• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ନିଆଁ । ଅଗ୍ନିକାଣ୍ଡ ପରେ କୋଠାରୁ ବିପଦପୂର୍ଣ୍ଣ ଭାବେ ତଳକୁ ଡେଇଁଲେ ଛାତ୍ରଛାତ୍ରୀ । ଦିଲ୍ଲୀ ମୁଖାର୍ଜୀ ନଗରରେ ଥିବା କୋଚିଂ ସେଣ୍ଟରରେ ଏହି ଅଘଟଣ ଘଟିଛି । କୋଠାର ଉପର ମହଲାରୁ ଏକ ତାର ସାହାଯ୍ୟରେ ଛାତ୍ରଛାତ୍ରୀ ତଳକୁ ଓହ୍ଲାଇଛନ୍ତି । ତେବେ ଏଥିରେ ଅନେକ ପିଲା ଆହତ ହୋଇଛନ୍ତି ।

ପୋଲିସର ସୂଚନା ଅନୁସାରେ, ଏକ ବୈଦ୍ୟୁତିକ ମିଟରରେ ନିଆଁ ଲାଗିଯାଇଥିଲେ । ନିଆଁ ଅଧିକ ଭୟଙ୍କର ହୋଇନଥିଲେ ସୁଦ୍ଧା ଧୂଆଁ ଉଠିବା ପରେ ପିଲାମାନେ ଭୟଭୀତ ହୋଇ ପଡ଼ିଥିଲେ । ଏହାପରେ କୋଚିଂ ସେଣ୍ଟର ପଛପାଖ ଏକ ତାର ଦେଇ ତଳକୁ ଓହ୍ଲାଇବାକୁ ଚେଷ୍ଟା କରିଛନ୍ତି, ଯେଉଁଥିରେ ୪ ଜଣ ଛାତ୍ର ଆହତ ହୋଇଛନ୍ତି । ପାଖାପାଖି ୧୨ଟାରେ କୋଚିଂ ସେଣ୍ଟରରେ ନିଆଁ ଲାଗିଥିବା ଜଣାପଡ଼ିଛି ।

ନିଆଁକୁ ଆୟତ୍ତ କରିବା ଓ ଲୋକଙ୍କୁ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ୧୧ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି ।