ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଭାରତର ସମସ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ସମୟରେ, ଭାରତୀୟ ଗୁପ୍ତଚର ସଂସ୍ଥା ଖବର ପାଇଛି ଯେ କାନ୍ଦାହାରରେ ଆତଙ୍କବାଦୀ ସଂଗଠନ ଜୈଶ ତାଲିବାନଙ୍କ ନେତୃତ୍ୱଙ୍କୁ ଭେଟି ଭାରତକୈନ୍ଦ୍ରିକ କାର୍ଯ୍ୟ ପାଇଁ ସହାୟତା ଲୋଡିଛି।
ସ୍ଥାନୀୟ ପୋଲିସ୍ ଅଧକାରୀଙ୍କ କହିବାନୁସାରେ କିଶୋର ନିଖୋଜ ଥିବା ନେଇ ବାପା ଏମ୍ଆଇଡିସି ଥାନାରେ ଅଭିଯୋଗ କରିଥିଲେ। କିଶୋର ମୋବାଇଲରେ ପବଜି ଖେଳି ନିଜ ମା'ର ବ୍ୟାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛି । ଏହା ଜାଣିବା ମାତ୍ରେ ତାଙ୍କ ବାପା କିଶୋରଙ୍କୁ ଗାଳି ଦେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସୀ ମାଧ୍ୟମରେ ଜାଲିଆନାୱାଲା ବାଗ୍ ସ୍ମାରକର ପୁନର୍ନିର୍ମିତ ପରିସରକୁ ଉଦଘାଟନ କରିଛନ୍ତି। ନୂଆ ପରିସରକୁ ଉଦ୍ଘାଟନ କଲା ପରେ ସେଠାରେ ଉପସ୍ଥିତ ସମସ୍ତଙ୍କୁ ମୋଦୀ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ପଞ୍ଜାବର ବୀର ଭୂମି ଏବଂ ଜାଲିଆନାୱାଲା ବାଗର ପବିତ୍ର ମାଟିକୁ ମୋର ଅନେକ ଅନେକ ପ୍ରଣାମ।"
ଆଧାର କାର୍ଡକୁ ପାନ୍ ବା ଇପିଏଫ ସହିତ ସଂଯୁକ୍ତ କରିବା ନେଇ ସୁବିଧାରେ ଆସୁଥିବା ରୋକଦେବାର ଖବରକୁ ନେଇ ୟୁଆଇଡିଏଆଇ ସୂଚନା ଦେଇଛି। ଏହା ସହିତ ଲୋକଙ୍କୁ ସୂଚେଇ ଦେଇଛି ଯେ ଯଥା ଶୀଘ୍ର ଆଧାରକୁ ପାନ୍ ସହିତ ସଂଯୁକ୍ତ କରିବାକୁ। ଆଜି ୟୁଆଇଡିଏଆଇ କହିଛି ଯେ ଏହାର ସମସ୍ତ ସେବା ସ୍ଥିର ଅଛି ଏବଂ ଠିକ ଭାବେ କାମ ମଧ୍ୟ କରୁଛି।
ପାଇଲଟଙ୍କୁ ହାର୍ଟଆଟାକ ଆସିବା ସମୟରେ ବିମାନଟି ରାୟପୁର ପାଖ ଇଲାକାରେ ଥିଲା । ବିମାନର କର୍ମଚାରୀମାନେ କୋଲକାତା ଏଟିସି ସହ ଯୋଗାଯୋଗ କରି ତାଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ । ଯାହା ପରେ ତାଙ୍କୁ ନିକଟସ୍ଥ ନାଗପୁର ବିମାନବନ୍ଦରରେ ଅବତରଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।
ଜଳମଗ୍ନ ହୋଇ ମାୟାନଗରୀର ବଡ଼ ଭାଗ ବୁଡ଼ିଯିବ । ପ୍ରକୃତି ଚେତାବନୀ ଦେଲାଣି, ବେଳହୁଁ ସାବଧାନ ହେବାକୁ ପଡ଼ିବ । ମୁମ୍ବାଇ ମହା ନଗରପାଳିକା କମିଶନର ଇକବାଲ ସିଂ ଚହଲ ମୁମ୍ବେଇ ସହର ପାଇଁ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ୨୦୫୦ ସୁଦ୍ଧା ଦକ୍ଷିଣ ମୁମ୍ବାଇର ନରିମାନ ପଏଣ୍ଟ, ରାଜ୍ୟ ସଚିବାଳୟ 'ମନ୍ତ୍ରଣାଳୟ ସମେତ ଦକ୍ଷିଣ ମୁମ୍ବାଇର ଏକ ବଡ଼ ଅଂଶ ପାଣିରେ ବୁଡ଼ିଯିବ ।
ଜଣେ ୨୦ ବର୍ଷର ଯୁବତୀଙ୍କ ଫଟୋକୁ ଦେଖାଇ ୪୫ ବର୍ଷୀୟ ମହିଳାଙ୍କର ବାହାଘର ହେବାକୁ ଯାଉଥିଲା। ଯୁବକ ଜଣକ ଜାଣିପାରିଲେ ତାଙ୍କ ସହ ପ୍ରତାରଣା ହେଉଛି। ତେଣୁ....
