Advertisment

ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠାର ୬ମାସ ହୋଇନି, ଛାତରୁ ଗଳୁଛି ପାଣି

ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ଗର୍ଭଗୃହରେ ଗଳୁଛି ପାଣି। ବର୍ଷା ହେବା ପରେ ମନ୍ଦିର ଛାତରୁ ପାଣି ଲିକ୍ ହେଉଛି।

author-image
Sonali Ojha
ଅଦ୍ୟତନ ହୋଇଛି
Ram Temple Roof Leaks During Heavy Rains

Roof Leaking

ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ଗର୍ଭଗୃହରେ ଗଳୁଛି ପାଣି। ବର୍ଷା ହେବା ପରେ ମନ୍ଦିର ଛାତରୁ ପାଣି ଲିକ୍ ହେଉଛି। ପାଣି ବାହାର କରିବାକୁ କୌଣସି ବ୍ୟବସ୍ଥା ବି ନାହିଁ। ଚଳିତବର୍ଷ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଏହାକୁ ୬ ମାସ ପୂରିନଥିବା ବେଳେ ଛାତରୁ ପାଣି ଗଳିବାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।

Advertisment

ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ରାମମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ। ସେ କହିଛନ୍ତି, ପ୍ରଥମ ବର୍ଷା ପରେ ରାମ ମନ୍ଦିରର ଛାତରୁ ପାଣି ଲିକ୍ ହେବା ଆରମ୍ଭ ହୋଇଛି। ଯେଉଁଠି ରାମଲାଲାଙ୍କ ମୂର୍ତ୍ତି ରଖାଯାଇଛି ସେହି ନିକଟରେ ଛାତରୁ ପାଣି ଗଳୁଛି । ୨୦୨୫ ସୁଦ୍ଧା ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହେବା ନେଇ ସନ୍ଦେହ ପ୍ରକଟ କରିଛନ୍ତି ମୁଖ୍ୟ ପୂଜକ ସତ୍ୟେନ୍ଦ୍ର ଦାସ।

ଅଧିକ ପଢ଼ନ୍ତୁ: ରାମଲାଲା ପ୍ରାଣ ପ୍ରତିଷ୍ଠା କରିଥିବା ମୁଖ୍ୟ ପୂଜକଙ୍କ ପରଲୋକ

Advertisment

ସେହିପରି ଶ୍ରୀରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ମଧ୍ୟ ମନ୍ଦିର ପ୍ରଥମ ମହଲାରୁ ବର୍ଷା ପାଣି ଲିକ୍ ହେଉଥିବା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଗୁରୁ ମଣ୍ଡପ ଖୋଲା ଥିବାରୁ ଏହା ହେବ ବୋଲି ଆଶଙ୍କା କରାଯାଉଥିଲା। ଦ୍ୱିତୀୟ ମହଲା ଏବଂ ଶିଖର ନିର୍ମାଣ ସରିଲେ ସେହି ଖୋଲା ସ୍ଥାନ ନିବୁଜ କରାଯିବ। ପ୍ରଥମ ମହଲାରେ ୱୟାରିଂ କାମ ଚାଲିଥିବାରୁ ସେହିପଟେ ପାଣି ଗଳୁଛି। ଛାତ ମରାମତି ଓ ଜଳ ନିଷ୍କାସନ ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଜଲୱାନପୁରାରୁ ହନୁମାନଗରୀ ଭକ୍ତିପଥ ଏବଂ ଟେଢି ବଜାର ଭିତର ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ବର୍ଷା ସମୟରେ ରାମପଥ ଗଳିରେ ଥିବା ଘରେ ପାଣି ପଶିବା ନେଇ ଅଯୋଧ୍ୟା ମେୟର ଗିରିଶ ପତି ତ୍ରିପାଠୀ କହିଛନ୍ତି, ସକାଳୁ କ୍ଷୟକ୍ଷତି ଆକଳନ ଚାଲିଛି। ଘରୁ ଜଳ ନିଷ୍କାସନ ନେଇ ପୌରସଂସ୍ଥାର ଅନେକ ଟିମ୍ ନିୟୋଜିତ କରାଯାଇଛି। ଏହାରି ଭିତରେ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ। ଭାରତୀୟ ଜନତା ପାର୍ଟି ମନ୍ଦିର ନିର୍ମାଣରେ ଦୁର୍ନୀତି କରିଥିବା ଅଭିଯୋଗ କରିଛି କଂଗ୍ରେସ ।

ଅଧିକ ପଢ଼ନ୍ତୁ: ସରକାରୀ ପଇସାରେ ୫୦୦ କୋଟିର ମହଲ; ଲାଗିଛି ୪୦ ଲକ୍ଷର ବାଥଟବ୍, ୧୨ ଲକ୍ଷର କମୋଡ

ଅଯୋଧ୍ୟାରେ ଗତ ଜାନୁଆରୀ ୨୨ରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସରିଛି । ଯାହା ଫଳରେ ୫ଶହ ବର୍ଷ ଅପେକ୍ଷାର ଅନ୍ତ ହୋଇଛି । ଜାନୁଆରୀ ୨୨ ଦିନ ଠିକ୍ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରେ ସମ୍ପନ୍ନ ହୋଇଥିଲା ପ୍ରାଣ ପ୍ରତିଷ୍ଠା । ବେଦମନ୍ତ୍ର ଉଚ୍ଚାରଣ ସହ ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତରେ ରାମଲାଲାଙ୍କ ବିଗ୍ରହର ହୋଇଥିଲେ ଜୀବନ୍ୟାସ । ଗର୍ଭଗୃହରେ ପ୍ରବେଶ କରି ରାମଲାଲାଙ୍କ ନୂଆ କମନୀୟ ବିଗ୍ରହର ପାଦରେ ପଦ୍ମ ପୁଷ୍ପାଞ୍ଜଳି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ତେବେ ସବୁଠାରୁ ବଡ଼ କଥା ହେଉଛି ମନ୍ଦିର ନିର୍ମାଣରେ ଆଦୌ ଲୁହା ବ୍ୟବହାର କରାଯାଇନି । ଆଦ୍ରତାରୁ ରକ୍ଷା ପାଇଁ ଗ୍ରାନାଇଟରେ ୨୧ ଫୁଟର ବେସ୍ ତିଆରି ହୋଇଛି । ମନ୍ଦିର ପରିସରରେ ୨୫ ହଜାର ଯାତ୍ରୀଙ୍କ ରହିବା ଭଳି ତୀର୍ଥଯାତ୍ରୀ କେନ୍ଦ୍ର ନିର୍ମାଣ କରାଯାଇଛି । ଯାତ୍ରୀଙ୍କ ପାଇଁ ମେଡିକାଲ ସୁବିଧା ସହିତ ଲକର୍ ବ୍ୟବସ୍ଥା ବି ରହିଛି । ମନ୍ଦିର ପରିସରରେ ସ୍ନାନ, ଶୌଚ ପାଇଁ ଅଲଗା ଏକ ବ୍ଲକ୍ ନିର୍ମାଣ କରାଯାଇଛି । ୭୦ ଏକର ବିଶିଷ୍ଟ ମନ୍ଦିର ପରିସରର ୭୦ ପ୍ରତିଶତ ଅଂଶରେ ବୃକ୍ଷରୋପଣ କରାଯାଇଛି ।

Ayodhya Ram Mandir
Advertisment
Advertisment