ପୀଡିତା ଜଣକ କହିଛନ୍ତି ଯେ ଯେତେବେଳେ ସୋଲାର ପ୍ରୋଜେକ୍ଟ ପାଇଁ ପରିଦର୍ଶନରେ ଯାଉଥିଲେ, ସେହି ସମୟରେ ଅଭିଯୁକ୍ତମାନେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏସବୁ ଘଟଣା ମନ୍ତ୍ରୀଙ୍କ ସରକାରୀ ବାସଭବନ, ଏମ୍ଏଲଏ ହଷ୍ଟେଲ ଓ ହୋଟେଲ ରୁମ୍ରେ ଘଟିଥିଲା।
ତାଲିବାନ୍ର କାବୁଲ୍ ଅଧିକାର ପରେ ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତି ଏବଂ ସେଠାରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ବୈଠକରେ ବିଷଦ୍ ଆଲୋଚନା ହୋଇଛି। ଆଫଗାନିସ୍ତାନରେ ଫସିଥିବା ହିନ୍ଦୁ ଓ ଶିଖ୍ ମାନଙ୍କୁ କିଭଳି ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯିବ, ତାଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ତେବେ ଆଜି ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି । ଆପ୍ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଡେରାଡୁନ୍ ଗସ୍ତରେ ଯାଇ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ।
ମେଦବହୁଳତାକୁ ଏବେ ସାରା ବିଶ୍ୱ ଚିନ୍ତାରେ। ତେବେ ଏଥିପାଇଁ ମେଟାବୋଲିଜିମ୍ର ମନ୍ଥରତା ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ, ଯେଉଁଥିପାଇଁ ଅଧିକାଂଶ ଜୀବନଶୈଳୀ ଦାୟୀ ବୋଲି କୁହାଯାଏ। ଆମେ ଭାବୁ ଯେ ଏହା କେବଳ ମାନବ କ୍ଷେତ୍ରରେ ହୋଇଥାଏ। କିନ୍ତୁ ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ ଡଲଫିନ୍ ସହିତ ମଧ୍ୟ ଏଭଳି ହୋଇଥାଏ। ଡ୍ୟୁକ୍ ୟୁନିଭର୍ସିଟିର ଅନୁସନ୍ଧାନରୁ ଜଣାପଡିଛି ଯେ ବଟଲନୋଜ୍ ଡଲଫିନ୍ମାନେ ବୟସ ଅନୁସାରେ କମ୍ ହାରରେ କ୍ୟାଲୋରୀ ବର୍ଣ୍ଣ କରିବାରେ ସକ୍ଷମ ହୋଇଥାନ୍ତି।
ଆରମ୍ଭ ହେଲା ତାଲିବାନୀ ଶାସନ । ୨୦ ବର୍ଷ ପରେ ପୁଣିଥରେ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ପ୍ରତି ମୁହୂର୍ତ୍ତରେ ଆଫଗାନିସ୍ତାନରୁ ଆସୁଛି ହୃଦୟ ବିଦାରକ ଫୁଟେଜ ।
ଆସନ୍ତା ୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ । ଏଥିରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ହୋଇଛନ୍ତି ସାମିଲ । ତେବେ ପରା ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ପାରାଅଲିମ୍ପିକ୍ସରେ ଯୋଗ ଦେଉଥିବା ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି ।
ମୁଁ ବିଜେପି ନେତ୍ରୀଙ୍କ ଝିଅ। ତୁମେ ମୋର କଣ କରିବ? ମୋ ଇଚ୍ଛା ଯାହା ହେବ ମୁଁ ତାହା କରିବି,। ତୁମେ ସାଧାରଣ କନେଷ୍ଟବଳ, ମୋ ନାଁରେ ଯାହା ପାଖରେ ଅଭିଯୋଗ କରିବା କଥା କର....ମୁଁ କାହାକୁ ଡ଼ରିନାହିଁ। ହୁଏତ ଏହି କଥା ଶୁଣିବା ପରେ ଆପଣ ଭାବିବେ କି କୌଣସି ନେତ୍ରୀଙ୍କ ଝିଅ ହେଲେ କଣ ତାଙ୍କ ପାଇଁ ଆଇନ ଅଲଗା କି? କାହିଁକି ଏତେ ଉଗ୍ର ହେଉଛନ୍ତି ସମ୍ପୃତ୍ତ ଯୁବତୀ? କଣ କରିଛନ୍ତି ପୋଲିସ କନେଷ୍ଟବଳ?
