• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲୁଙ୍ଗି କିମ୍ବା ନାଇଟି ପରି ପୋଷାକ ପିନ୍ଧିଲେ ବାହାରେ ବୁଲିବା ମନା । ଦିଲ୍ଲୀ ନିକଟସ୍ଥ ଗ୍ରେଟର ନୋଏଡାର ହିମସାଗର ଆପାର୍ଟମେଣ୍ଟ ସୋସାଇଟି ପାଇଁ ‌ଏଭଳି ଏକ ବିଜ୍ଞପ୍ତି ବାହାରିଛି, ଯେଉଁଥି ପାଇଁ ଚର୍ଚ୍ଚା ଜୋର୍ ଧରିଛି । ସର୍ବସାଧାରଣରେ ଯିବାଆସିବା କରୁଥିବା ଜାଗା ଏବଂ ପାର୍କିଂ ସ୍ଥଳରେ ଲୁଙ୍ଗି ଏବଂ ନାଇଟି ପିନ୍ଧି ବୁଲିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ତେବେ ଏହି ସୋସାଇଟିର ଏହି ଆଦେଶକୁ ଲୋକମାନେ ବିରୋଧ କରୁଛନ୍ତି । ଅନ୍ୟପଟେ ସୋସାଇଟିରେ ଲାଗିଥିବା ବିଜ୍ଞପ୍ତି ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ସୋସାଇଟିରେ ବର୍ଡର ରୋଡ ଅର୍ଗାନାଇଜେସନ୍‌ରୁ ଅବସର ନେଇଥିବା ତଥା କାମ କରୁଥିବା ଲୋକଙ୍କ ପରିବାର ରୁହନ୍ତି । ହେଲେ ସୋସାଇଟିର ଲୋକଙ୍କ ପାଇଁ ଏପରି ବିଜ୍ଞପ୍ତି ବାହାରିବା ପରେ ଅନେକ ଏହାକୁ ବିରୋଧ କରୁଛନ୍ତି । ତେବେ ମହିଳାମାନଙ୍କ ଠାରୁ କ୍ରମାଗତ ଅଭିଯୋଗ ଆସିବା ପରେ ଏପରି ପଦକ୍ଷେପ ନେଇଥିବା କହିଛନ୍ତି ସୋସାଇଟିର ଜଣେ ଅଧିକାରୀ । ତେଣୁ ଏବେ ଠାରୁ ବାହାରେ ବୁଲିବା ସମୟରେ ସମସ୍ତେ ସେମାନଙ୍କ ଆଚରଣ ଏବଂ ପୋଷାକ ପ୍ରତି ବିଶେଷ ଧ୍ୟାନ ଦେବେ । ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ଲୁଙ୍ଗି ଏବଂ ନାଇଟି ପିନ୍ଧି ବାହାରେ ନବୁଲିବାକୁ ଅନୁରୋଧ କରାଯାଇଛି ।

ସୋସାଇଟିର ସଭାପତି କହିଛନ୍ତି, ଏହି ନିଷ୍ପତ୍ତିକୁ ସମସ୍ତେ ସମ୍ମାନ ଦେବା ଆବଶ୍ୟକ । ଏଥିରେ ବିରୋଧ କରିବାର କିଛି ନାହିଁ । ମହିଳାମାନେ ନାଇଟି ପିନ୍ଧି ବୁଲାବୁଲି କଲେ ପୁରୁଷଙ୍କୁ ଠିକ୍‌ ଲାଗିବ ନାହିଁ । ସେହିପରି ପୁରୁଷମାନେ ଲୁଙ୍ଗି ପିନ୍ଧି ବୁଲିଲେ ମହିଳାଙ୍କୁ ଅସହଜ ମନେହେବ । ତେଣୁ ପରସ୍ପର ପ୍ରତି ସମ୍ମାନ ଜଣାଇ ଏହି ନିଷ୍ପତିକୁ ମାନିନେବା ଉଚିତ୍‌ ।