/odishatv-khabar/media/post_attachments/uploadimage/library/16_9/16_9_0/Dorsey_1686640104.jpg)
Dorsey
‘କେନ୍ଦ୍ର ସରକାର କୌଣସି ବି ମାଇକ୍ରୋବ୍ଲଗିଂ ସାଇଟ୍କୁ ଧମକ ଦେଇ ନାହାନ୍ତି । ଏହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା । ଏହି ଅଭିଯୋଗ ସମ୍ପୂର୍ଣ୍ଣ ରୂପେ ଭିତ୍ତିହୀନ ।’
ଦିଲ୍ଲୀରେ କୃଷକ ଆନ୍ଦୋଳନ ବେଳେ କେନ୍ଦ୍ର ସରକାର ଟ୍ୱିଟରକୁ ବନ୍ଦ କରିଦେବେ ବୋଲି ଧମକ ଦେଇଥିଲେ । ଏଭଳି ଅଭିଯୋଗ ଆଣିଥିଲେ ଟ୍ୱିଟର ସହ-ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ଜ୍ୟାକ୍ ଡୋର୍ସି । ଯାହାକୁ ଗତ ମଙ୍ଗଳବାର କେନ୍ଦ୍ର ସରକାର ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛନ୍ତି । ସୋମବାର ୟୁଟ୍ୟୁବ ଚ୍ୟାନେଲ ବ୍ରେକିଂ ପଏଣ୍ଟରେ ଏକ ସାକ୍ଷାତକାରରେ ଡୋର୍ସି କହିଥିଲେ ଯେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ବା କେନ୍ଦ୍ର ସରକାରଙ୍କୁ ଏଥିପାଇଁ ବିରୋଧ କରୁଥିବା ସବୁ ଆକାଉଣ୍ଟକୁ ବନ୍ଦ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକାଧିକ ଆବେଦନ କରାଯାଇଥିଲା । ତେବେ ଏହି ଅଭିଯୋଗ ନେଇ ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କଡ଼ା ପ୍ରତିକ୍ରିୟା ଦେଇଛନ୍ତି ।
This is an outright lie by @jack - perhaps an attempt to brush out that very dubious period of twitters history
Facts and truth@twitter undr Dorsey n his team were in repeated n continuous violations of India law. As a matter of fact they were in non-compliance with law… https://t.co/SlzmTcS3Fa
— Rajeev Chandrasekhar 🇮🇳 (@Rajeev_GoI) June 13, 2023
ରାଜୀବ ଟୁଇଟ୍ କରି କହିଛନ୍ତି, ଏହା ଜ୍ୟାକ୍ ଡୋର୍ସିଙ୍କ ଏକ ବଡ଼ ମିଛ । ଟ୍ୱିଟର ଇତିହାସରୁ ସେହି ଅତ୍ୟନ୍ତ ସନ୍ଦେହଜନକ ସମୟକୁ ଲିଭାଇବା ପାଇଁ ଏହା ତାଙ୍କର ଏକ ପ୍ରୟାସ ହୋଇଥାଇପାରେ । ସେତେବେଳେ ଡୋର୍ସି ଏବଂ ତାଙ୍କ ଅଧୀନରେ ଥିବା ଟ୍ୱିଟର ଟିମ୍ ବାରମ୍ବାର ଏବଂ କ୍ରମାଗତ ଭାବରେ ଭାରତୀୟ ନିୟମ ଉଲ୍ଲଂଘନ କରୁଥିଲା । ସେମାନେ ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ବାରମ୍ବାର ଆଇନ ଉଲଂଘନ କରୁଥିଲେ । ଜୁନ୍ ୨୦୨୨ରେ ସେ ଭାରତୀୟ ନିୟମକୁ ମାନିବେ ବୋଲି ସ୍ୱୀକାର କରିଥିଲେ । ଏହାପୂର୍ବରୂ ଟ୍ୱିଟରର କାହାକୁ ବି ଗିରଫ କରାଯାଇ ନାହିଁ । ଏମିତିକି ଟ୍ୱିଟର ବନ୍ଦ ମଧ୍ୟ ହୋଇ ନାହିଁ । ଏଥିରୁ ସ୍ପଷ୍ଟ ଯେ, ଡୋର୍ସି ମିଛ କହୁଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, 'ଡୋର୍ସିଙ୍କ ନେତୃତ୍ୱରେ ଚାଲିଥିବା ଟୁଇଟର ଭାରତୀୟ ନିୟମକୁ ପାଳନ କରିବା ପାଇଁ କୁଣ୍ଠା ପ୍ରକାଶ କରୁଥିଲା । ସେମାନେ ଭାରତର ସର୍ବଭୌମତ୍ୱକୁ ଗ୍ରହଣ କରିବା ପାଇଁ ବାରମ୍ବାର ଅମଙ୍ଗ ହେଉଥିଲେ । କିନ୍ତୁ ସେ ମନେ ରଖିବା କଥା ଯେ, ଭାରତରେ ଚାଲୁଥିବା ପ୍ରତ୍ୟେକ କମ୍ପାନୀ ଭାରତର ଆଇନ୍ ଅନୁସାରେ ଚାଲିବାକୁ ବାଧ୍ୟ ।
ସରକାର କହିଛନ୍ତି, 'ଜାନୁଆରୀ ୨୦୨୧ରେ ହୋଇଥିବା ବିକ୍ଷୋଭ ସମୟରେ ଅନେକ ଭୁଲ ତଥ୍ୟ ଏବଂ ଏପରିକି ନରସଂହାର ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଯାହାକି ସମ୍ପୂର୍ଣ୍ଣ ଭାବେ ମିଛ ଥିଲା । ଭାରତ ସରକାର ଟ୍ୱିଟରରୁ ଭୁଲ ତଥ୍ୟ ହଟାଇବାକୁ ବାଧ୍ୟ ହୋଇଥିଲେ କାରଣ ଏହିପରି ମିଥ୍ୟା ଖବର ପରିସ୍ଥିତିକୁ ଆହୁରି ଜଟିଳ କରିଥାନ୍ତା । କିନ୍ତୁ ସେତେବେଳେ ଡୋର୍ସି ଏହି ମିଥ୍ୟା ଖବରକୁ ହଟାଇବା ପାଇଁ ଅମଙ୍ଗ ହେଉଥିଲେ । ତାଙ୍କୁ ଏଥିରେ କ’ଣ ସମସ୍ୟା ଥିଲା ସେ ହିଁ ଜାଣିଥିବେ । କିନ୍ତୁ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଏଭଳି ଘଟଣା ଘଟିଥିଲା, ସେତେବେଳେ ସେ ତୁରନ୍ତ ତାଙ୍କ କଥା ମାନି, ହିଂସାକୁ ଉସ୍କାଉଥିବା ଭଳି ସମସ୍ତ ଖବର ବନ୍ଦ କରି ଦେଇଥିଲେ ।
"This is an outright lie by Jack Dorsey - perhaps an attempt to brush out that very dubious period of twitters history. Twitter under Dorsey & his team were in repeated & continuous violations of Indian law. As a matter of fact, they were in non-compliance with law repeatedly… pic.twitter.com/UrvrYyvkqV
— ANI (@ANI) June 13, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)