ରାଜସ୍ଥାନର ଅଜ୍ମେର୍ରେ ଭୟଙ୍କର ସଡ଼କ ଦୁର୍ଘଟଣା। ଜୀବନ୍ତ ଜଳିଗଲେ ୪ ଜଣ। ଆଜି ସକାଳୁ ହିଁ ରାଜସ୍ଥାନର ଅଜମେର ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସହରର ଆଦର୍ଶ ନାଗର ପୋଲିସ ଷ୍ଟେସନ ଅଞ୍ଚଳରେ ୨ ଟି ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏହେ ତୀବ୍ର ଥିଲା ଯେ, ଉଭୟ ଟ୍ରେଲରରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ ଟ୍ରେଲରରେ ଥିବା ୪ ଜଣ ଲୋକ ଜୀବନ୍ତ ଜଳିଯାଇଛନ୍ତି
ବୁଲ୍ରୁ ଉଡ଼ାଣ ଭରିଥିବା ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଏୟାରକ୍ରାଫ୍ଟ ଗୁଜରାଟ ଜାମନଗରରେ ପହଞ୍ଚିଛି ଥିବା ନେଇ ସୂଚନା ମିଳିଛି। ୧୨୦ ଜଣ ଭାରତୀୟଙ୍କୁ ନେଇ ଜାମନଗରରେ ପହଞ୍ଚିଲା ବିମାନ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଆଫଗାନ୍ରେ ଥିବା ଭାରତୀୟମାନଙ୍କୁ ଗତକାଲି ରାତିରେ କାବୁଲର ଏକ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା
ଏଣିକି ଚାଷୀମାନଙ୍କ ଖାତାକୁ ୨ ହଜାର ବଦଳରେ ଯିବ ୪ ହଜାର ଟଙ୍କା। ମୋଟ୍ ଉପରେ PM kisan Samman Nidhi ଯୋଜନାରେ ସରକାର ବଡ଼ ପରିବର୍ତ୍ତନ କରିଛନ୍ତି। ତେବେ ବର୍ଦ୍ଧିତ ଟଙ୍କା ଖୁବ୍ଶୀଘ୍ର ମିଳିବ ବୋଲି ସୂଚନା ରହିଛି। ଜାତୀୟ ଗଣାମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ହେଉଛି କି PM kisan Samman Nidhi ଯୋଜନାରେ ମିଳୁଥିବା ଟଙ୍କାକୁ ଦ୍ୱିଗୁଣିତ କରାଯିବ।
ଜିଲ୍ଲା ପଞ୍ଚାୟତ ବୈଠକରେ ଲିଗଡକୁ ହରିଗଡ ନାମରେ ନାମିତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା, ଯାହା ସର୍ବସମ୍ମତି କ୍ରମେ ପାସ୍ ହୋଇଛି । ଏହା ସହିତ ମେନପୁରୀ ଜିଲ୍ଲା ପଞ୍ଚାୟତ ମଧ୍ୟ ଜିଲ୍ଲାର ନାମ ପରିବର୍ତ୍ତନ କରିବାକୁ ଦେଇଥିବା ପ୍ରସ୍ତାବକୁ ପାସ୍ କରିଛି । ଲିଗଡରେ ଜିଲ୍ଲା ପଞ୍ଚାୟତ ବୋର୍ଡର ବୈଠକରେ କେହେରୀ ସିଂ ଏବଂ ଉମେଶ ଯାଦବ ଲିଗଡର ନାମକୁ 'ହରିଗଡ'ରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହା ସର୍ବସମ୍ମତି କ୍ରମେ ପାରିତ ହୋଇଛି ।
