କ୍ରମାଗତ ଦ୍ୱିତୀୟ ଦିନ ଭାରତୀୟ ବଜାରରେ ସୁନା ମୂଲ୍ୟରେ ହ୍ରାସ ଘଟିଛି। ଏଥି ସହିତ ଆଜି ରୂପା ମଧ୍ୟ ଶସ୍ତା ହୋଇଛି। ଦୁର୍ବଳ ବିଶ୍ୱସ୍ତରୀୟ ସୂତ୍ର ଯୋଗୁଁ ସୁନା-ରୂପା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଆଜି, MCX ଉପରେ ସୁନା ମୂଲ୍ୟ ୦.୪ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୪୭,୪୦୬ ଟଙ୍କା ହୋଇଛି। ଏଥି ସହିତ ରୂପା ୦.୧୯ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ ପିଛା ୬୫,୨୦୮ ଟଙ୍କା ହୋଇଛି।
ଉପହାସ କରୁଥିଲେ ଗାଁ ଲୋକେ । ହେଲେ ନିଜ ଲକ୍ଷ୍ୟ ପଥରୁ ଓହରି ନ ଥିଲେ । ଫଳରେ ଆଜି ସେ ସଫଳତା ସ୍ୱାଦ ଚାଖିବାକୁ ଯାଉଛନ୍ତି। ପ୍ରଥମ ମହିଳା କ୍ରିକେଟ ଖେଳାଳିଭାବେ ଏବେ ଜିଲ୍ଲା ପାଇଁ ଖେଳିବେ। ସେ ରାଜସ୍ଥାନ ବାଡମେରର ଏକ ଛୋଟ ଗାଁ କାନାସରର ଅନୀସା ବାନୋ ମେହତ । ଗତ ଅଗଷ୍ଟ ୨୭ ତାରିଖରେ ଜୟପୁରରେ ହେଉଥିବା ସବାଇ ମାନ ସିଂ ଷ୍ଟାଡିୟମରେ ଖେଳାଯାଉଥିବା ଟ୍ରାଏଲ ମ୍ୟାଚ୍ରେ ଅନୀସାଙ୍କୁ ଭଲ ବୋଲର ଭାବେ ଚୟନ କରାଯାଇଛି ।
ପୋଲିସ ଅଟୋକୁ ଜବତ କରି ଜରିମାନା ଟଙ୍କା ଜମା କରିବାକୁ କହିଥିଲେ। ଡ୍ରାଇଭର ପାଖରେ ନିର୍ଦ୍ଧାରିତ ଟଙ୍କା ନଥିବାରୁ ଘରୁ ନିଜ ପୁଅର ସଞ୍ଚିତ କୁମ୍ପିକୁ ନେଇ ପୋଲିସ ଷ୍ଟେସନରେ ପହଞ୍ଚିଥିଲା। ଏହାକୁ ଦେଖି ବରିଷ୍ଠ ଥାନା ଅଧିକାରୀ ଚକିତ ହୋଇ ପଡିଲେ ଏବଂ କୁମ୍ପିକୁ ଥାନାକୁ ଆଣିବାର କାରଣ ପଚାରିଲେ।
କରୋନାର ମୁକାବିଲା ପାଇଁ ସାରା ବିଶ୍ୱରେ ଟିକାକରଣ ଚାଲିଥିବା ବେଳେ ଏବେ ନକଲି ଟିକାକୁ ନେଇ ଲୋକମାନେ ଅଡୁଆରେ ପଡିଛନ୍ତି । ଦକ୍ଷିଣ-ପୂର୍ବ ଏସିଆ ଓ କେତେକ ଆଫ୍ରିକୀୟ ଦେଶରେ ଠାବ ହୋଇଛି ନକଲି କୋଭିସିଲ୍ଡ ଟିକା
ବଜାରର ଚାହିଦାକୁ ଦେଖି ଚାଷ । ଯେଉଁ ଜମିରେ ଚାଷ କରି ପରିବାର ପୋଷିବା କଷ୍ଟକର ହୋଇପଡିଥିଲା ସେହି ଜମିରେ ଚାଷ କରି ଭଲ ରୋଜଗାର କରିଛନ୍ତି ଭୋପାଳର ଚାଷୀ । ଆଉ ଏହି ଚାଷ ହେଉଛି ନାଲି ଭେଣ୍ଡି
ଦେଶରେ ଆଜି ସାମାନ୍ୟ କମିଛି ସଂକ୍ରମଣ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଂଟାରେ ଦେଶରେ ୩୧,୨୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ମହାମାରୀରେ ୨୯୦ ଜଣଙ୍କ ପ୍ରାଣ ଯାଇଛି