ଆଫଗାନିସ୍ତାନ ରାଜଧାନୀ କାବୁଲ ବିମାନବନ୍ଦର ବାହାରେ ହୋଇଥିଲା ସିରିଜ୍ ବୋମା ବିସ୍ଫୋରଣ । ଏଥିପାଇଁ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସାନ୍ ପ୍ରୋବିଂସ (ISKP) ନିଜକୁ ଦାୟୀ କରିଛି ।
ଆତ୍ମନିର୍ଭରଶୀଳ ଭାରତକୁ ସମର୍ଥନ କରିବାକୁ ଯାଇ ସିଡିଏସ୍ ଜେନେରାଲ୍ ବିପିନ ରାୱତ କହିଛନ୍ତି ଯେ, ବାହାରୁ ଶକ୍ତି ଧାର ଆଣି ଭାରତର ରେଜିଓନାଲ ପାୱାର ହେବାର ସ୍ୱପ୍ନ କେବେ ବି ପୂରଣ ହୋଇପାରିବ ନାହିଁ ।
ଆନ୍ଧ୍ରପ୍ରଦେଶ ବଙ୍ଗୋପସାଗରରେ ଉପକୂଳ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ । ୨ କିଲୋମିଟର ପଛକୁ ଚାଲିଗଲା ସମୁଦ୍ର ଲହଡ଼ି । ଆନ୍ଧ୍ର ପୂର୍ବ ଗୋଦାବରୀ ଜିଲ୍ଲାରେ ଥିବା ବଙ୍ଗୋପ ସାଗର ଅଂଚଳରେ ସମୁଦ୍ର କିଛି ସମୟ ଲାଗି ୨ କିଲୋମିଟର ଦୂରକୁ ଚାଲି ଯାଇଥିଲା ।
ଟ୍ୟାକ୍ସିରେ ଗଲାବେଳେ ଆପଣ ହୁଏତ କେବେ ନା କେବେ ଟ୍ରାଫିକ୍ ଜାମରେ ଫସିଥିବେ। ଏହି ସମୟରେ ଆପଣଙ୍କ ମନକୁ ଆସୁଥିବ ଯେ, ଏମିତି କିଛି ବ୍ୟବସ୍ଥା ଥାନ୍ତା କି, ଯେଉଁଥିରେ ଆମେ ଉଡ଼ି ଉଡ଼ି ପଳାନ୍ତୁ। ଭାରତରେ ଏଭଳି ସ୍ୱପ୍ନ ଆଗକୁ ହୁଏତ ବାସ୍ତବତାର ରୂପ ନେଇପାରେ । ଦେଶରେ ନୂଆ ଡ୍ରୋନ ନୀତି ଘୋଷଣା ହେବା ପରେ, ଏୟାର୍ ଟ୍ୟାକ୍ସି ଚଳାଚଳ ପାଇଁ ବାଟ ଫିଟିଛି ।.
