/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686904923.jpg)
Vigilance raids
ନୟାଗଡ଼ର ନିଲମ୍ବିତ ଯୋଗାଣ ଅଧିକାରୀଙ୍କ ସଂପତ୍ତି ଦେଖି ଜଳକା ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଚଢାଉ ବେଳେ ଅନେକ ସଂପତ୍ତି ଠାବ କରିଛି ଭିଜିଲାନ୍ସ ଟିମ । ଭୁବନେଶ୍ୱରରେ ୫ଟି ବହୁତଳ କୋଠା, ଗୋଟିଏ ଫାର୍ମ ହାଉସ, ୧୦ଟି ଦୋକାନ ଘର ଥିବା ବେଳେ ଗୋଟିଏ ମାର୍କେଟ କଂପ୍ଲେକ୍ସ ଠାବ ହୋଇଛି ।
Advertisment
ସେହିପରି ନିମାପଡ଼ାରେ ୨ ହଜାର ବର୍ଗଫୁଟର ଗୋଟିଏ ହଲ, ୬୦ ଲକ୍ଷର ବ୍ୟାଙ୍କ ଡିପୋଜିଟ, ଗୋଟିଏ କାର, ଦୁଇଟି ବାଇକ ଠାବ କରିଛି ଭିଜିଲାନ୍ସ ଟିମ୍ । ଆଜି ସକାଳୁ ବ୍ରଜେନ୍ଦ୍ରଙ୍କ ଭୁବନେଶ୍ୱର ଓ ପୁରୀ ଜିଲ୍ଲାର ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ସ୍ପେଶାଲ ଭିଜିଲାନ୍ସ କୋର୍ଟଙ୍କ ଅନୁମତି ପରେ ଏହି ରେଡ କରାଯାଉଥିବା ସୂଚନା ମିଳିଛି ।
ଚଢାଉରେ ୨ ଜଣ DSP, ୬ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)