Advertisment

ପରିବା ବାଲାଙ୍କୁ ପ୍ରବଳ ପିଟିଲେ ପୋଲିସ ଅଧିକାରୀ: ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ

ପୁଣି ପୋଲିସ ବାବୁଙ୍କ ଦାଦାଗିରିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ନିଜ ପଦବୀର ଦୁରୁପଯୋଗ କରି ଜଣେ ପରିବା ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଏପରି ଭାବରେ ମାଡ଼ ମାରିଛନ୍ତି ଯାହାକୁ ନେଇ କେବଳ ବିହାର ପାଟନା ନୁହେଁ ବରଂ ପୂରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଘଟଣାରେ କୌଣସି ବଡ଼ କାରଣ ନଥିବା ପରେ ବି ପରିବା ବିକାଳିଙ୍କୁ ମନଇଚ୍ଛା

author-image
Sarbeswar
Bihar Police

Bihar Police

ପାଟନା: ପୁଣି ପୋଲିସ ବାବୁଙ୍କ ଦାଦାଗିରିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ନିଜ ପଦବୀର ଦୁରୁପଯୋଗ କରି ଜଣେ ପରିବା ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଏପରି ଭାବରେ ମାଡ଼ ମାରିଛନ୍ତି ଯାହାକୁ ନେଇ କେବଳ ବିହାର ପାଟନା ନୁହେଁ ବରଂ ପୂରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଘଟଣାରେ କୌଣସି ବଡ଼ କାରଣ ନଥିବା ପରେ ବି ପରିବା ବିକାଳିଙ୍କୁ ମନଇଚ୍ଛା ମାଡ଼ ମାରିଛନ୍ତି ପୋଲିସ ବାବୁ। ବିହାରର ଚାପ୍ରା ପୋଲିସ ଏସ୍‌ପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଏହି ଘଟଣା ଘଟିଛି। ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଜଣେ ପରିବା ବାଲା କିଛି ପରିବା ବିକ୍ରି କରୁଥିଲେ। କିନ୍ତୁ ଏହାକୁ ଦେଖି ପୋଲିସ ଅଧକାରୀଙ୍କ ରାଗ ପଂଚମ ହୋଇଯାଇଥିଲା। ସ୍ଥିତି, ପରିସ୍ଥିତି ବିଷୟରେ କିଛି ବୁଝି ନବିଚାରି ପନିପରିବା ବିକ୍ରି କରୁଥିବା ବିକ୍ରେତାଙ୍କୁ ବାଡ଼ିରେ ମାଡ଼ ମାରିଥିଲେ।

Advertisment

କୁହାଯାଉଛି ଯେ ପୋଲିସ ପନିପରିବା ବିକ୍ରେତାଙ୍କ ସହ ପ୍ରଥମେ ଯୁକ୍ତିତର୍କ କରିଥିଲେ। ଆଉ ଜାଗା ସ୍ଥାନାନ୍ତର କରିବା ପାଇଁ ପରିବା ବାଲା ମଧ୍ୟ ରାଜି ହୋଇଥିବା ନେଇ ସୂଚନା ମିଳିଛି। କିନ୍ତୁ ସାମାନ୍ୟ ବିଳମ୍ବ ହେବାରୁ ପୋଲିସ ସମ୍ପୃକ୍ତ ପରିବା ବିକ୍ରେତାଙ୍କୁ ମାଡ଼ ମାରିବା ସହ ତାଙ୍କ ପରିବା ଡାଲାକୁ ରାସ୍ତାରେ ଫୋପାଡ଼ି ଦେଇଥିଲା। ଆଉ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା।

Advertisment

ଏହି ଘଟଣା ଗୁରୁବାର ଅର୍ଥାତ୍‌ ଗତକାଲି ଘଟିଥିଲା। ଅପରାହ୍ନ ସମୟରେ ବିଚ୍‌ ରାସ୍ତାରେ ପୋଲିସ-ପରିବା ବିକ୍ରେତାଙ୍କ ମଧ୍ୟରେ ଝଗଡ଼ା ଲାଗିବା ପରେ ଏହି ଘଟଣା ଘଟିଥିଲା। ଏହି ଚାପ୍ରା ସହରରେ ଅନେକ ଭିଭିଆଇପିଙ୍କ ଆବାସିକ କାର୍ଯ୍ୟାଳୟ ମଧ୍ୟ ରହିଛି। ଜିଲ୍ଲାପାଳ, ଏସ୍‌ପି ଓ ମାଜିଷ୍ଟ୍ରେଟ୍‌ଙ୍କ କାର୍ଯ୍ୟାଳୟ ଏଠାରେ ରହିଥିବା ନେଇ ସୂଚନା ମିଳିଛି। ଆଉ ସର୍ବସମ୍ମୁଖରେ ପରିବା ବାଲାଙ୍କୁ ପୋଲିସ ଅଧିକାରୀ ଜଣକ ପିଟିବା ପରେ ମଧ୍ୟ କୌଣସି ବ୍ୟକ୍ତି ଅଟକାଇବା ଲାଗି ସାହାସ କରିନଥିଲେ। କିନ୍ତୁ କେହି ଜଣେ ପ୍ରତ୍ୟେକ୍ଷଦର୍ଶୀ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଏହାକୁ ଭାଇରାଲ୍‌ କରିଦେଇଛି।

କଥା ଏତିକିରେ ସରିନଥିଲା ବରଂ, ପରିବା ବାଲାକୁ ମାଡ଼ ମାରିବା ପରେ ନିକଟସ୍ଥ ଥାନାକୁ ମଧ୍ୟ ନେଇଥିଲେ ପୋଲିସ ଅଧିକାରୀ। ଓଲଟି ପୋଲିସ ଅଭିଯୋଗ କରିଛି କି, ସମ୍ପୃକ୍ତ ପରିବା ବିକ୍ରେତା ପୋଲିସ ସହ ଅଯଥାରେ ଯୁକ୍ତିତର୍କ କରିବା ସହ ପ୍ରଥମେ ତାଙ୍କ ଉପରକୁ ହାତ ଉଠାଇଥିଲା। ତେଣୁ ପୋଲିସ ତାଙ୍କୁ ମାଡ଼ ମାରିଛି ଏବଂ ତାଙ୍କ ନାଁରେ ଥାନାରେ କେସ୍‌ ମଧ୍ୟ ଦାୟର କରିଛି। ତେବେ ପୋଲିସର ଏହି କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Viral Video Bihar Police Vegetable Vendor
Advertisment
Advertisment