Advertisment

କାଲି ମୁମ୍ବାଇରେ ହର୍ଣ୍ଣ ବଜାଇବା ମନା, ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ନିୟମ ଉଲ୍ଲଙ୍ଘନ କରିବେ, ତା’ହେଲେ ମୋଟର ଭେଇକିଲ ଆକ୍ଟ ଓ ପରିବେଶ ସୁରକ୍ଷା ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

author-image
Chandan Shishu
Mumbai police to launch 'No Honking Day' tomorrow

Mumbai police to launch 'No Honking Day' tomorrow

କାଲି ମୁମ୍ବାଇରେ ପାଳିବ No Honking Day ! ଶବ୍ଦ ପ୍ରଦୂଷଣକୁ ରୋକିବା ଓ ତଥା ପରିବେଶରେ ସନ୍ତୁଳତା ଆଣିବା ପାଇଁ ମୁମ୍ବାଇ ପୁଲିସର ନିଆରା ପଦକ୍ଷେପ। ଜୁନ୍‌ ୧୪ରେ ପାଳନ ହେବ ନୋ ହଙ୍କିଙ୍ଗ ଡେ’ ତଥା ନୋ ହର୍ଣ୍ଣ ଡେ। ଏହାର ଅର୍ଥ ହେଲା କେହି ବି ହର୍ଣ୍ଣ ବଜାଇ ପାରିବେ ନାହିଁ। ନିୟମ ନମାନିଲେ ଗାଡ଼ି ଚାଳକଙ୍କ ବିରୋଧରେ ନିଆଯିବା କଡ଼ା କାର୍ଯ୍ୟାନୁଷ୍ଠାନ।

Advertisment

ଏନେଇ ଯୁଗ୍ମ କମିଶନର(ଟ୍ରାଫିକ) ପ୍ରବୀଣ ପଡୱାଲ କହିଛନ୍ତି, “ରାସ୍ତାରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣର ମାତ୍ରାକୁ ହ୍ରାସ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଏହି ଅଭିଯାନକୁ ସବୁ ଗାଡ଼ି ଚାଳକ ସକାରାତ୍ମକ ଭାବେ ଗ୍ରହଣ କରନ୍ତୁ।

ଆସନ୍ତାକାଲି ଆମ୍ବୁଲାନ୍ସ ଓ ଅଗ୍ନିଶମ ଭଳି ଜରୁରୀ ସେବାରେ ନିୟୋଜିତ ଗାଡ଼ିକୁ ଛାଡ଼ି ଦେଲେ, ଆଉ କେହି ବି ହର୍ଣ୍ଣ ବଜାଇ ପାରିବେ ନାହିଁ। ଯଦି କେହି ନିୟମ ଉଲ୍ଲଙ୍ଘନ କରିବେ, ତା’ହେଲେ ମୋଟର ଭେଇକିଲ ଆକ୍ଟ ଓ ପରିବେଶ ସୁରକ୍ଷା ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Advertisment
Advertisment
Advertisment