Advertisment

ଭୂକମ୍ପରେ ଥରିଲା ଦିଲ୍ଲୀ, ଭୟରେ ଘର ବାହାରକୁ ଚାଲି ଆସିଲେ ଲୋକେ

ଆଜି ଅପରାହ୍ଣରେ ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ଅଞ୍ଚଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଛି।

author-image
Rajalaxmi Sahoo
Earthquake tremors felt in Delhi and parts of north India

Earthquake tremors felt in Delhi and parts of north India

ଆଜି ଅପରାହ୍ଣରେ ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ଅଞ୍ଚଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଅପରାହ୍ଣ ସାଢ଼େ ୧ଟା ପରେ ମାତ୍ର କିଛି ସେକେଣ୍ଡ ପାଇଁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟରେ ଘର ବାହାରକୁ ଚାଲି ଆସିଥିଲେ। ଖବର ଲେଖାଯିବା ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିପାରିନି।

Advertisment

ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଛି। ମୋହାଲି, ପଞ୍ଚକୂଳ, ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି।

Earthquake
Advertisment
Advertisment