Advertisment

ରଥଯାତ୍ରାରେ ପୁରୀ ଆସିପାରନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ !

ଜୁଲାଇ ୬ରୁ ୯ ତାରିଖ ଯାଏ ଓଡ଼ିଶା ଗସ୍ତରେ ଆସିପାରନ୍ତି । ପୁରୀ ସହ ଭୁବନେଶ୍ୱରରେ ରହଣି ନେଇ ସୂଚନା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
President Droupadi Murmu To Visit Puri During Ratha Yatra 2024

President Droupadi Murmu

ରଥଯାତ୍ରାରେ ପୁରୀ ଆସି ପାରନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଏଥର ରଥଯାତ୍ରାରେ ଯୋଗ ଦେଇ ପାରନ୍ତି ବୋଲି କୁହାଯାଉଛି। ଯଦିଓ ଏନେଇ ରାଷ୍ଟ୍ରପତି ଭବନରୁ ବିଧିବଦ୍ଧ ସୂଚନା ମିଳିନାହିଁ, ଜୁଲାଇ ୬ରୁ ୯ ତାରିଖ ଯାଏ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି। ଏହି ସମୟରେ ସେ ଭୁବନେଶ୍ୱର ସହ ପୁରୀ ଯିବେ।

Advertisment

ଏହି ଅବସରରେ ସେ ରଥଯାତ୍ରାରେ ସାମିଲ ହୋଇପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ୭ରୁ ୮ତାରିଖ ଦୁଇ ଦିନ ରାଷ୍ଟ୍ରପତି ପୁରୀରେ ରହିବା ସହ ଶ୍ରୀଜିଉଙ୍କୁ ଦର୍ଶନ କରିବେ ବୋଲି ଜଣାପଡ଼ିଛି। ସେହିପରି ରାଷ୍ଟ୍ରପତି ଭୁବନେଶ୍ୱର ସ୍ଥିତ ଖଣ୍ଡଗିରିରେ ଥିବା କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। 

ପଢନ୍ତୁ ଏହି ଖବର: ୧୯୭୧ ଭଳି ଏଥର ରଥଯାତ୍ରା, ଦିନ ୧.୧୦ରେ ହେବ ପହଣ୍ଡି

ଅନ୍ୟପକ୍ଷରେ ଆସନ୍ତା ୭ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି।।ଘୋଷଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ବ୍ୟବସ୍ଥିତ କରିବା ପାଇଁ ଆଜି ବସିବ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ କମିଟି ବୈଠକ। ପୁରୀ ଟାଉନ୍ ହଲ ପରିସରରେ ଦିନ ୧୧ଟାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ।

Advertisment

ଚଳିତ ବର୍ଷ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ୧୯୭୧ ମସିହାରେ ଅନୁଷ୍ଠିତ ହୋଇଥିବା ନୀତିକାନ୍ତି ଅନୁଯାୟୀ ଚଳିତ ବର୍ଷ ରଥଯାତ୍ରାରେ ନୀତିକାନ୍ତି ଅନୁଷ୍ଠିତ ହେବ।

ପଢନ୍ତୁ ଏହି ଖବର: Ratha Jatra 2024: କାହିଁକି ହୁଏ ମହାପ୍ରଭୁଙ୍କ ଶ୍ରୀଗୁଣ୍ତିଚା ଯାତ ? ଜାଣନ୍ତୁ ରଥଯାତ୍ରାର ବିଧି ସମ୍ପର୍କିତ କିଛି ତଥ୍ୟ...

ଆସନ୍ତା ଜୁଲାଇ ୭ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତେବେ ଏହାର ପୂର୍ବଦିନ ଅର୍ଥାତ୍ ଜୁଲାଇ ୬ରେ ପଟି ଦିଅଁଙ୍କ ଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବ ବୋଲି  ଛତିଶା ନିଯୋଗରେ ନିଷ୍ପତ୍ତି ନିଆଯାଇଥିଲା। ପରେ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ । ୬ ତାରିଖରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥଖଳାକୁ ଆଜ୍ଞା ମାଳ ବିଜେ କରିବ। ସକାଳ ୭ଟା ରୁ ୮ଟା ୩୦ ମଧ୍ୟରେ ସକାଳ ଧୂପ ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ରଥ ଆଜ୍ଞାମାଳ ବିଜେ ସକାଳ ୮ଟା ୪୫ରେ ଅନୁଷ୍ଠିତ ହେବ।

ସେହିପରି ସେହି ଦିନ ସନ୍ଧ୍ୟା ଧୂପ ପରେ ଅପରାହ୍ନ ୫ଟାରେ ଧ୍ୱଜା ଆଜ୍ଞାମାଳ ବିଜେ ହେବ। ଜୁଲାଇ ୭ରେ ରାତି ୨ଟାରେ ମଙ୍ଗଳ ଆଳତୀ ପରେ ବିଭିନ୍ନ ନୀତି କାନ୍ତି ବଢ଼ି ସକାଳ ୭ଟା ୩୦ ରୁ ୧୨ଟା ୩୦ ମଧ୍ୟରେ ସେନାପଟା ଲାଗି ହେବ। ଦିନ ୧୧ଟାରେ ରଥ ପ୍ରତିଷ୍ଠା, ୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇ ଅପରାହ୍ଣ ୨ଟା ୩୦ରେ ପହଣ୍ଡି ଶେଷ ହେବ। 

ଏହାପରେ ଅପରାହ୍ନ ୪ଟାରେ ଗଜପତିଙ୍କ ଦ୍ୱାରା ଛେରାପହଁରା ନୀତି ଅନୁଷ୍ଠିତ ହେବାପରେ ଅପରାହ୍ନ ୫ଟା ରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ରହିଛି। ଚଳିତ ବର୍ଷ ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି କିଭଳି ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ହୋଇପାରିବ ସେନେଇ ସମସ୍ତଙ୍କ ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ।

Ratha Jatra Ratha Yatra Draupadi Murmu President Droupadi Murmu
Advertisment
Advertisment