/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742204177.jpg)
Ration Card to be Canceled Without E-KYC
e-kyc କରିନଥିଲେ କଟିଯିବ ରାସନ କାର୍ଡ ! ସରକାର କରିବେ ସର୍ଭେ । ୩୧ ମାର୍ଚ୍ଚ ପରେ ସାମ୍ନାକୁ ଆସିବ ପୂରା ତଥ୍ୟ । କେଉଁମାନଙ୍କର ରାସନ କାର୍ଡ କଟିବ ଓ କେଉଁ ମାନଙ୍କର ରହିବ, ସେନେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସାଧାରଣ ବଣ୍ଟନ ବ୍ୟବସ୍ଥା ପ୍ରସଙ୍ଗରେ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି ।
ମନ୍ତ୍ରୀ କହିଛନ୍ତି, ଏଯାଏଁ ୩୦ ଲକ୍ଷ ୭୩୪ ଲୋକ e-kyc କରିନାହାଁନ୍ତି । ୩୧ ମାର୍ଚ୍ଚ ପରେ ଜଣାପଡ଼ିବ ମୋଟ୍ କେତେ ଲୋକ e-kyc କରିନାହାଁନ୍ତି । ୩୧ ମାର୍ଚ୍ଚ ପରେ ଫିଲ୍ଡ ଭିଜିଟ୍ କରି ଦେଖିବୁ ଯେଉଁ ହିତାଧିକାରୀ କରିନାହାଁନ୍ତି କାହିଁକି ସେମାନେ କଲେନି। ହଠାତ୍ କାହାର ରାସନ କାର୍ଡ କଟା ଯିବନି ବୋଲି ମନ୍ତ୍ରୀ କହିଛନ୍ତି ।
ଅଧିକ ପଢ଼ନ୍ତୁ: ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି, ସିଝୁଛି ପଶ୍ଚିମ ଓଡ଼ିଶା
୬ ଲକ୍ଷ ୩୫ ହଜାର ଲୋକ ଆଗରୁ ପୋର୍ଟାଲ ଜରିଆରେ ଆବେଦନ କରିଛନ୍ତି । ଏବେ ସେମାନଙ୍କ ସର୍ଭେ ଚାଲିଛି । ଏପ୍ରିଲ ୧୫ ସୁଦ୍ଧା ସର୍ଭେ କାମ ଶେଷ ହେବ । ତା’ ପରେ ନୂଆ ରାସନ କାର୍ଡ ହିତାଧିକାରୀ ରାସନ ପାଇବେ । ନୂଆ ପୋର୍ଟାଲ ଖୋଲିଛି । ଏବେ ସୁଦ୍ଧା ୫୦ ହଜାର ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି । ପୋଷଣ କେନ୍ଦ୍ରର ଉଦ୍ଦେଶ୍ୟ ହେଉଛି ଗରିବଙ୍କ ସହିତ ମଧ୍ୟବିତ୍ତ ବର୍ଗ ବି ସବସିଡାଇଜଡ ରେଟରେ ଦିଆଯିବା । ୩୫ ଟି ଜାଗାରେ ପାଇଲଟ୍ ପ୍ରୋଜେକ୍ଟ କରାଯାଇଛି । ପ୍ରତି ପଞ୍ଚାୟତରେ ଖୋଲାଯିବ ପୋଷଣ କେନ୍ଦ୍ର । ଯୋଜନା ଚାଲିଛି, ସରକାର ଖୁବ୍ ଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନେବେ । ଯେଉଁମାନେ ହିତାଧିକାରୀ ହେବେ ସେମାନଙ୍କୁ କାର୍ଡ ଦିଆଯିବ । ରାଜ୍ୟ ଓ କେନ୍ଦ୍ରର ମିଳିତ ସହଯୋଗରେରେ ରାସନ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ତେବେ ରାସନ କାର୍ଡ କଟିବାକୁ ନେଇ ଚିନ୍ତାରେ ରହିଛନ୍ତି ସାଧାରଣ ଲୋକେ । ଗ୍ରାମାଞ୍ଚଳରେ ୧୦ ହଜାର ଓ ସହରାଞ୍ଚଳରେ ୧୫ ହଜାର ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ରାସନ କାର୍ଡ କଟିବା ନେଇ ପୂର୍ବରୁ କହିଛନ୍ତି ରାଜ୍ୟ ସରକାର । ଆଉ ଏନେଇ ବିଭାଗ ମଧ୍ୟ ଖୁବ୍ ତତ୍ପର ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)