ଗ୍ରେଟର ନୋଏଡାରେ ବନବିଭାଗ ଟିମ୍ ଏକ ପୋଷା ମାଙ୍କଡ ଛୁଆକୁ ଉଦ୍ଧାର କରିଛି । ଆଇନ ପାଠ ପଢେଇ ବନବିଭାଗ ମାଙ୍କଡ଼ଟିକୁ ସିନା ନେଇଗଲା, ହେଲେ ପୋଷା ମାଙ୍କଡକୁ ଝୁରି ଝୁରି ଉକ୍ତ ପରିବାର ଲୋକଙ୍କ ଅବସ୍ଥା ଏବେ ବେହାଲ। ସେମାନଙ୍କ ଆଖିରୁ ଲୁହର ଧାର ଶୁଖୁନି।
ଅଗଷ୍ଟ ୨୮ରେ କୃଷକଙ୍କ ଉପରେ ପୋଲିସର ଲାଠି ଚାର୍ଜ ଅଭିଯୋଗ ବିରୋଧରେ କର୍ଣ୍ଣାଲରେ ମଙ୍ଗଳବାର ଦିନ ଏକ ମହାପହଞ୍ଚାୟତ ଡକାଯାଇଛି । ଏଥି ସହିତ କୃଷକମାନେ 'ଲଘୁ ସଚିବାଳୟ'କୁ ଘେରିବା ଜିଦରେ ଅଟଳ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଭାବରେ ୧୪୪ ଧାରା ଲାଗୁ କରିଛି
ଗତ ୨୦ ଦିନ ଭିତରେ କୋଚିନି ସିପ୍ୟାର୍ଡ ଲିମିଟେଡକୁ ଏହା ଦ୍ୱିତୀୟ ଧମକପୂର୍ଣ୍ଣ ଇମେଲ୍ ବୋଲି ସୂଚନା ମିଳିଛି। ଏହି ଅଜଣା ଇମେଲ ପରେ ସିପ୍ୟାର୍ଡରେ ପୋଲିସ ଓ ସିଆଇଏସଏଫ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।
କୁହାଯାଏ କୌଣସି କାମ ପାଇଁ ଯଦି ଇଛା ଅଛି ତେବେ କୌଣସି ସମସ୍ୟା ବି ଆପଣଙ୍କୁ ରୋକି ପାରିବ ନାହିଁ। ଗୋରଖପୁରର ସନ୍ଧ୍ୟା ସାହାଣୀ ଏହି କଥାକୁ ସତ କରି ଦେଖେଇଛନ୍ତି। ସନ୍ଧ୍ୟାଙ୍କୁ ପାଠ ପଢିବାର ଆଗ୍ରହ ଅଛି। ହେଲେ ସ୍କୁଲ୍ ଯିବାକୁ ରାସ୍ତା ନାହିଁ, ଅନ୍ଲାଇନ କ୍ଲାସ୍ ପାଇଁ ପାଖରେ ଫୋନ୍ ନାହିଁ। କିନ୍ତୁ ଏହା ବାଦ ବି ସେ ଯେଉଁଭଳି ଭାବେ ପାଠ ପଢୁଛନ୍ତି ତାହା ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ତାଙ୍କର ଏହି କାମକୁ ପ୍ରଶଂସା କରିଛନ୍ତି।
କରୋନା ପରେ ଏବେ ନିପା ଭାଇରସ ସଂକ୍ରମଣ ଭୟକୁ ଦ୍ନିଗୁଣିତ କରିଛି। ରବିବାର କେରଳରେ ନିପା ଭାଇରସ ମାମଲା ଆସିଥିଲା। କେରଳରେ ଏହି ଭାଇରସ ଦ୍ୱାରା ୧୨ ବର୍ଷର ଏକ ପିଲାର ମୃତ୍ୟୁ ଘଟିବା ସହ ୨ ରୋଗୀ ଚିକିତ୍ସାଧିନ ଅଛନ୍ତି। ପରେ ତାମିଲନାଡୁର କୋଏମ୍ବାଟୁର ଠାରେ ଆଉ ଏକ ରୋଗୀ ଚିହ୍ନଟ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା।
ଆଉ କେତେ ସଫଳତା ପାଇଲେ ପାରା ଆଥ୍ଲେଟ୍ଙ୍କୁ ଦାବିକୁ ବିଚାରକୁ ନେବେ ରାଜ୍ୟ ସରକାର? ସାଧାରଣ ଆଥ୍ଲେଟ୍ଙ୍କ ଭଳି ସେମାନଙ୍କୁ କେବେ ମିଳିବ ସମାନ ସୁବିଧା ସୁଯୋଗ? ଏଥର ଟୋକିଓ ପାରାଲିମ୍ପିକ୍ସରେ ଭାରତର ଐତିହାସିକ ସଫଳତା ଏବଂ ଓଡ଼ିଆ ଆଥଲେଟ୍ ପ୍ରମୋଦ ଭଗତଙ୍କ ଗୋଲ୍ଡ ମେଡାଲ ହାସଲ ପରେ ଏ ଦାବିକୁ ପୁଣି ଦୋହରାଇଛି ରାଜ୍ୟ ପାରା ପ୍ଲେୟାର୍ସ ଫୋରମ୍
ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି କଂଗ୍ରେସ ନେତା ଶଶୀ ଥରୁର୍। କେତେବେଳେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରନ୍ତି ତ ଆଉ କେତେବେଳେ ସମାଲୋଚନା। ନିଜର ରାଜନୈତିକ ଗୋଟି ଚାଳନା ପାଇଁ ସବୁବେଳେ କିନ୍ତୁ ଗଣମାଧ୍ୟମରେ ଚର୍ଚ୍ଚାରେ ରହନ୍ତି ଶଶୀ। ତେବେ ଏବେ ଶଶୀ ରାଜନୈତିକ ଆଲୋଚନା କି ସମାଲୋଚନା ପାଇଁ ନୁହେଁ ମଧ୍ୟ ନିଜର ଗୀତ ପାଇଁ ବେଶ୍ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି।
ଲକର ନିୟମରେ ବଡ଼ ଧରଣର ପରିବର୍ତ୍ତନ କଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। RBI ଅଧୀନରେ ଥିବା ବ୍ୟାଙ୍କଗୁଡ଼ିକୁ ତିନି ବର୍ଷର ଭଡା ଏବଂ ଗ୍ରାହକଙ୍କଠାରୁ ଲକରର ଚାର୍ଜ ସହିତ ସମାନ ଟର୍ମ ଜମା ରାଶି ନେବାକୁ ଅନୁମତି ଦିଆଯାଇଛି
ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛିଦିନ ହେବ ସେ ଅସୁସ୍ଥ ହୋଇପଡିଥିଲେ। ବର୍ତ୍ତମାନ ତାଙ୍କୁ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଅକ୍ଷୟ କୁମାର ତାଙ୍କ ଅସୁସ୍ଥ ମା’ଙ୍କୁ ଦେଖିବା ନେଇ ସୋମବାର ସକାଳେ ବ୍ରିଟେନରୁ ସୁଟିଂ ଛାଡି ମୁମ୍ବାଇ ଫେରିଆସିଛନ୍ତି।
ହ୍ଵାଟସଆପ ୟୁଜରଙ୍କ ପାଇଁ ଖରାପ ଖବର। ହାତ ଗଣତି କେଇଟା ଦିନ ପରେ ମୋବାଇଲରେ ବନ୍ଦ ହୋଇଯିବ ହ୍ଵାଟସ୍ଆପ୍। ନଭେମ୍ଵର ପହିଲାରୁ ନାମୀଦାମୀ ଏହି ୪୩ଟି ସ୍ମାର୍ଟଫୋନରେ ଆଉ କାମ କରିବନି ହ୍ଵାଟସ୍ଆପ୍। ଏକଥା ଶୁଣିବା ପରେ ଚିନ୍ତାରେ ପଡିଛନ୍ତି ହ୍ଵାଟସଆପ ୟୁଜର୍ସ
ଚାଷୀ ନେଇ ପୁଣି ଆରମ୍ଭ ହୋଇଯାଇଛି ରାଜନୀତି। ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ ତ ଅନ୍ୟପଟେ ରାହୁଲଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖ୍ୟପାତ୍ର ସମ୍ବିତ ପାତ୍ର। କିଛି ଦିନ ପୂର୍ବରୁ ରାହୁଲ ଏକ ଟ୍ୱିଟ୍ କରିଥିଲେ। ଆଉ କହିଥିଲେ କେନ୍ଦ୍ର ସରକାର ଚାଷୀଙ୍କ ଲାଗି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ। ଦେଖିବାକୁ ମିଳୁଛି ଯେ, ଜଣେ ଡାକ୍ତର ପିପିଇ କିଟ୍ ପିନ୍ଧି ଜଣେ ରୋଗୀଙ୍କ ପାଖକୁ ଯାଉଛନ୍ତି। ଆଉ ରୋଗୀ ଜଣକ ଭୂତ ଭୂତ କହି ପାଟି କରୁଛନ୍ତି। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଡାକ୍ତର ଜଣକ ରୋଗୀଙ୍କ ପାଖରେ ପହଞ୍ଚୁଛନ୍ତି।
