୨୦୨୨ ବାଘ ଗଣନା ରିପୋର୍ଟ ଅନୁସାରେ ଦେଶରେ ଅଛନ୍ତି ୩ ହଜାର ୧୬୭ଟି ବାଘ । ୨୦୧୮ରେ ଏ ସଂଖ୍ୟା ଥିଲା ୨ ହଜାର ୯୬୭ । ବାଘ ସଂଖ୍ୟା ବଢ଼ିଥିବାରୁ ୨୦୨୨ ବାଘ ଗଣନା ରିପୋର୍ଟ ଉନ୍ମୋଚନ କରିବା ଅବସରରେ ଖୁସି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅସହ୍ୟ ହେଲା ଅପମାନ । କପି କରି ଧରାପଡ଼ିବା ପରେ ଜୀବନ ହାରିଲେ ଛାତ୍ରୀ ।
ଗଠନ କରାଯାଇଥିବା ଏହି ପ୍ୟାନେଲ୍ର ସଦସ୍ୟମାନେ କର୍ମଚାରୀମାନଙ୍କ ନୂତନ ପେନ୍ସନ୍ ଯୋଜନା ଉପରେ ଅନୁଧ୍ୟାନ କରିବେ ବୋଲି କୁହାଯାଇଛି । ନୂତନ ପେନ୍ସନ୍ ଯୋଜନାରେ କ’ଣ ପରିବର୍ତ୍ତନ କରାଯିବ ସେନେଇ ପ୍ୟାନେଲ୍ର ସଦସ୍ୟମାନେ ବିଚାର କରିବେ ।
୨୦୨୨ ଗଣନା ଅନୁଯାୟୀ ଘୋଷଣା ହେଲା ବାଘ ସଂଖ୍ୟା । ବାଘ ସଂଖ୍ୟା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି ।
ଯୋଗୀ କହିଲେ, ଯେଉଁଠି ଗ୍ୟାଙ୍ଗଷ୍ଟର୍ଙ୍କ ରାଜ୍ ଚାଲିଥିଲା, ଏବେ ସେହି ଠାରେ ମାଫିଆମାନେ ଭୟଭୀତ ହୋଇ ନିଜ ଜୀବନ ବଞ୍ଚାଇବାରେ ଲାଗି ପଡ଼ିଛନ୍ତି ।
ବର୍ଷେ ହେବ କରୋନା ସଂକ୍ରମଣ କମିଥିବା ବେଳେ ପ୍ରାୟ ରାଜ୍ୟ କଟକଣାକୁ କୋହଳ କରିଥିଲେ । ଏବେ କିନ୍ତୁ ଦେଶର କିଛିଟା ରାଜ୍ୟ ପୁଣି ଥରେ କଟକଣା ଲାଗୁ କରିଛନ୍ତି, ଯେପରିକି ମାସ୍କ ପିନ୍ଧିବା ବାଧ୍ୟଚାମୂଳକ ହୋଇଯାଇଛି ।
ଏଣିକି ସ୍କୁଲର କ୍ଲାସ୍ ରୁମ୍ରେ ଲାଗିନପାରେ ବ୍ଲାକ୍ବୋର୍ଡ଼ । ବିନା କଳାପଟାରେ ଏଣିକି ପିଲାଏ ପଢିବେ ପାଠ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏନସିଏଫର ପରାମର୍ଶକୁ ନେଇ ଏବେ ସାରା ଦେଶରେ ବଢିଛି ଚର୍ଚ୍ଚା । ଏନସିଏଫ ବା ନ୍ୟାସନାଲ କରିକୁଲମ ଫ୍ରେମୱାର୍କର ପରାମର୍ଶ ଅନୁସାରେ ଏବେ ସ୍କୁଲ ଶିକ୍ଷାରେ ଅନେକ ପରିବର୍ତ୍ତନ କରାଯିବା ନେଇ ଚିନ୍ତା କରାଯାଉଛି । କେମିତି ପିଲାଏ ଭଲରେ ପାଠ ପଢିବେ ସେନେଇ ଅନେକ ପ୍ରସ୍ତାବ ଦିଆଯାଇଛି ।
ଷ୍ଟେସନ ନଯାଇ କେମିତି ଟ୍ରେନ ଟିକେଟ ମିଳିପାରିବ ତାହା ଆମେ ସମସ୍ତେ ଚାହାଁନ୍ତି । ହେଲେ ଅନେକ ସମୟରେ ଟିକେଟ୍ କରିବା ସମୟରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼େ । ଟିକିଏ ଡେରି ହୋଇଗଲେ ଏହି ଟିକେଟ୍ ମିଳିବା ବଡ଼ କଷ୍ଟକର । କିନ୍ତୁ ଜାଣିରଖନ୍ତୁ ଆଇଆରସିଟିସି ଆପ୍ରେ କିଛି ଏମିତି ଟୁଲ ରହିଛି ଯାହା ଦ୍ୱାରା ଆପଣ ସହଜରେ ଟିକେଟ ବୁକ କରିପାରିବେ ଓ ସମୟ ସାରିବା ଆଗରୁ ଆପଣଙ୍କ ପାଖରେ କନଫର୍ମ ଟିକେଟ ମଧ୍ୟ ଥିବ ।
ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟବସାୟୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି EMIରେ ଆମ୍ବ ବିକ୍ରି କରୁଛନ୍ତି । ବଜାରରେ ଆମ୍ୱର ଦାମ୍ ଅଧିକ ଥିବାରୁ ଗ୍ରାହକଙ୍କୁ EMIରେ ଆମ୍ବ ଯୋଗାଇଦେଉଛନ୍ତି ବ୍ୟବସାୟୀ ଜଣକ ।
ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ବାୟୁ ସେନାର ମେରୁଦଣ୍ଡ ବୋଲାଉଥିବା ସୁଖୋଇ-୩୦ ଫାଇଟର୍ ଜେଟ୍ରେ ଆଜି ଉଡ଼ାଣ ଭରିଛନ୍ତି ତିନି ସେନାର ସର୍ବୋଚ୍ଚ କମାଣ୍ଡର ତଥା ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ।
ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ବାୟୁ ସେନାର ମେରୁଦଣ୍ଡ ବୋଲାଉଥିବା ସୁଖୋଇ-୩୦ ଫାଇଟର୍ ଜେଟ୍ରେ ଆଜି ଉଡ଼ାଣ ଭରିଛନ୍ତି ତିନି ସେନାର ସର୍ବୋଚ୍ଚ କମାଣ୍ଡର ତଥା ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ।
ନୀତା ଓ ମୁକେଶଙ୍କ ବିବାହ କଥା ଜାଣିଲେ ଆପଣଙ୍କୁ ନିଶ୍ଚୟ କିଛି ଅଲଗା ଲାଗିବ । ଆଉ ଭାବିବେ ସେତେବେଳ ସମୟରେ ସତରେ କ’ଣ ଏମିତି ଥିଲା ପ୍ରେମ । ୧୯୮୫ ମସିହାରେ ଉଭୟ ବିବାହ କରିଥିଲେ ।
ଗହଳି ସମୟରେ ମଧ୍ୟ ଏହି ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି NHAI ପକ୍ଷରୁ ନିର୍ଦ୍ଦେଶ ରହିଛି ।
ପୁଣି ବିମାନରେ ମଦ୍ୟପ ଯାତ୍ରୀଙ୍କ ବିଶୃଙ୍ଖଳା ସାମ୍ନାକୁ ଆସିଛି। ଜଣେ ୪୦ ବର୍ଷୀୟ ବ୍ୟକ୍ତି ମଦ ନିଶାରେ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲିବାକୁ ଉଦ୍ୟମ କରି ଗିରଫ ହୋଇଛନ୍ତି।
ସିଏନ୍ଜି ଓ ପିଏନ୍ଜି ଦର ହ୍ରାସ ପାଇଥିବା ବେଳେ ଆଜି ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହେବ। ଜାଣନ୍ତୁ, କେଉଁ ସହରରେ କେତେ କମିବ ସିଏନ୍ଜି ଓ ପିଏନ୍ଜି ଦର...
ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ସୁଖୋଇ ୩୦ର କୋ ପାଇଲଟ୍ ସିଟରେ ମହାମହିମ ଉଡ଼ାଣ ଭରିଛନ୍ତି ।
ରାଷ୍ଟ୍ରପତି ହେଉଛନ୍ତି ଦେଶର ତିନି ସେନାର ସୁପ୍ରିମ କମାଣ୍ଡର । ତାଙ୍କୁ ଦେଶର ସାମରିକ ଶକ୍ତି, ଅସ୍ତ୍ରଶସ୍ତ୍ର ଓ ରଣନୀତି ସଂପର୍କରେ ଅବଗତ କରାଯାଇଥାଏ ।
ରୋହିଣୀ ସେଣ୍ଟ୍ରାଲ୍ ଜେଲ୍ର ତିନି ଅଧିକାରୀଙ୍କୁ ଏବେ ଗିରଫ କରାଯାଇଛି । ସେମାନେ ମହାଠକ ସୁକେଶକୁ ସହଯୋଗ କରୁଥିଲେ । ଯାହାଫଳରେ ସେ ଜେଲ୍ ଭିତରେ ଥାଇ ମଧ୍ୟ ତାର ଠକେଇ ସାମ୍ରାଜ୍ୟକୁ ଚଳାଇ ପାରୁଥିଲା ।
ଖଲିସ୍ତାନ ସମର୍ଥକ, ପଳାତକ, ବହୁରୂପୀ । ଭିଣ୍ଡରନୱାଲେ ଭଳି ଦିଶିବାକୁ କରିଥିଲା ଅସ୍ତ୍ରୋପଚାର!
କନ୍ୟାକୁ ଛାଡ଼ି ସୁନାଗହଣା ଥିବା ବ୍ୟାଗ୍ ନେଇ ଫେରାର୍ ମାରିଲେ ବରପକ୍ଷ । ଏବେ ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତା ।
ସବୁଦିନ ପାଇଁ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ମହିଳା ଜଣକ ପ୍ରେମିକ ସହ ମିଶି ପ୍ଲାନ୍ କରିଥିଲେ। ପ୍ଲାନ୍ ଅନୁସାରେ, ଧାରୁଆ ଅସ୍ତ୍ରରେ ସ୍ୱାମୀଙ୍କୁ ହତ୍ୟା କରି ପ୍ରମାଣ ଲୁଚାଇବା ପାଇଁ ମୃତଦେହରେ ଲୁଣ ଢାଳି ଦେଇଥିଲେ।
ଘର ନିକଟ ଛାତ ଉପରେ ଥିବା ପାଣି ଟାଙ୍କିରୁ ୯ ବର୍ଷ ଶିଶୁର ପଚା ଶବ ଉଦ୍ଧାର କରାଯାଇଛି। ନିଖୋଜର ୨ ଦିନ ପରେ ପାଣି ଟାଙ୍କି ଭିତରୁ ମିଳିଲା ମୃତଦେହ।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୮୭୦ ଟଙ୍କା ହୋଇଛି।
କଂଗ୍ରେସର ଭେଟେରାନ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି।
ପିଲାଙ୍କ ଉପରେ ନଜର ରଖନ୍ତୁ ବାପା-ମାଆ, ନଚେତ୍ କେତେବେଳେ କିଛି ବି ହୋଇପାରେ ।