ଆଫଗାନିସ୍ତାନରେ ତାଲିବାନୀ ରାଜ୍। ଭୟରେ ଦେଶ ଛାଡ଼ି ପଳାଇ ଯାଉଛନ୍ତି ଲକ୍ଷ ଲକ୍ଷ ଲୋକ। ଆଉ ଏହାରି ସମୟରେ କାବୁଲରୁ ଭାରତୀୟ ଦୂତବାସ କର୍ମଚାରୀଙ୍କୁ ନେଇ ଭାରତ ଅଭିମୁଖେ ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ଉଡ଼ାଣ ଭରିଥିବା ଜାତୀୟ ଗଣମାଧ୍ୟମ ପିଟିଆଇ ପକ୍ଷରୁ ସୂଚନା ମିଳିଛି
ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ୨୫ ହଜାର ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୭ ଜଣ ଆକ୍ରାନ୍ତଙ୍କ ଯାଇଛି ଜୀବନ। ଗତ ୧୫୪ ଦିନ ପରେ ଆଜି ସବୁଠୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୨ ହଜାର ୭୯କୁ ବୃଦ୍ଧି ପାଇଛି। ସେହିପରି ଭାବରେ ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ର ସଂଖ୍ୟା ୩,୬୯,୮୪୬ ରହିଛନ୍ତି। ଏହାସହ କରୋନାରୁ ମୋଟ୍ ୩,୧୪,୪୮,୭୫୪ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି।
ତାଲିବାନର ଆଫଗାନିସ୍ତାନ ଦଖଲ ପରେ ସେଠାରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି । ଏଭଳି ସମୟରେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛି । ନୂଆଦିଲ୍ଲୀ ଭାରତୀୟଙ୍କ ସୁରକ୍ଷା ସହ ସେମାନଙ୍କ ସୁରକ୍ଷିତ ଉଦ୍ଧାର ଲାଗି ସବୁ ପ୍ରକାର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛଇ ।
କେବଳ ଏତିକି ନୁହେଁ ବରଂ ନିର୍ମଳା ଆହୁରି ମଧ୍ୟ କହିଛନ୍ତି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଲୋକମାନେ ଚିନ୍ତିତ ଅଛନ୍ତି। ଲୋକମାନେ ଚିନ୍ତିତ ହେବା ସ୍ୱାଭାବିକ କଥା। କିନ୍ତୁ କେନ୍ଦ୍ର ଏବଂ ରାଜ୍ୟ ଆଲୋଚନା କରିବା ପରେ ଅର୍ଥାତ୍ ଯେ ପର୍ଯ୍ୟନ୍ତ ତୈଳ ଦର ଉପରେ ରାଜ୍ୟମାନଙ୍କ ସହ କେନ୍ଦ୍ର ଆଲୋଚନା କରିନାହିଁ ସେ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ହୋଇନପାରେ ବୋଲି ନିର୍ମଳ ପରୋକ୍ଷରେ କହିଛନ୍ତି।
କାବୁଲ ଏୟାରପୋର୍ଟରେ ହଜାର ହଜାର ସଂଖ୍ୟକ ଯାତ୍ରୀ ଏକାଠି ହୋଇଛନ୍ତି। ଏହି ଦୃଶ୍ୟକୁ ଦେଖିବା ପରେ ସମସ୍ତେ ବିଚଳିତ ହୋଇ ପଡ଼ିଛନ୍ତି। ସ୍ଥିତି ଏମିତି ହୋଇଛି ଯେ, କିଛି ଲୋକ ବିମାନ ଟାୟାର ଧରି ଦେଶ ଛାଡ଼ି ପଳାଇବା ଲାଗି ଚେଷ୍ଟା କରୁଥିବା ଦେଖାଦେଇଛି। ସେପଟେ କାବୁଲ ବିମାନ ବନ୍ଦରକୁ ସଟଡାଉନ୍ କରାଯାଇଥିବା ଖବର ଆସିଛି। ଯେଉଁଥି ଲାଗି ଏୟାରଇଣ୍ଡିଆ ନିଜର ଉଡ଼ାଣକୁ ବାତିଲ କରିଛି। ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ବିମାନବନ୍ଦରକୁ ଜଗିଥିବା ଆମେରିକୀୟ ସୁରକ୍ଷାକର୍ମୀ ଫାଙ୍କା ଗୁଳିଚାଳନା କରିଥିଲା। ମାତ୍ର ଗୁଳି ବାଜି ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ବର୍ତ୍ତମାନ ପରିବହନ ବିଭାଗ ଅନଲାଇନ୍କୁ ଗୁରୁତ୍ୱ ଦେଉଛି। ଆଉ ଅନଲାଇନ୍ ବ୍ୟବସ୍ଥାରେ ବିଭାଗ ସାରଥୀ ସଫ୍ଟୱେୟାରରେ କିଛି ପରିବର୍ତ୍ତନ କରିଛି। ଯାହା ଫଳରେ ବର୍ତ୍ତମାନ ଲାଇସେନ୍ସ ପାଇବା ପାଇଁ ଡାକ୍ତରୀ ପ୍ରମାଣପତ୍ର ଅପଲୋଡ୍ କରିବାର କୌଣସି ଆବଶ୍ୟକତା ନାହିଁ। ଏଠାରେ ସ୍ପଷ୍ଟ କରୁଛୁ କି, ଏହି ସୁବିଧା କେବଳ ୪୦ ବର୍ଷରୁ କମ୍ ବୟସର ଲୋକଙ୍କ ପାଇଁ ରହିଛି।
ଦିଲ୍ଲୀ ପରିବହନ ବିଭାଗର ରିପୋର୍ଟ ଅନୁସାରେ, ୨୦୨୧ ବୈଦ୍ୟୁତିକ ନୀତି କାର୍ଯ୍ୟକାରୀ ହେବା ପରେ ଏ ପର୍ଯ୍ୟନ୍ତ ପାଖାପାଖି ୧୪ ହଜାର ୫୦୦ ଇଲେକ୍ଟ୍ରିକ୍ ଗାଡ଼ି ପଞ୍ଜୀକୃତ ହୋଇଛି। ଏହାସହ ରାସ୍ତାରେ କେମିତି ସଠିକ୍ ଭାବରେ ଗାଡ଼ି ଗୁଡ଼ିକ ଚାର୍ଜ ହୋଇପାରିବ ସେନେଇ ଦିଲ୍ଲୀ ସରକାର ଅନେକ ଯୋଜନା କରୁଥିବା ନେଇ ସୂଚନା ମିଳିଛି। ଚଳିତ ଡିସେମ୍ବର ସୁଦ୍ଧା ଦିଲ୍ଲୀର ବିଭିନ୍ନ ବିଲଡିଂ କମ୍ପ୍ଲେକ୍ସରେ ୧୦ ହଜାରରୁ ଅଧିକ ବୈଦ୍ୟୁତିକ ଯାନ ଚାର୍ଜର ସ୍ଥାନ ସ୍ଥାପନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଜୀବନ ବଂଚାଇବା ଲାଗି ଜୀବନ ବିକଳରେ ଗୋଟିଏ ବିମାନରେ ଏକାଧିକ ଲୋକ ଚଢୁଛନ୍ତି। କାବୁଲ ଏୟାରପୋର୍ଟରେ ହଜାର ହଜାର ସଂଖ୍ୟକ ଯାତ୍ରୀ ଏକାଠି ହୋଇଛନ୍ତି। ଏହି ଦୃଶ୍ୟକୁ ଦେଖିବା ପରେ ସମସ୍ତେ ବିଚଳିତ ହୋଇ ପଡ଼ିଛନ୍ତି। ସ୍ଥିତି ଏମିତି ହୋଇଛି ଯେ, କିଛି ଲୋକ ବିମାନ ଟାୟାର ଧରି ଦେଶ ଛାଡ଼ି ପଳାଇବା ଲାଗି ଚେଷ୍ଟା କରୁଥିବା ଦେଖାଦେଇଛି
ସେପଟେ, ଘନି ସୋସିଆଲ ମିଡ଼ିଆରେ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଦେଶରେ ରକ୍ତବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଛି । ଏହାସହ ଘନି କହିଛନ୍ତି ଯେ, ଏହା ତାଙ୍କ ପାଇଁ କଠିନ ନିଷ୍ପତ୍ତି ଥିଲା। ମୋତେ ସଶସ୍ତ୍ର ତାଲିବାନକୁ ସାମ୍ନା କରିବାକୁ ପଡିଥାନ୍ତା। ନହେଲେ ମୋର ପ୍ରିୟ ଦେଶ ଆଫଗାନିସ୍ତାନ ଛାଡ଼ିବାକୁ ପଡ଼ିଥାନ୍ତା।
