• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ତ୍ରୀ ଘରେ ନଥିବା ସମୟରେ ସରକାରୀ ବଙ୍ଗଳାରେ ପ୍ରେମିକା ସହ ଚାଲିଥିଲା ଇଞ୍ଜିନିୟର ବାବୁଙ୍କ ରାସଲୀଲା । ହେଲେ କେଉଁଠୁ କେଜାଣି ଖବର ପାଇ ଘରକୁ ପହଞ୍ଚିଗଲେ ସ୍ତ୍ରୀ । ଆଉ ତା’ପରେ ଯାହା ହେଲା.. ଦୁଇ ଭାଇଙ୍କ ସହ ମିଶି ଇଞ୍ଜିନିୟର ସ୍ୱାମୀଙ୍କ ଉପରେ ଦୁମଦାମ୍‌ ମାଡ଼ ବର୍ଷେଇ ଦେଇଗଲେ ମହିଳା । ଆଖି, କାନ, ନାକ କିଛି ଦେଖିଲେନି । ମାଡ଼ ଉପରେ ମାଡ଼ ବର୍ଷିଲା । ଉତ୍ତରପ୍ରଦେଶର ବହରାଇଚରେ ଏଭଳି ଏକ ଘଟଣା ଘଟିଛି ।

ବହରାଇଚର କୋତୱାଲି ଥାନା ଅଞ୍ଚଳରେ ଜଳସେଚନ ବିଭାଗରେ ଇଞ୍ଜିନିୟର ଭାବରେ କାମ କରନ୍ତି ରବି ମୌର୍ଯ୍ୟ । ତାଙ୍କ ସ୍ତ୍ରୀ ବିଜୟ ଲକ୍ଷ୍ମୀ ଏକ ସ୍କୁଲରେ ପାଠ ପଢ଼ାନ୍ତି । ଖରା ଛୁଟି ଥିବାରୁ ବିଜୟଲକ୍ଷ୍ମୀ କିଛି ଦିନ ପାଇଁ ତାଙ୍କ ବାପଘରକୁ ଚାଲିଯାଇଥିଲେ । ଆଉ ଏହାର ସୁଯୋଗ ନେଇ ସ୍ୱାମୀ ରବି ମୌର୍ଯ୍ୟ ତାଙ୍କ ପ୍ରେମିକାଙ୍କୁ ନିଜ ସରକାରୀ ବାସଭବନକୁ ଡାକି ଦେଇଥିଲେ ।

ସ୍ୱାମୀର ପ୍ରେମିକାକୁ ଦେଖି ରକ୍ତମୁଖା ସ୍ତ୍ରୀ

ରବି ମୌର୍ଯ୍ୟ ଝାନ୍ସିରେ ରହୁଥିବା ତାଙ୍କ ଗର୍ଲଫ୍ରେଣ୍ଡ ସହିତ ନିଜ ସରକାରୀ ବାସଭବନରେ ରହୁଥିଲେ । ହେଲେ ଏକଥା ବିଜୟ ଲକ୍ଷ୍ମୀଙ୍କ କାନରେ ପଡ଼ିଯାଇଥିଲେ । ସ୍ୱାମୀର ଏପରି କାରନାମା ସମ୍ପର୍କରେ ଶୁଣି ସେ ତାଙ୍କ ଭାଇ ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହିତ ପହଞ୍ଚିଯାଇଥିଲେ । ସ୍ୱାମୀଙ୍କ ସହ ଅନ୍ୟ ଜଣେ ମହିଳାଙ୍କୁ ଦେଖି ତାଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା । ହାତରେ ଯାହା ପାଇଲେ, ସେଥିରେ ସ୍ୱାମୀଙ୍କୁ ପିଟିବା ଆରମ୍ଭ କରିଥିଲେ । ଆଉ ତାଙ୍କ ଭାଇମାନେ ମଧ୍ୟ ଭିଣୋଇକୁ ଉତ୍ତମ ମଧ୍ୟମ ଦେଇଥିଲେ । ହେଲେ ରବି ମୌର୍ଯ୍ୟ ନିଜ ଭୁଲ୍‌ ବୁଝିବା ପରିବର୍ତ୍ତେ ଓଲଟି ସ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରିଥିଲେ ।

ଥାନାରେ ପହଞ୍ଚିଲା ମାମଲା

ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏକ ପୋଲିସ ଟିମ୍ ରବି ମୌର୍ଯ୍ୟଙ୍କ ଘରେ ପହଞ୍ଚିଥିଲେ । ପରିବାରର ଅନ୍ୟ ସଦସ୍ୟଙ୍କୁ ସ୍ୱାମୀ-ସ୍ତ୍ରୀଙ୍କ ସହ ପୋଲିସ ଷ୍ଟେସନକୁ ଡକାଯାଇଥିଲା । ଏଠାରେ ପୋଲିସ ସ୍ୱାମୀ-ସ୍ତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଏତେ ସବୁ ହେବା ପରେ ମଧ୍ୟ ମହିଳା ଜଣକ ନିଜ ସ୍ୱାମୀଙ୍କୁ କ୍ଷମା କରିବା ପାଇଁ ରାଜି ନଥିଲେ । ହେଲେ ପ୍ରେମିକାଙ୍କୁ କେବେ ନଭେଟିବା ପାଇଁ ସର୍ତ୍ତ ରଖିଥିଲେ । ଏଥିରେ ସ୍ୱାମୀ ରାଜି ହେବା ପରେ ଉଭୟେ ଏକାଠି ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।