/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742203574.jpg)
Job Aspirants Protest
ରାଜଧାନୀରେ ଡହ ଡହ ତାତି । ଖରା ନୁହେଁ ତ ଆକାଶରୁ ନିଆଁ ବର୍ଷୁଛି । ଆଉ ଏଇ ଭୀଷଣ ଖରାକୁ ଖାତିର୍ ନକରି ତତଲା ପିଚୁରେ ପେଟେଇଛନ୍ତି ଶତାଧିକ ବିକ୍ଷୋଭକାରୀ । IRB ବାଟାଲିୟନ, OSAP, ଫାୟାରମ୍ୟାନ ଓ PMT ଡ୍ରାଇଭର ପରୀକ୍ଷାର୍ଥୀଙ୍କ ବୟସସୀମା ବୃଦ୍ଧି ଦାବିରେ ବିଧାନସଭା ଆଗରେ ଶୋଇ ଶତାଧିକ ଆଶାୟୀ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । 'ଷ୍ଟୁଡେଣ୍ଟ ଏଗେନଷ୍ଟ କରପ୍ସନ ପକ୍ଷରୁ' ଏହି ପ୍ରତିବାଦ କରାଯାଇଛି ।
ଅଧିକ ପଢନ୍ତୁ: ୨୦ରୁ ଭିଜାଇବ କାଳବୈଶାଖୀ ! ଆଉ ଦୁଇ ଦିନ ସିଭିୟର ହିଟ୍ୱେଭ ୱାର୍ଣ୍ଣିଂ
ପୂର୍ବରୁ IRB ବାଟାଲିଅନ, OSAP, ଫାୟାର ମ୍ୟାନ ଓ PMT ଡ୍ରାଇଭର ନିଯୁକ୍ତ ଲାଗି ବୟସସୀମା ୧୮ରୁ ୨୩ ବର୍ଷ ରହିଥିଲା । ହେଲେ ଗତ ୧୦ ବର୍ଷ ଭିତରେ ଆଉ କୌଣସି ନିଯୁକ୍ତି ବାହାରିନଥିଲା । ଏବେ ୨୦ ବର୍ଷ ପରେ ନିଯୁକ୍ତି ବାହାରିଥିବାରୁ ଅନେକଙ୍କ ବୟସ ଆବେଦନ ପାଇଁ ଉପଯୁକ୍ତ ହେଉନି । ସେଥିପାଇଁ ବହୁ ଚାକିରି ଆଶାୟୀ ବଞ୍ଚିତ ହୋଇଛନ୍ତି । ଯାହାର ପ୍ରତିବାଦ କରି ନ୍ୟାୟ ଦାବିରେ 'Students against Corruption' ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି ।
ଏହି ବିକ୍ଷୋଭକାରୀମାନେ ବିଧାନସଭା ଆଡକୁ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଏହି ସମୟରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିବା ଦେଖାଯାଇଛି । ଏନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
#ଆମକୁ_ନାଲି_ଆଖି_ଦେଖାଅନି
ଆମକୁ ଧମକଉଛନ୍ତି...ନାଲି ଆଖି ଦେଖାଉଛନ୍ତି...ପୋଲିସରୁ ନକ୍ସଲ ହୋଇଯିବୁ।'#Protest#OSAP#IRB#SI#Exam#Bhubaneswar#Odisha#OTVpic.twitter.com/qUfYu1BvFz— ଓଟିଭି (@otvkhabar) March 17, 2025
ଏହାକୁ ନେଇ ଜଣେ ବିକ୍ଷୋଭକାରୀ କହିଛନ୍ତି, ''ରାଜ୍ୟରେ ଡବଲ ଇଞ୍ଜନ ସରକାର ଚାଲିଥିବା କଥା କହୁଛନ୍ତି । ହେଲେ ରାଜ୍ୟର ଶାସନ ଇଞ୍ଜିନ ଗୋଟିଏ ଦିଗରେ ଓ ଦେଶର ଶାସନ ଇଞ୍ଜିନ ଅନ୍ୟ ଗୋଟିଏ ଦିଗରେ ଚାଲିଛି । ଦେଶର ଅଧିକାଂଶ ରାଜ୍ୟରେ ନିଯୁକ୍ତି ବୟସସୀମା ବୃଦ୍ଧି ହୋଇଥିଲା ବେଳେ ଓଡ଼ିଶାରେ କାହିଁକି ବୃଦ୍ଧି ହୋଇନାହିଁ ? ୨୦୧୮ରେ ଶେଷ ଥର IRB ବାଟାଲିଅନ, OSAP ନିଯୁକ୍ତି ପରୀକ୍ଷା ବାହାରିଥିଲା । ଏବେ ୨୦୨୪ରେ ପୁଣିଥରେ ନିଯୁକ୍ତି ବାହାରିଥିବା ବେଳେ ଯେଉଁ ପିଲାଙ୍କୁ ୧୮ ବର୍ଷ ହୋଇନଥିଲା ଆଜି ସେମାନଙ୍କୁ ୨୩ ବର୍ଷ ଅତିକ୍ରମ ହୋଇସାରିଛି । ସେମାନଙ୍କୁ ଜୀବନରେ ଥରୁଟିଏ ପରୀକ୍ଷା ପାଇଁ ସୁଯୋଗ ମିଳିନି । ଏଣୁ ଏହିସବୁ ପଦବୀରେ ନିଯୁକ୍ତ ପାଇଁ ବୟସ ସୀମା ବୃଦ୍ଧି କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)