ନୈନିତାଲର ବେତାଲଘାଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଘଟଣାରେ ୭ ଜଣ ନେପାଳୀଙ୍କ ମୃତ୍ୟୁ ହୋଇଛି।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୧,୭୩୦ ଟଙ୍କା ହୋଇଛି।
ଅଣ୍ଟାରେ ବନ୍ଧୁକ ରଖି ମୁଖ୍ୟମନ୍ତ୍ରୀଙ୍କୁ ଚଢ଼ାଇଲେ ଫୁଲମାଳ । କର୍ଣ୍ଣାଟକର ଏକ ରାଲିରେ ଖୋଲାଖୋଲି ନିୟମର ଉଲ୍ଲଘଂନ । ଆଗକୁ ନିର୍ବାଚନ ଆସୁଛି । ପ୍ରଚାରରେ ମାତିଛନ୍ତି ନେତା । ଏହି ପରି ଏକ ପ୍ରଚାର କାର୍ଯ୍ୟକ୍ରମରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଯୋଗ ଦେଇଥିଲେ ।
ସିଙ୍ଗଡ଼ାରେ ଷ୍ଟଫ୍ ହୋଇଛି କଣ୍ତୋମ, ଗୁଟଖା ଓ ପଥର ଗୁଣ୍ତ। କଣ୍ଟ୍ରାକ୍ଟ ନ ମିଳିବାରୁ ରାଗରେ କମ୍ପାନୀକୁ ବଦନାମ କରିବା ପାଇଁ ୫ ଜଣ ଅଭିଯୁକ୍ତ ରହୀମ ଶେଖ୍, ଅଜହର ଶେଖ, ମଜହର ଶେଖ, ଫିରୋଜ ଶେଖ୍ ଏବଂ ବିକି ଶେଖ୍ ଘଟାଇଛନ୍ତି ଏହି କାଣ୍ତ।
ସିଙ୍ଗଡ଼ା ଭିତରେ ଗୋମାଂସ । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ କଥାଟି ସତ । ଯାହାଫଳରେ ଗିରଫ ହୋଇଛନ୍ତି ୬ ଜଣ ବ୍ୟକ୍ତି...
ଛତିଶଗଡ଼ ସୁକମାରେ ୨୧ ବର୍ଷ ପରେ ଖୋଲିଲା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର, ହେଲା ପୂଜାର୍ଚ୍ଚନା । ନକ୍ସଲ ହିଂସା ଭୟରେ ଗତ ୨୦୦୩ରୁ ଅର୍ଥାତ ୨୧ ବର୍ଷ ଧରି ବନ୍ଦ ଥିବା ଶ୍ରୀରାମ ମନ୍ଦିରକୁ ଖୋଲି ସେଠାର ପୂଜାର୍ଚ୍ଚନା କରିବା ସହ ସ୍ଥାନୀୟ ବାସିନ୍ଦାଙ୍କୁ ହସ୍ତାନ୍ତର କରିଛନ୍ତି CRPF ଯବାନ ।
କିଛି ବର୍ଷ ପୂର୍ବରୁ ଏହାର ଗୋଟିଏ ଗପ ବହି ମାତ୍ର କିଛି ଟଙ୍କାରେ ମିଳି ଯାଉଥିଲା । କିନ୍ତୁ ସମୟ ବଦଳିବା ସହିତ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଲା । ହେଲେ ଆଜିର ନିଲାମୀ ବିଷୟରେ ଯିଏ ଶୁଣିବ ତା’ର ହୋସ୍ ଉଡ଼ିଯିବ । ଏକ କି ଦୁଇ ନୁହେଁ, ୪୯ କୋଟି ଟଙ୍କାରେ ବିକ୍ରି ହୋଇଛି ସୁପରମ୍ୟାନ୍ ଗପ ବହି ।
ତାଜମହଲ ପରିସରରେ ମାଡ଼ ମରାମରି ହେଲେ ଯୁବତୀ ଓ ଯବାନ । ଗତ ଶନିବାର ଅପରାହ୍ନରେ ତାଜମହଲ ପରିସରରେ ରିଲ୍ସ ତିଆରି କରିବାକୁ ନେଇ ଜଣେ ଝିଅ ଏବଂ ସିଆଇଏସ୍ଏଫ୍ ଯବାନ ହାତାହାତି ହୋଇଛନ୍ତି ।
ଇତିହାସରେ ପ୍ରଥମ ଥର ପାଇଁ BSE ରେ ତାଲିକାଭୁକ୍ତ କମ୍ପାନୀଗୁଡିକର ମିଳିତ ମିଡ୍କ୍ୟାପ୍ ୪୦୦ ଲକ୍ଷ କୋଟି ଅତିକ୍ରମ କରିଛି ।
