Advertisment

ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ମିଳିଲା ‘ଗଭର୍ଣ୍ଣର ଅଫ୍ ଦ ଇୟର ଆୱାର୍ଡ’

ସେଣ୍ଟ୍ରାଲ ବ୍ୟାଙ୍କିଂ ଲଣ୍ଡନ ଦ୍ୱାରା ବିବେଚିତ ହୋଇଛନ୍ତି ଶକ୍ତିକାନ୍ତ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଅଛନ୍ତି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ।

author-image
Prangyan Parimita
ଅଦ୍ୟତନ ହୋଇଛି
Shaktikanta Das

Shaktikanta Das

ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ଶ୍ରେଷ୍ଠ ସମ୍ମାନ । ଗଭର୍ଣ୍ଣର ଅଫ୍ ଦ ଇୟର ଭାବେ ବିବେଚିତ ହୋଇଛନ୍ତି ଶକ୍ତିକାନ୍ତ ଦାସ । ସେଣ୍ଟ୍ରାଲ ବ୍ୟାଙ୍କିଂ ଲଣ୍ଡନ ଦ୍ୱାରା ତାଙ୍କୁ ଗଭର୍ଣ୍ଣର ଅଫ୍ ଦ ଇୟର ଭାବେ ବିବେଚିତ କରାଯାଇଛି । ୨୦୧୮ ଡିସେମ୍ବର ୧୧ ରେ ଭାରତର ୨୫ତମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଥିଲେ ଶକ୍ତିକାନ୍ତ ଦାସ । ଏହି ପଦ ହାସଲ କରିବାରେ ଶକ୍ତିକାନ୍ତ ହେଉଛନ୍ତି ପ୍ରଥମ ଓଡ଼ିଆ ।...

Advertisment


ଏହି କାରଣରୁ ମିଳିଲା ପୁରସ୍କାର

ମୁଦ୍ରାସ୍ଫୀତିର ପରିଚାଳନା ଏବଂ କୋଭିଡ ମହାମାରୀ ପରି ସଙ୍କଟ ସମୟରେ ଭାରତର ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଦକ୍ଷ ପରିଚାଳନା ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଶକ୍ତିକାନ୍ତ ଦାସଙ୍କୁ ଏହି ପୁରସ୍କାର ପ୍ରଦାନ କରିଛି । ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ କୁହାଯାଇଛି, ଶକ୍ତିକାନ୍ତ ଦାସ ଅନେକ ଗୁରୁତ୍ୱପୂର୍ଣ ସଂସ୍କାର ଆଣିଛନ୍ତି, କଷ୍ଟଦାୟକ ସମୟ ମଧ୍ୟରେ ଭାରତକୁ ଆଗେଇ ନେଇଛନ୍ତି ।

Advertisment

 ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଶକ୍ତିକାନ୍ତ ଦାସ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି । ନିକଟରେ ସେ ଦୁଇ ହଜାର ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଥି ସହିତ ବିଶ୍ୱ ବଜାରରେ ଅସ୍ଥିରତା ମଧ୍ୟରେ ମୁଦ୍ରାସ୍ଫୀତିର ମୁକାବିଲା କରିବା ନିମନ୍ତେ ସେ ଅତ୍ୟନ୍ତ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଛନ୍ତି । କରୋନା ସଙ୍କଟ ସମୟରେ ମଧ୍ୟ ତାଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ପ୍ରଶଂସା ସାଉଣ୍ଟିଥିଲେ । ସେହି ସମୟ ମଧ୍ୟରେ ସେ ବ୍ୟାଙ୍କ ଗୁଡ଼ିକୁ କିଛି ମାସ ପାଇଁ ଇଏମଆଇ ସମୟସୀମା କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Shaktikanta Das RBI Governor Central Bank
Advertisment
Advertisment