦିନ। ଏବେ ବି କଣ୍ଟେନରରେ ମୃତଦେହ। ଆଉ ମୃତଦେହ ପାଇଁ ହସ୍ପିଟାଲ ବାହାରେ ଅପେକ୍ଷାରତ ପରିବାର।

Advertisment

ପଶ୍ଚିମବଙ୍ଗ ମୁର୍ସିଦାବାଦର ମଫିଜିଲ ସେକ୍। ଦୁର୍ଘଟଣା ଦିନ ଯଶବନ୍ତପୁର-ହାୱଡା ଏକ୍ସପ୍ରେସରେ ବେଙ୍ଗାଲୁରୁରୁ ନିଜ ଗାଁକୁ ଫେରୁଥିଲେ ପୁତୁରା ସଫିକୁଲ ସେକ୍। ବାହାନଗା ଦୁର୍ଘଟଣା ପରଠୁ ପୁତୁରା ନିଖୋଜ। ପୁତୁରାର ଫଟୋ ଆଉ ବେଙ୍ଗାଲୁରୁ ଷ୍ଟେସନରେ ପୁତୁରା ଟ୍ରେନ ଧରିବା ବେଳର ଭିଡିଓ ଧରି ବୁଲୁଛନ୍ତି ମଫିଜିଲ୍। ମେଡିକାଲରେ ଥିବା ମୃତଦେହଗୁଡିକରୁ ପୁତୁରାକୁ ଚିହ୍ନଟ କରିପାରିଲେନି। ଗତ ୬ ତାରିଖରେ ଡିଏନଏ ପରୀକ୍ଷା ପାଇଁ ନମୁନା ଦେଇଥିଲେ। ଆଜି ରିପୋର୍ଟ ଆସିଥିବ, ତେଣୁ ମୃତଦେହ ମିଳିଯିବ ଭାବି ଗାଁରୁ ଗାଡ଼ି ଭଡ଼ା କରି ୫ରୁ ୬ ଜଣ ଆସିଥିଲେ। ହେଲେ ମେଡିକାଲ ମନା କଲା ରିପୋର୍ଟ ଆସିନି। ତେଣୁ ବାଧ୍ୟ ହୋଇ ଫେରିବାକୁ ପଡିଲା ।

ସେମିତି ଆଉ ଜଣେ ହେଉଛନ୍ତି ପଶ୍ଚିମବଙ୍ଗ ଦକ୍ଷିଣ ଚବିଶ ପର୍ଗଣାର ସୁକେଶ ସର୍ଦାର। କରମଣ୍ଡଳରେ ଚେନ୍ନାଇ ଯାଉଥିଲେ ସୁକେଶଙ୍କ ବାପା ସୁକୁମାର ସର୍ଦ୍ଦାର। ଦୁର୍ଘଟଣା ଦିନଠୁ ସବୁଆଡେ ବୁଲିଲେଣି ହେଲେ ବାପାଙ୍କ ବିଷୟରେ କିଛି ଜାଣି ପାରୁନାହାନ୍ତି। ଗତ ୭ ତାରିଖରେ ଡିଏନଏ ଟେଷ୍ଟ ପାଇଁ ସାମ୍ପୁଲ ଦେଇଥିଲେ ହେଲେ ଏବେ ବି ରିପୋର୍ଟ ଆସିନି। ତଥାପି ମନ ମାନିଲାନି ମୃତ କି ଜୀବିତ ଦ୍ୱନ୍ଦ୍ୱ ଭିତରେ ଆଜି ବାଲେଶ୍ୱର ଜିଆରପି ଥାନାରେ ଏକ ମିସିଂ କେସ ଦାଏର କରିଛନ୍ତି । ଏଥିସହ ବାଲେଶ୍ୱର ଜିଆରପି ଥାନାରେ ଏପର୍ଯ୍ୟନ୍ତ ୬ଟି ନିଖୋଜ ମାମଲା ଦାୟର ହେଲାଣି ।

Advertisment

ବାହାନଗା ଦୁର୍ଘଟଣାର ୧୫ ଦିନପରେ ଆଜି ବି କଣ୍ଟେନରରେ ରହିଛି ମୃତଦେହ । ପ୍ରାୟ ୮୧ଟି ମୃତଦେହ ଅଚିହ୍ନା ରହିଥିବାରୁ ସମସ୍ତଙ୍କର ଡିଏନଏ ଟେଷ୍ଟ ପାଇଁ ସାମ୍ପୁଲ ପଠାଯାଇଛି। ଏହା ସହ ୭୮ ନିଖୋଜ ବ୍ୟକ୍ତିଙ୍କ ପରିବାରର ମଧ୍ୟ ସାଂପୁଲ ଯାଇଛି ଡିଏନଏ ଟେଷ୍ଟ ପାଇଁ। କିନ୍ତୁ ଆଜି ଯାଏଁ ଗୋଟିଏ ବି ଡିଏନଏ ରିପୋର୍ଟ ଆସି ନପାରିବା ଚିନ୍ତା ବଢାଇଛି। ଯେହେତୁ ଅଧିକ ମୃତ ଦେହ ରହିଛି ଏବଂ ଭିନ୍ନ ଭିନ୍ନ ଦାବିଦାର ରହିଛନ୍ତି, ତେଣୁ ୱାନ ଟୁ ୱାନ ମ୍ୟାଚିଂ ହେଉଛି। ଯେଉଁଥିପାଇଁ ସମୟ ଅଧିକ ଲାଗୁଛି ବୋଲି କହିଛନ୍ତି ଏମ୍ସ କର୍ତ୍ତୃପକ୍ଷ।

ସେପଟେ ଆଜି ବି ସିଲ୍ ଦୁର୍ଘଟଣା ସ୍ଥଳ। ବାହାନଗା ପଟୁ ଗୋପାଳପୁର ରାସ୍ତା ବନ୍ଦ ହେବା ଯୋଗୁ ହଇରାଣ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ଏମିତି କି ଚାଲି ଚାଲି ଯିବାକୁ ବି ଅନୁମତି ନାହିଁ। ଖାଲି ସେତିକି ନୁହେଁ ରେଳ ଡବାରୁ ବାହାରି ଥିବା କୁଢ କୁଢ ଅଳିଆ ଆଜି ବି ପଡିଛି। ତେଣୁ ରେଳ ଧାରଣା ନିକଟରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା ବି ଢେର।

Train Accident
Advertisment
Advertisment