କଠିନ ପରିଶ୍ରମ କରି ରାଜନାଥ ଦତ୍ତ ମାତ୍ର ୩୦ ସେକେଣ୍ଡରେ ୫୮ ଟି ପୁଶଅପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାମ ପଞ୍ଜିକରଣ କରିଛନ୍ତି। ପିଲାଦିନରୁ ଜିମ୍ନାଷ୍ଟିକ୍ ପ୍ରତି ଆଗ୍ରହୀ ଥିବା ରାଜନାଥ ତାଙ୍କ ପିତାମାତାଙ୍କଠାରୁ ପ୍ରେରଣା ପାଇଥିଲେ, କାରଣ ରାଜନାଥଙ୍କ ପିତାମାତା ମଧ୍ୟ ଭଲ ଜିମ୍ନାଷ୍ଟିକ୍ ଖେଳାଳି ଥିଲେ।
ମହାରାଷ୍ଟ୍ରରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ଥମିବାରେ ନା ନେଉନାହିଁ। ଦୁଇ ଦିନିଆ ପୋଲିସ ମାମଲା, ଗିରଫ ଏବଂ ଜାମିନ ପରେ ରାଣେ ପୁଣିଥରେ ଜନ ଆଶିର୍ବାଦ୍ ଯାତ୍ରା ଆରମ୍ଭ କରିଛନ୍ତି
ଆଫଗାନିସ୍ତାନରେ ସ୍ଥିତି ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି । ସେଠାରେ ତାଲିବାନ କବ୍ଜା କରିବା ପରଠାରୁ ଭାରତ ନିଜ ନାଗରିକମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରଖିଛି । ଯଥା ସମ୍ଭବ ଲୋକଙ୍କୁ ସେଠାରୁ ଉଦ୍ଧାର କରାଯାଉଛି ।
ରାଜଧାନୀ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ସରକାର ସେପ୍ଟେମ୍ବର ୧ ରୁ ୯ମରୁ ଦ୍ୱାଦଶ ଏବଂ ୮ ତାରିଖରୁ ୬ଷ୍ଠରୁ ୮ମ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି। ଗଠିତ ବିଶେଷଜ୍ଞ କମିଟିର ମତାମତକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ରାଜଧାନୀରେ ଧୀରେ ଧୀରେ ସ୍କୁଲଗୁଡ଼ିକ ଖୋଲାଯିବା ଉଚିତ ବୋଲି ବିଶେଷଜ୍ଞ କମିଟି ପରାମର୍ଶ ଦେଇଛନ୍ତି।
ପୁଣି ପୋଲିସ ବାବୁଙ୍କ ଦାଦାଗିରିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ନିଜ ପଦବୀର ଦୁରୁପଯୋଗ କରି ଜଣେ ପରିବା ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଏପରି ଭାବରେ ମାଡ଼ ମାରିଛନ୍ତି ଯାହାକୁ ନେଇ କେବଳ ବିହାର ପାଟନା ନୁହେଁ ବରଂ ପୂରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଘଟଣାରେ କୌଣସି ବଡ଼ କାରଣ ନଥିବା ପରେ ବି ପରିବା ବିକାଳିଙ୍କୁ ମନଇଚ୍ଛା
ରାଜସ୍ଥାନର ଶେଖୱାଟୀ ଅଞ୍ଚଳସ୍ଥିତ ଚୁରୁରେ ଲୋକମାନେ ବିଷାକ୍ତ ସାପ ସହିତ ଖେଳିବାକୁ ଭଲ ପାଆନ୍ତି । ଏହା ସେଠାକାର ଲୋକଙ୍କର ଏକ ପ୍ରକାର ସୌକ । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ଶତ ପ୍ରତିଶତ ସତ ।
ଦୀର୍ଘଦିନ ହେବ କଂଗ୍ରେସରେ କନ୍ଦଳ ଲାଗିରହିଛି। ଦଳର ନେତାମାନେ ଖୋଲାଖୋଲି ଗଣମାଧ୍ୟମ ସାମ୍ନାରେ ଅନ୍ୟ ନେତାଙ୍କ ବିରୋଧରେ ମନ୍ତବ୍ୟ ଦେଉଛନ୍ତି। ଯାହାକୁ ନେଇ ଚିନ୍ତାରେ ଏବେ ହାଇକମାଣ୍ଡ ଅଛନ୍ତି।
