Advertisment

ଆହୁରି ତାତିବ ! ଦିନ ସାଢ଼େ ୨ଟା ସୁଦ୍ଧା ୪୪ ଡିଗ୍ରୀ, ଆଉ କେତେ ତାତିବ..

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଆହୁରି ୨ ଦିନ ଯାଏଁ ଏବଂ ପଶ୍ଚିମ ଓଡ଼ିଶାରେ ୪ ଦିନ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Heat Wave

Heat Wave

ଅସହ୍ୟ ତାତିରେ ଜଳୁଛି ରାଜଧାନୀ, ଜଳୁଛି ସାରା ରାଜ୍ୟ । ଗତକାଲି ପରି ଆଜି ମଧ୍ୟ ଅସହ୍ୟ ତାତି ଅନୁଭୂତ ହେଉଛି। ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀରେ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି । ସେପଟେ ଟକମକ୍ ହୋଇ ଫୁଟୁଛି ପଶ୍ଚିମ ଓଡ଼ିଶା । ସମ୍ବଲପୁରରେ ସର୍ବାଧିକ ୪୨.୬, ହୀରାକୁଦରେ ୪୨.୪, ଝାରସୁଗୁଡ଼ାରେ ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୩୯.୨, ଚାନ୍ଦବାଲିରେ ୩୮.୬, ପୁରୀରେ ୩୬, ଗୋପାଳପୁରରେ ୩୫.୪ ଡିଗ୍ରୀ ରେକର୍ଡ କରାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଆହୁରି ୨ ଦିନ ଯାଏଁ ଏବଂ ପଶ୍ଚିମ ଓଡ଼ିଶାରେ ୪ ଦିନ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବ।

Advertisment

ସେପଟେ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ଗୁଜରାଟର ଅନେକ ଅଂଚଳ ଜଳମଗ୍ନ ହୋଇଯାଇଛି । ମାଣ୍ଡଭି ଅଂଚଳରେ ଶହଶହ ହେକ୍ଟର ଅଂଚଳ ପାଣି ଘେରରେ ରହିଛି । ଏଥିଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାତ୍ୟା ପ୍ରଭାବରେ ଭାଙ୍ଗିଯାଇଥିବା ଗଛଗୁଡିକୁ ସଫା କରୁଛନ୍ତି ଉଦ୍ଧାରକାରୀ ଟିମ୍ । ବିଜୁଳି ଖୁଣ୍ଟ ଉପୁଡ଼ି ପଡିଥିବାରୁ ୧ ହଜାରରୁ ଅଧିକ ଗାଁକୁ ବିଜୁଳି ସେବା ବିଚ୍ଛିନ୍ନ ହୋଇଯାଇଛି ।

ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ଯୁଦ୍ଧାକାଳୀନ ଭିତ୍ତିରେ ମରାମତି ଚାଲିଛି । ୧୮ଟି NDRF ଟିମ୍ ସହିତ ୧୨ଟି SDRF ଏବଂ ରାଜ୍ୟ ସଡ଼କ ଓ ନିର୍ମାଣ ବିଭାଗର ୧୧୫ଟି ଟିମ୍ ଏହି ସବୁ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଗୁଜରାଟ ପରେ ବାତ୍ୟା ବିପର୍ଯ୍ୟୟର ପ୍ରଭାବ ରାଜସ୍ଥାନରେ ପଡିଛି। ଦକ୍ଷିଣ ରାଜସ୍ଥାନରେ ଗତକାଲି ପବନ ସହ ପ୍ରବଳ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

Advertisment

ବାତ୍ୟା ବିପର୍ଯ୍ୟୟର ଦିନକ ପରେ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତିର ଚିତ୍ର ସାମ୍ନାକୁ ଆସୁଛି । ଏହେଉଛି ଜାମନଗର ଅଂଚଳରେ ବାତ୍ୟା ସମୟରେ ସିସିଟିଭିରେ କଏଦ ଦୃଶ୍ୟ । ବାତ୍ୟା ପ୍ରଭାବରେ ଏକ ଗଛର ବଡ ଡାଳ ରାସ୍ତା ଉପରେ ପଡିଥିଲା । ଏହି ସମୟରେ ତଳେ ଶହଶହ ଗାଡି ଚଳାଚଳ କରୁଥିଲା । ଦୁଇଜଣ ବାଇକ ଆରୋହୀ ଯାଉଥିବା ବେଳେ ତାଙ୍କ ଉପରେ ଡାଳଟି ଖସି ପଡିଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

Weather News Odisha Weather Weather Update Heat Wave
Advertisment
Advertisment