ତେବେ ଆଜିର କରୋନା ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୨୨,୨୫,୫୦୪ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୪,୩୧,୬୪୨ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା। ଏହାସହ ଗତ ୨୪ ଘଂଟାରେ ୩୫,୯୦୯ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶରେ ଏବେ ବି ୩,୮୧,୯୪୭ ଆକ୍ଟିଭ୍ କେସ୍ ରହିଛି ଯାହାକୁ ନେଇ ଚିନ୍ତା ବଢିଛି।
ମାନବ ସମାଜରେ ଆମେ ଅନେକ ବାର ଦେଖିଛେ ଯେ ପିଲାମାନେ କଥା ନ ମାନିଲେ ବାପା-ମା ରାଗ ସେମାନଙ୍କୁ ଟେକି କଚିଦିଅନ୍ତି। କିନ୍ତୁ ଏଇ କଥା କ’ଣ କେବେ ପଶୁ ସମାଜରେ କଳ୍ପନା କରାଯାଏ! କିନ୍ତୁ ସତ ବୋଲି ଦେଖାଦେଇଛି। କେବଳ ମଣିଷ ନୁହନ୍ତି, ପଶୁମାନେ ବି ସେମାନଙ୍କ ପିଲା ଉପରେ ରାଗନ୍ତି। ଏଭଳି ଏକ ଭିଡିଓ ଆମକୁ ସୋସିଆଲ ମିଡିଆରେ ମିଳିଛି। ଏହି ଭିଡିଓରେ ଏକ ହାତୀ ନିଜ ଛୁଆକୁ ଏଭଳି ଭାବରେ ଟେକି କଚିଦେବା ଓ ଧକ୍କା ଦେଇଥିଲା ଯେ ଆପଣ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ଆଫଗାନିସ୍ତାନ ଏୟାରସ୍ପେସ ବନ୍ଦ କରିବାର ନିଷ୍ପତ୍ତି ପରେ ଏୟାର ଇଣ୍ଡିଆ ସ୍ପଷ୍ଟ କରିଛି, କାବୁଲ ବିମାନବନ୍ଦରରୁ କୌଣସି ବିମାନ ଚଳାଚଳ କରିପାରିବ ନାହିଁ । ଫଳରେ କାବୁଲରେ କୌଣସି ବିମାନ ଅବତରଣ କରିବ ନାହିଁ । ଏୟାର ସ୍ପେସ୍ ବନ୍ଦ ରହିବା ପର୍ଯ୍ୟନ୍ତ ଅପରେସନ୍ ଚାଲିପାରିବ ନାହିଁ ।
ବିଦ୍ରୋହୀ ନେତାଙ୍କୁ ହତ୍ୟା ପରେ ମେଘାଳୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଉପୁଜିଛି । ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ ସାଙ୍ଗମାଙ୍କ ବ୍ୟକ୍ତିଗତ ବାସଭବନ ଉପରକୁ ପେଟ୍ରୋଲ ବୋମା ମାଡ଼ କରାଯାଇଛି । ତେବେ ଘରେ କୌଣସି ସଦସ୍ୟ ରହୁ ନଥିବାରୁ କେହି ମୃତାହତ ହୋଇନାହାନ୍ତି ।
କାଳ ସାଜିଲା ପ୍ରେମ ବିବାହ । ବଇରୀ ସାଜିଲା ବାପା । ଝିଅକୁ ଜୀବନରୁ ମାରିଦେବାକୁ ଉଦ୍ୟମ । ଭଲ ପାଇ ବିବାହ କରିଥିବାରୁ ତାମିଲନାଡୁ ତିରୁପୁରରେ ଜଣେ ବାପା ନିଜ ଝିଅର ବେକ୍ କାଟି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ହେଲେ ସୌଭାଗ୍ୟବଶତଃ ଝିଅଟି ବଞ୍ଚିଯାଇଛି । ପାଳିପୋଷି ବଡ଼ କରିଥିଲି, ପ୍ରତିବଦଳରେ ସମାଜରେ ବଦନାମ କଲା କହି ହିତାହିତ ହରାଇଥିଲେ ଅଭିଯୁକ୍ତ ବାପା