Advertisment

ଦୀର୍ଘ ଦଶନ୍ଧି ପରେ ବାଚସ୍ପତି ନିର୍ବାଚନ; ମୁହାଁମୁହିଁ ହେବେ ଓମ୍‌ ବିର୍ଲା- କେ. ସୁରେଶ

ଏଥର ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏନଡିଏର ୨୯୩ ସାଂସଦ ଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟର ୨୩୪ ଜଣ ସାଂସଦ ଅଛନ୍ତି। ଆଜି ବାଚସ୍ପତି ନିର୍ବାଚନ ପରେ ଆସନ୍ତାକାଲି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

author-image
Sonali Ojha
ଅଦ୍ୟତନ ହୋଇଛି
Who Will Be The Lok Sabha Speaker

Lok Sabha Speaker

କିଏ ହେବେ ଲୋକସଭା ବାଚସ୍ପତି ? ଆଜି ହେବ ନିର୍ବାଚନ। ମୁହାଁମୁହିଁ ହେବେ ଓମ୍ ବିର୍ଲା ଓ କେ. ସୁରେଶ। ପୂର୍ବତନ ବାଚସ୍ପତି ଓମ୍ ବିର୍ଲାଙ୍କୁ ଏନଡିଏ ପ୍ରାର୍ଥୀ କରିଥିବା ବେଳେ କେ. ସୁରେଶଙ୍କୁ ପ୍ରାର୍ଥୀ କରିଛି ଇଣ୍ଡି ମେଣ୍ଟ। ଆଜି ଦିନ ୧୧ଟାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ଦେଶ ଇତିହାସରେ ଚତୁର୍ଥ ଥର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି।

Advertisment

ଆଜି ଲୋକସଭାରେ ଉପସ୍ଥିତ ରହିବା ପାଇଁ ନିଜ ନିଜ ସାଂସଦଙ୍କୁ ହ୍ବିପ୍ ଜାରି କରିଛନ୍ତି ବିଜେପି, କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ। ଦିନ ୧୧ଟାରୁ ନିର୍ବାଚନ ପ୍ରକ୍ରିୟା ସରିବା ଯାଏ ଉପସ୍ଥିତ ରହିବା ପାଇଁ ଜାରି ହୋଇଛି ହ୍ବିପ୍। ପୂର୍ବରୁ ୧୯୫୨, ୧୯୬୭ ଓ ୧୯୭୬ରେ ନିର୍ବାଚନ ହୋଇଥିଲା। ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ଲୋକସଭା ଦେଖିବ ବାଚସ୍ପତି ନିର୍ବାଚନ। ପରମ୍ପରା ଅନୁସାରେ, ବାଚସ୍ପତି ଓ ଉପବାଚସ୍ପତି ସହମତିରେ ଆଧାରରେ ନିର୍ବାଚିତ ହୋଇଥାଆନ୍ତି। ଏଥର କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।

ପଢନ୍ତୁ ଏହି ଖବର: ନିର୍ବାଚନ ହାରିବା ପରେ ଇଣ୍ଡି ମେଣ୍ଟ ଆଡକୁ ଢଳିବ କି ବିଜେଡି ?

ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲା ରାଜସ୍ଥାନ କୋଟାରୁ ସାଂସଦ ଅଛନ୍ତି। ଲଗାତାର ତୃତୀୟଥର ପାଇଁ ନିର୍ବାଚନ ଜିତି ସଂସଦକୁ ଆସିଛନ୍ତି। ସପ୍ତଦଶ ଲୋକସଭାର ସେ ଥିଲେ ବାଚସ୍ପତି। ତାଙ୍କ ସମୟରେ ଟ୍ରିପଲ ତଲାକ, ଆର୍ଟିକିଲ-୩୭୦ ଉଚ୍ଛେଦ ଭଳି ଗୁରୁତ୍ବପୂର୍ଣ୍ଣ ବିଲ୍ ଲୋକସଭାରେ ପାରିତ ହୋଇଛି। ସେହିପରି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ବିଲ୍ ସହ ଜିଏସଟିରେ ଦ୍ବିତୀୟ ଥର ଲାଗି ସଂଶୋଧନ ବିଲ୍ ମଧ୍ୟ ତାଙ୍କ ସମୟରେ ପାରିତ ହୋଇଥିଲା।

Advertisment

ସେହିପରି ୮ ଥର ସାଂସଦ କେ. ସୁରେଶ ଲୋକସଭାରେ ସବୁଠାରୁ ବରିଷ୍ଠ ସଦସ୍ୟ। ସେ କେରଳର ମାଭେଲିକାରା ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି। କେରଳ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଓ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସଚେତକ ଅଛନ୍ତି ସୁରେଶ। ସମସ୍ତ ସାଂସଦଙ୍କ ଭୋଟ୍ ଆଧାରରେ ନିର୍ବାଚିତହେବେ ବାଚସ୍ପତି। ଏଥର ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏନଡିଏର ୨୯୩ ସାଂସଦ ଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟର ୨୩୪ ଜଣ ସାଂସଦ ଅଛନ୍ତି। ଆଜି ବାଚସ୍ପତି ନିର୍ବାଚନ ପରେ ଆସନ୍ତାକାଲି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Parliament Lok Sabha Speaker
Advertisment
Advertisment