Advertisment

ଖୁସି ଖବର ! ଅର୍ଥନୈତିକ ଅଭିବୃଦ୍ଧିରେ ବଡ଼ ବଡ଼ ଦେଶକୁ ପଛରେ ପକାଇବ ଭାରତ !

ବଡ଼ ବଡ଼ ଦେଶକୁ ପଛରେ ପକାଇ ଅର୍ଥନୈତିକ ଅଭିବୃଦ୍ଧିରେ ଆଗରେ ରହିପାରେ ଭାରତ। ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି(GDP) ଅଭିବୃଦ୍ଧି ଚୀନ, ଆମେରିକା ଭଳି ଦେଶର ଜିଡିପି ଅଭିବୃଦ୍ଧିକୁ ପଛରେ ପକାଇ ଆଗରେ ରହିବ ବୋଲି ଆକଳନ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
India to Register Highest Economic Growth Among Major Countries in 2023-24

India to Register Highest Economic Growth Among Major Countries in 2023-24

ବଡ଼ ବଡ଼ ଦେଶକୁ ପଛରେ ପକାଇ ଅର୍ଥନୈତିକ ଅଭିବୃଦ୍ଧିରେ ଆଗରେ ରହିପାରେ ଭାରତ। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF) ଏହାର ଇକୋନୋମିକ୍‌ ଆଉଟ୍‌ଲୁକ୍‌ ରିପୋର୍ଟରେ ଏଭଳି କିଛି ଆକଳନ କରିଛି। ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି(GDP) ଅଭିବୃଦ୍ଧି ଚୀନ, ଆମେରିକା ଭଳି ଦେଶର ଜିଡିପି ଅଭିବୃଦ୍ଧିକୁ ପଛରେ ପକାଇ ଆଗରେ ରହିବ ବୋଲି ଆକଳନ କରାଯାଇଛି।

Advertisment

ଆଇଏମ୍‌ଏଫ୍‌ର ୱାର୍ଲଡ୍‌ ଆଉଟଲୁକ୍‌ ରିପୋର୍ଟରେ ଅନୁସାରେ, ଭାରତୀୟ ଅର୍ଥନୀତି କିମ୍ବା ଭାରତର ଜିଡିପି ଚଳିତ ଆର୍ଥିକ ବର୍ଷରେ ୫.୯% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବଡ଼ ବଡ଼ ଦେଶ ଯେପରିକି ଆମେରିକା, ଚୀନ, ବ୍ରିଟେନ, ଫ୍ରାନ୍ସ, ସାଉଦି ଆରବ ଓ କାନାଡାକୁ ପଛରେ ପକାଇ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।

ବଡ଼ ବଡ଼ ଦେଶକୁ ପଛରେ ପକାଇ ବିଶ୍ୱର ଜିଡିପି ଆକଳନ ୨୦୨୩(World's GDP Forecast 2023) ତାଲିକାରେ ଭାରତ ଆଗରେ ରହିଛି। ୫.୯% ଅଭିବୃଦ୍ଧି ସହ ତାଲିକାର ପ୍ରଥମ ସ୍ଥାନରେ ଭାରତ ରହିଛି। ତେଣୁ ଏଥିରୁ ଜଣାପଡ଼ୁଛି, ଭାରତର ଅର୍ଥନୀତିରେ ଅଭିବୃଦ୍ଧି ହୋଇଛି।

Advertisment

ଆଇଏମ୍‌ଏଫ୍‌ର ବାଇଆନୁଆଲ୍‌ ରିପୋର୍ଟ ଅନୁସାରେ, ଭାରତର ଖୁଚୁରା ମୁଦ୍ରାସ୍ଫୀତି ପୂର୍ବ ବର୍ଷ ୬.୭% ଥିବାବେଳେ ଏହା ହ୍ରାସ ପାଇ ୨୦୨୩-୨୪ରେ ୪.୯% ପହଞ୍ଚିବ ବୋଲି ଆଶା କରାଯାଉଛି।

World GDP Growth Forecast For 2023-24: 

Advertisment
Advertisment