• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଜନତାଙ୍କ ପାଇଁ ଖୁସି ଖବର ! ଶସ୍ତା ହୋଇପାରେ ଖାଇବା ତେଲ। ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଉପରୁ କେନ୍ଦ୍ର ସରକାର କଷ୍ଟମ ଡ୍ୟୁଟି ହ୍ରାସ କରିଛନ୍ତି। କଷ୍ଟମ ଡ୍ୟୁଟି ୧୭.୫% ରୁ ୧୨.୫%କୁ ହ୍ରାସ କରାଯାଇଛି। କଷ୍ଟମ ଡ୍ୟୁଟି ହ୍ରାସ ପାଇଥିବାରୁ ଖାଇବା ତେଲ ଦର ମଧ୍ୟ ହ୍ରାସ ପାଇବ ବୋଲି ଚର୍ଚ୍ଚା ହେଉଛି। 

ବିଶ୍ୱରେ ଭାରତ ହେଉଛି ଖାଇବା ତେଲର ସର୍ବବୃହତ କ୍ରୟକାରୀ ଦେଶ, ଯିଏକି ୬୦% ଆମଦାନୀ କରିଥାଏ। ଦେଶରେ ପ୍ରତିବର୍ଷ ପ୍ରାୟ 24 MT ଖାଇବା ତେଲ ବ୍ୟବହାର ହୋଇଥାଏ। ଏଥିରୁ ପ୍ରାୟ 14 MT ଖାଇବା ତେଲ ଆମଦାନୀ ହୋଇଥାଏ। 

ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଉପରୁ କଷ୍ଟମ ଡ୍ୟୁଟି ହ୍ରାସ ନେଇ ସରକାରଙ୍କ ଏହି ନିଷ୍ପତ୍ତି ସହ ଏବେ ଅଶୋଧିତ ଖାଇବା ତେଲ ଅର୍ଥାତ୍‌ ଅଶୋଧିତ ଖଜୁରୀ ତେଲ, ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଓ ଅଶୋଧିତ ସୋୟା ତେଲର ଆମଦାନୀ ଉପରୁ ମାତ୍ର ୫% ଆମଦାନୀ ଶୁଳ୍କ ଲାଗୁ କରାଯିବ ଓ ଏହାପରେ ଟ୍ୟାକ୍ସ ଲାଗି ଏହା ୫.୫% ହେବ। ଖାଇବା ତେଲ ଦର ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now