Advertisment

ଜୁନ୍ ୨୫କୁ କଳା ଦିବସ ପାଳିବ ବିଜେପି; ଜରୁରୀକାଳୀନ ପରିସ୍ଥିତି ଘୋଷଣାକୁ ବିରୋଧ କରି ପ୍ରତିବାଦ

ଆସନ୍ତାକାଲି କଳା ଦିବସ ପାଳିବ ବିଜେପି । ଜୁନ୍ ୨୫କୁ କଳା ଦିବସ ଭାବେ ପାଳନ କରିଆସୁଛି ବିଜେପି । ଜରୁରୀକାଳୀନ ପରିସ୍ଥିତି ଘୋଷଣାକୁ ବିରୋଧ କରି ପ୍ରତିବାଦ ।

author-image
Sujit kumar Swain
ଅଦ୍ୟତନ ହୋଇଛି
BJP to Observe June 25 as Black Day

BJP to Observe June 25 as Black Day

ଆସନ୍ତାକାଲି କଳା ଦିବସ ପାଳିବ ବିଜେପି। ଜିଲ୍ଲା ଠୁ ନେଇ ରାଜ୍ୟ ସ୍ତର ଯାଏଁ କଳା ଦିବସ ପାଳନ କରାଯିବ। ୧୯୭୫ ମସିହା ଜୁନ୍ ୨୫ ତାରିଖରେ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧି । ଏହାକୁ ବିରୋଧ କରି ଜୁନ୍ ୨୫କୁ କଳା ଦିବସ ଭାବେ ପାଳନ କରି ଆସୁଛି ବିଜେପି। 

Advertisment

ଆସନ୍ତାକାଲି ସବୁ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନି ସହ ସାମ୍ବାଦିକ ସମ୍ମିଳନୀ କରିବ ଦଳ। ଏହା ସହ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯିବ।

ଅଧିକ ପଢ଼ନ୍ତୁ: କିଏ ହେବେ କଂଗ୍ରେସ ବିଧାୟକ ଦଳ ନେତା ? ହାଇକମାଣ୍ଡଙ୍କୁ ଭେଟିଲେ ୬ ବିଧାୟକ

Advertisment

ବିଜେପି ଅଭିଯୋଗ କରିଛି ଗଣତନ୍ତ୍ର ଏବଂ ଭାରତର ସମ୍ଭିଧାନ କଂଗ୍ରେସ ସମୟରେ ସର୍ବାଧିକ କ୍ଷତିଗ୍ରସ୍ତ ଏବଂ ଅପମାନିତ ହୋଇଛି । ଜୁନ ୨୫ରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ରର ହତ୍ୟା କରିଥିଲା କଂଗ୍ରେସ । ବିରୋଧୀ ଦଳଙ୍କୁ ଜେଲରେ ପୁରେଇ ଥିଲେ, ୧୯ ମାସ ଧରି ତାନାଶାହି ଶାସନ ଚଳାଇ ଥିଲେ । କ୍ଷମତା ଖସିବା ଭୟରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲେ ଇନ୍ଦିରା ଗାନ୍ଧି । ନିଜର ସ୍ୱାର୍ଥ ଓ ପଦବୀର ସୁରକ୍ଷା ପାଇଁ ସେ ଏପରି କରିଥିଲେ । ତେବେ ବିଜେପି ଏକ ଦାୟିତ୍ୱ ସମ୍ପନ ଦଳ ହିସାବରେ ଜୁନ ୨୫କୁ କଳା ଦିବସ ଭାବେ ପାଳନ କରିବ ବୋଲି କୁହାଯାଇଛି ।

୨୫ ତାରିଖ ମଧ୍ୟରାତ୍ରିରେ ଏମରଜେନ୍ସି ଲାଗୁ କରିବା ପାଇଁ ରାଷ୍ଟ୍ରପତିଙ୍କ ଦସ୍ତଖତ ନେଇଥିଲେ ଇନ୍ଦିରା ଗାନ୍ଧି । ଏବଂ ସକାଳୁ ଦେଶବାସୀଙ୍କୁ ରେଡିଓ ଦ୍ୱାରା ଅବଗତ କରାଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି । ହେଲେ ଦେଶର ୧ଲକ୍ଷ ୧୧ହଜାର ଲୋକଙ୍କୁ ଜେଲ ଦଣ୍ଡାଦେଶ ହୋଇଥିବା ଘଟଣାରେ ଜନ ଅସନ୍ତୋଷ ବ୍ୟାପିବାରେ ଲାଗିଥିଲା । ସାମ୍ବିଧାନିକ ଧାରା ୩୫୨ ଅଧିନିୟମ ଅନୁସାରେ ୨୬ ଜୁନ ୧୯୭୫ ଠାରୁ ୧୯୭୭ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଲାଗୁ ରହିଥିଲା । 

BJP Emergency
Advertisment
Advertisment