୧୯୯୬ରେ ପଞ୍ଜାବରେ ରହୁଥିବା ଦୁଇଭାଇ ପ୍ରଦୀପ ସୋନି ଓ ବିଜୟ ସୋନି ବ୍ରିଟିସର ଏକ ବିମାନର ଲ୍ୟାଣ୍ଡିଂ ଗିୟରରେ ଲୁଚି ଭାରତରୁ ଲଣ୍ଡନ ପହଞ୍ଚିଥିଲେ। ଆଉ ଏହା ଜାଣିବା ପରେ ପୂରା ବିଶ୍ୱ ଏବେ ଆଶ୍ଚର୍ଯ୍ୟ ହୋଇଯାଇଛି। କାରଣ ବିମାନର ଗିୟରରେ ଏମାନେ ଗଲେ କେମିତି? ସୂଚନା ଅନୁସାରେ, ଏହି ଦୁଇ ଭାଇ ଲଣ୍ଡନ ଯିବାକୁ ଚାହୁଁଥିଲେ। କିନ୍ତୁ ଲଣ୍ଡନ ଯିବାକୁ ସେମାନଙ୍କ ପାଖରେ ଆବଶ୍ୟକୀୟ କାଗଜପତ୍ର ନଥିଲା।
ସେଣ୍ଟ୍ରାଲ ଦିଲ୍ଲୀର ଲୋହାମଣ୍ଡିରେ ରହୁଥିବ ଦିନ ମଜୁରିଆଙ୍କ ଘରେ ଭ୍ୟାକ୍ସିନ ପହଞ୍ଚାଇବା ପାଇଁ ‘ଭ୍ୟାକ୍ସିନେସନ ଅନ୍ ହ୍ୱିଲ୍’ ସେବା ଯୋଜନାକୁ ଲଞ୍ଚ କରାଯାଇଛି ।
ଦେଶରେ ଆଜି ସାମାନ୍ୟ କମିଛି ମହାମାରୀ। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୩୮,୯୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବଂ ୨୧୯ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଭାରତରେ ଆଜି ମୃତକଙ୍କ ସଂଖ୍ୟା ମଧ୍ୟ କମ୍ ରହିଥିବା ସୂଚନା ମିଳିଛି
ଦ୍ୱାଦଶ ଶତାବ୍ଦୀରେ ପରମାର ରାଜବଂଶର ଗଡପତି ଶିବଙ୍କୁ ପରାସ୍ତ କରି ଏହି ଦୁର୍ଗକୁ କବଜା କରିନେଇଥିଲେ ପୃଥବୀରାଜ ଚୌହାନଙ୍କ ମୁଖ୍ୟ ସାମନ୍ତ ଖେତ ସିଂ ଖଙ୍ଗାର । ଆଉ ଗଡ଼ ଅକ୍ତିଆର କରିବା ପରେ ଖଙ୍ଗାର ରାଜବଂଶର ମୂଳଦୁଆ ପଡ଼ିଥିଲା । ଗରକୁନ୍ଦର ଦୁର୍ଗ ଏକ ହେକ୍ଟରରୁ ଅଧିକ ଜମିରେ ନିର୍ମିତ ହୋଇଛି ।
ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବା ବେଳେ ଏବେ ପୁଣି ନିପା ଭାଇରସ୍ ଭୟ। କେରଳରେ ଏହି ଭାଇରସ୍ ଜଣେ ୧୨ ବର୍ଷର ନାବାଳକର ଜୀବନ ନେଇଥିବା ବେଳେ ଆଉ ୨ ଜଣ ଏହି ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି।
ମମତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ନଭେମ୍ବର ୪ ପୂର୍ବରୁ ଯେକୌଣସି ବିଧାନସଭା ଆସନରେ ନିର୍ବାଚନ ଜିତିବାକୁ ପଡ଼ିବ। ଭବାନୀପୁରରେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଓ ଅକ୍ଟୋବର ୩ରେ ଗଣତି ହେବ। ସେପଟେ ବିଜେପି, କଂଗ୍ରେସ ସେଠାରେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି।
ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଆୟକର ରିଟର୍ଣ୍ଣ (ITR) ଦାଖଲ କରିବାକୁ ୭୫ ବର୍ଷରୁ ଅଧିକ ବୟସର ନାଗରିକଙ୍କ ଛାଡ ପାଇଁ ଆୟକର ବିଭାଗ ଘୋଷଣା ଫର୍ମକୁ ସୂଚିତ କରିଛି। ବରିଷ୍ଠ ନାଗରିକମାନଙ୍କୁ ଏହି ଫର୍ମ ବ୍ୟାଙ୍କଗୁଡିକରେ ଦାଖଲ କରିବାକୁ ପଡିବ।