ଭୋଟରଙ୍କୁ ହାତେଇବା ପାଇଁ ମାଳମାଳ ପ୍ରତିଶ୍ରୁତି ଦେଉଛନ୍ତି ନେତା । ଏଭଳି କ୍ଷେତ୍ରରେ କ୍ଷମତାକୁ ଆସିଲେ କମ୍ ଟଙ୍କାରେ ଭଲ ମଦ ଦେବେ ବୋଲି ଘୋଷଣା କରିଛନ୍ତି ଟିଡିପି ନେତା ।
ଷ୍ଟେସନ ଦାୟିତ୍ୱରେ ଥିବା ଆବେଦନପତ୍ରରେ କୁହାଯାଇଛି ଯେ ମାଲକାନାରେ ରଖାଯାଇଥିବା ଏହି ୧୯କେଜି ଭାଙ୍ଗ ଓ ଗଂଜେଇକୁ ମୂଷା ଖାଇ ନଷ୍ଟ କରିଦେଇଛି। ତେଣୁ ସେ ସବୁ କୋର୍ଟରେ ଉପସ୍ଥାପନ କରାଯାଇପାରିବ ନାହିଁ।
ମାତ୍ର କିଛି ମିନିଟରେ ଟିଜର୍ ମିଲିୟନ୍ ଭ୍ୟୁଜ୍ କ୍ରସ୍ କରିସାରିଲାଣି । ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ଅଗଷ୍ଟ ୧୫ ତାରିଖରେ ବଡ଼ ପରଦାକୁ ଆସିବ ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୧,୭୨୦ ଟଙ୍କା ହୋଇଛି।
ତେବେ +92ରୁ ଆରମ୍ଭ ହେଉଥିବା ଫୋନ୍ ନମ୍ୱର ପ୍ରକୃତରେ ପାକିସ୍ତାନର। ଗୃହ ମନ୍ତ୍ରଣାଳୟ ମଧ୍ୟ ମୋବାଇଲ୍ ବ୍ୟବହାରକାରୀଙ୍କୁ '+92' କିମ୍ବା ଅନ୍ୟାନ୍ୟ ଅନ୍ତର୍ଜାତୀୟ ନମ୍ୱରରୁ ଆରମ୍ଭ ହେଉଥିବା ଅଜ୍ଞାତ ନମ୍ବରରୁ କଲ୍ ରିସିଭ ନ କରିବାକୁ ପରାମର୍ଶ ଦେଇଛି।
ଆଜି ସଂଗଠିତ ହେବ ଚଳିତ ବର୍ଷର ବିରଳ ପୂର୍ଣ୍ଣ ସୂର୍ଯ୍ୟୋପରାଗ । ଆମେରିକା, କାନାଡା, ମେକ୍ସିକୋର କେତେକ ଅଞ୍ଚଳରେ ଏହା ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ । ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ ।
ଆଗାମୀ ନିର୍ବାଚନରେ ଅନନ୍ତନାଗ-ରଜୌରୀ ଦେଖିବ ବିଗ୍ ଫାଇଟ୍। କାହିଁକି ନା ଏହି ଆସନରୁ ନିର୍ବାଚନ ଲଢ଼ିବା ନେଇ ଜାମ୍ମୁ କାଶ୍ମୀରର ଆଉ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ପୂର୍ବରୁ ଘୋଷଣା କରିସାରିଛନ୍ତି ।
୧୭୮୩ରୁ ଏହା ଓମାନର ସୁଲତାନଙ୍କ ଅଧୀନରେ ଥିଲା। ତେବେ ଭାରତ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ନେଇ ୨୦୧୬ରେ ଅବସରପ୍ରାପ୍ତ ବ୍ରିଗେଡିୟର୍ ଗୁରୁମିତ କାନୱାଲ ଏକ ପ୍ରବନ୍ଧ ଲେଖିଥିଲେ। ଯେଉଁଥିରେ ସେ କହିଛନ୍ତି ଯେ, ଭାରତର ଏହି ଐତିହାସିକ ଭୁଲ ନେଇ କେହି ଆଲୋଚନା କରୁନାହାନ୍ତି।