ପ୍ରବଳ ବର୍ଷାରେ ବେହାଲ ହେଲାଣି ଡ଼େରାଡୁନ୍। ଯେଉଁ ଆଡ଼େ ଦେଖିବେ ଖାଲି ପାଣି ହିଁ ପାଣି । ପ୍ରବଳ ବର୍ଷା ପାଇଁ ବନ୍ୟାସ୍ଥିତି ଉପୁଜିଲାଣି। ସ୍ଥିତି ଏମିତି ହେଲାଣି ଯେ, ଅନେକ ତଳିଆ ଅଂଚଳରେ ବନ୍ୟାସ୍ଥିତି ଉପୁଜିଲାଣି। ଯାହାକୁ ନେଇ ଚିନ୍ତାରେ ତଳିଆ ଅଂଚଳବାସୀ। ୪୮ ଘଂଟା ଧରି ଲଗାଣ ବର୍ଷା ହେବାରୁ ଡେରାଡୁନ୍-ହୃଷିକେଶ୍ ରାସ୍ତାରେ ଏକ ବ୍ରିଜ୍ ଭାଙ୍ଗିଯାଇଛି
ଦେଶରେ ପୁଣି ବଢିବାରେ ଲାଗିଛି କରୋନା। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୪୪,୬୫୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାସହ ଗତ ୨୪ ଘଂଟାରେ ୪୯୬ ଜଣଙ୍କ ଆକ୍ରାନ୍ତଙ୍କ ପ୍ରାଣ ନେଇଛି ମହାମାରୀ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୨୬,୦୩,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪,୩୬,୮୬୧ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା
ରାଜ୍ୟର ବର୍ଦ୍ଧିତ ଲୋକ ସଂଖ୍ୟା ତଥା ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଯୁକ୍ତି ଦିଆଯିବ ଅଧିକ ୬୦ ହଜାର ପୋଲିସ
ଆସାମର ଦିମା ହାସାଓ ଜିଲ୍ଲାର ଉମରଙ୍ଗସୋ ଲଙ୍କା ରାସ୍ତାରେ ସାତୋଟି ଟ୍ରକକୁ ଜାଳି ଦେଇଥିଲେ ଉଗ୍ରବାଦୀ । ଏହି ଘଟଣାରେ ୫ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ସନ୍ଦିଗ୍ଧ ଉଗ୍ରବାଦୀମାନେ ଟ୍ରକ ଜାଳିବା ପୂର୍ବରୁ ଅନେକ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ।
ଶ୍ରମିକଙ୍କ ମସିହା ତଥା ଲୋକପ୍ରିୟ ଅଭିନେତା ସୋନୁ ସୁଦ ଆଜି ରାଜଧାନୀ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବଂ ଅଭିନେତା ସୋନୁ ସୁଦ୍ ଶୁକ୍ରବାର ଦିନ ୧୦ଟାରେ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ନେତୃତ୍ୱ ବଦଳାଇବା ପାଇଁ ଗୋଷ୍ଠୀ ବିବାଦ ଚରମରେ । ଛତିଶଗଡରେ ଅଢ଼େଇ ଅଢ଼େଇ ବର୍ଷର ମୁଖ୍ୟମନ୍ତ୍ରୀ ପଦ ବିବାଦ ପୁଣି ସାମ୍ନାକୁ ଆସିଛି । ଭୂପେଶ ବଘେଲ, ଦଳର ୨୦ରୁ ଅଧିକ ବିଧାୟକଙ୍କୁ ଧରି ଦିଲ୍ଲୀରେ ଡେରା ପକାଇଛନ୍ତି । ଦଳର ୨ ବରିଷ୍ଠ ନେତାଙ୍କ ମଧ୍ୟରେ ବିବାଦ ବଢ଼ୁଥିବାରୁ ଏହାର ସମାଧାନ ପାଇଁ ରାହୁଲ ଗାନ୍ଧି ନିକଟରେ ଏକ ବୈଠକ କରିଥିଲେ, ହେଲେ ସେଥିରେ କୌଣସି ସମାଧାନର ବାଟ ବାହାରି ପାରିଲା ନାହିଁ ।
ଶୁଆମାନଙ୍କୁ ସମସ୍ତେ ପିଞ୍ଜରା ଭିତରେ ରଖନ୍ତି। ତାଙ୍କୁ ଖାଇବାକୁ ଦିଅନ୍ତି। ହେଲେ କାଳେ ଉଡ଼ିଯିବେ ସେଥିପାଇଁ ମୁକ୍ତ କରନ୍ତି ନାହିଁ। ପକ୍ଷୀଟିଏକୁ ନିଜ ଘରେ ପାଳନ୍ତି ସିନା, ହେଲେ ସ୍ୱାଧୀନତା ଦିଅନ୍ତି ନାହିଁ। ନିଜ ଅଧିନରେ ରଖନ୍ତି। ଏଥିପାଇଁ ପକ୍ଷୀମାନେ ଭୀତତ୍ରସ୍ତ ହୋଇ ମନ ଦୁଃଖରେ ରୁହନ୍ତି। ପିଞ୍ଜରା ଭିତରେ ଛଟପଟ ହୁଅନ୍ତି।