Advertisment

ଭକ୍ତଙ୍କ ବିଶ୍ୱାସ ସହ ଖେଳ ! ମହାପ୍ରଭୁଙ୍କ ଅବଢ଼ା ନାଁରେ ପୁରୀରେ ମିଳୁଛି ଭେଜାଲ ଅବଢ଼ା

ଭକ୍ତଙ୍କ ବିଶ୍ୱାସ ସହିତ ଖେଳ। ମହାପ୍ରଭୁଙ୍କ ଅବଢ଼ା ନାଁରେ ନକଲି ଅବଢ଼ା ବିକ୍ରି ଅଭିଯୋଗ। ପୁରୀ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
undefined

Duplicate Abhada racket busted in Puri’s Paika Sahi

ଭକ୍ତଙ୍କ ବିଶ୍ୱାସ ସହିତ ଖେଳ। ମହାପ୍ରଭୁଙ୍କ ଅବଢ଼ା ନାଁରେ ନକଲି ଅବଢ଼ା ବିକ୍ରି ଅଭିଯୋଗ। ପୁରୀ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଥିଲା। ଏହାକୁ ଭକ୍ତଙ୍କୁ ଦେବାକୁ ପ୍ରସ୍ତୁତ ହୋଇଥିବା ଅଭିଯୋଗ ହୋଇଛି।

Advertisment

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ଚାଲିଥିବା ବେଳେ ମନ୍ଦିରରେ ମହାପ୍ରସାଦ ମିଳୁ ନ ଥିବା ଭକ୍ତଙ୍କୁ କୁହାଯାଉଛି। ଅନେକ ଭକ୍ତ ଏ ନେଇ କିଛି ଜାଣି ନ ଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟକ୍ତି। କିଛି ଅସାଧୁ ସେବାୟତଙ୍କ ସହ ମିଶି ବାହାରେ ଅନ୍ନ, ଡାଲି, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରି ବିକ୍ରି ପାଇଁ ବ୍ୟବସ୍ଥା କରିଛନ୍ତି। ଯାହାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି।

Jagannath Temple Puri Srimandir
Advertisment
Advertisment