ଏହି ବିଷୟରେ ଘରେ କଣ କହିବେ ଭାବି ସେ ଭୟଭୀତ ହୋଇଯାଇଥିଲେ। ଘରଲୋକ ଗାଳି ଦେବା ଭୟରେ ସେ କୀଟନାଶକ ପିଇ ଦେଇଥିଲେ। ଏହି ଠକେଇ ବିଷୟରେ ସେ ନିଜ ବାପା-ମା’ଙ୍କୁ ଜଣାଇ ନଥିଲେ।
ପଶ୍ଚିମବଙ୍ଗ NIA ଅଧିକାରୀଙ୍କୁ ଆକ୍ରମଣ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ବାନାର୍ଜୀ । ରାତି ଅଧରେ କାହିଁକି ଏନଆଇଏ ଅଧିକାରୀ ଚଢାଉ କଲେ ବୋଲି ମମତା ପ୍ରଶ୍ନ କରିଛନ୍ତି । ସେମାନେ ସ୍ଥାନୀୟ ପୋଲିସଠୁ କାହିଁକି ଅନୁମତି ନେଇନଥିଲେ ।
ଭାରତୀୟ ବାୟୁସେନା ପକ୍ଷରୁ ଗଗନ ଶକ୍ତି ଅଭ୍ୟାସ ଆରମ୍ଭ । ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ବିଭିନ୍ନ ଯୁଦ୍ଧ ଜାହାଜର ଅଭ୍ୟାସ । ଲମ୍ବା ଉଡାଣ ଭରିବା ପରେ ଏକ୍ସପ୍ରେସ ୱେରେ ଲ୍ୟାଣ୍ଡିଂ କରିଛନ୍ତି ଜାହାଜ ।
ଲିଭ ଇନରେ ରହିବା ପରେ ଛାଡ଼ିଦେଲେ ବର୍ତ୍ତମାନ ମିଳିବ ଭରଣପୋଷଣ ଖର୍ଚ୍ଚ । ଜଣେ ପୁରୁଷଙ୍କ ସହ ରହୁଥିବା ଜଣେ ମହିଳା ଆଇନଗତ ଭାବରେ ବିବାହିତ ନଥିଲେ ମଧ୍ୟ ପୃଥକ ଭରଣପୋଷଣ ଖର୍ଚ୍ଚ ପାଇବାର ଅଧିକାର ଅଛି ବୋଲି କହିଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ ।
ଦୁଇ ଛୋଟ ପିଲାଙ୍କ ଜୀବନ ବଞ୍ଚାଇ ଚର୍ଚ୍ଚାରେ ଆଲେକ୍ସା । ୧୩ ବର୍ଷର ଝିଅ ନିକିତା ଓ ପାଖରେ ଥିଲା କୁନି ଝିଆରୀ । ଘରକୁ ପଶିଆସିଲା ମାଙ୍କଡ । ହେଲେ ମାଙ୍କଡଠାରୁ ଦୁହିଁଙ୍କ ଜୀବନ ବଞ୍ଚାଇ ଥିଲା ଆଲେକ୍ସା ।
ଦିଲ୍ଲୀ ମେଟ୍ରୋରେ ମହିଳା ଯାତ୍ରୀମାନଙ୍କ ପାଇଁ ପ୍ରଥମ କୋଚ୍ଟି ରିଜର୍ଭ ରହିଥାଏ । କିନ୍ତୁ ପୁରୁଷମାନେ ନିୟମିତ ଭାବରେ ଏହି କୋଚ୍ରେ ବସି ପଡ଼ନ୍ତି । ସେମିତି ଏକ ଘଟଣା ଘଟଛି ଯାହା ସମସ୍ତଙ୍କୁ ଚକିତ କରିଛି ।
ନିର୍ବାଚନକୁ କବଜାକୁ ନେଇପାରେ ଚୀନ । ଆଗକୁ ଭାରତରେ ସାଧାରଣ ନିର୍ବାଚନ ଆସୁଛି । ଏହାକୁ ଭ୍ରମିତ କରିବାକୁ ଖେଳ ଖେଳିପାରେ ଚୀନ । କୃତ୍ରିମ ବୁଦ୍ଧିମତା ସହାୟତାରେ ଭାରତର ନିର୍ବାଚନକୁ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କରୁଛି ଚୀନ ।
ଆସନ୍ତା ଏପ୍ରିଲ ୮ ତାରିଖରେ ଲାଗିବାକୁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ । ମା ଦୁର୍ଗାଙ୍କ ନବରାତ୍ରୀ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏହାର ଦିନକ ପୂର୍ବରୁ ଲାଗିବାକୁ ଯାଉଛି ସୂର୍ଯ୍ୟୋପରାଗ ।