Advertisment

ପବ୍‌ଜି ପାଇଁ ମା'ଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରୁ ପଳାଇଲେ ବାଳକ

ସ୍ଥାନୀୟ ପୋଲିସ୍ ଅଧକାରୀଙ୍କ କହିବାନୁସାରେ କିଶୋର ନିଖୋଜ ଥିବା ନେଇ ବାପା ଏମ୍ଆଇଡିସି ଥାନାରେ ଅଭିଯୋଗ କରିଥିଲେ।  କିଶୋର ମୋବାଇଲରେ ପବଜି ଖେଳି ନିଜ ମା'ର ବ୍ୟାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛି । ଏହା ଜାଣିବା ମାତ୍ରେ ତାଙ୍କ ବାପା କିଶୋରଙ୍କୁ ଗାଳି ଦେଇଥିଲେ ।

author-image
Chandan Shishu
ଅଦ୍ୟତନ ହୋଇଛି
PUBG mobile

PUBG mobile

ମୁମ୍ବାଇ: ମହଙ୍ଗା ପଡିଲା ଅନଲାଇନ ଗେମ୍ । ଏକ କିମ୍ବା ଦୁଇ ନୁହଁ ବରଂ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରୁ ପଳାଇଲେ ବାଳକ । ଆଜିକାଲିର ପିଲାମାନେ ନିଜର ଅତ୍ୟାଧିକ ସମୟକୁ ଅନଲାଇନରେ ଗେମ୍ ଖେଳି ବିତାଉଛନ୍ତି । କେବଳ ଗେମ୍ ଖେଳି ନୁହେଁ ବରଂ ଗେମ୍‌ରେ ଥିବା ବିଭିନ୍ନ ଜିନଷ ପାଇଁ ଖର୍ଚ୍ଚ କରୁଛନ୍ତି ଲକ୍ଷାଧିକ ଟଙ୍କା । ମୁମ୍ବାଇର ଯୋଗେଶ୍ୱରୀରୁ ମଧ୍ୟ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ୧୬ ବର୍ଷର ବାଳକ କିଶୋର ନିଜ ଫୋନରେ ପବ୍‌ଜି ଖେଳିଥାଏ । ଗେମ୍ ଖେଳୁ ଖେଳୁ କେତେବେଳେ ଏହା ନିଶା ପାଲଟିଗଲା ସେ ନିଜେ ବି ଜାଣିପାରିଲା ନାହିଁ ।

Advertisment

ଆଉ ପବଜି ନିଶାରେ ସେ ନିଜ ମାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍‌ସନ କରିଦେଇଛି । ଏନେଇ ଘରେ ଜାଣିଲା ପରେ କିଶୋରର ବାପାମା ତାକୁ ଗାଳି ଦେଇଥିଲେ । ଗାଳି ଶୁଣିବାରୁ କିଶୋର କାହାରିକୁ କିଛି ନ କହି ଘରୁ କୁଆଡେ ପଳାଇଥିଲା । ଏ ନେଇ ଥାନାରେ ଅଭିଯୋଗ କରିବା ପରେ ନିଖୋଜ ବାଳକକୁ ପୋଲିସ ଧରିବା ସହ ସବୁ ସତ ପଦାକୁ ଆସିଥିଲା। 

ସ୍ଥାନୀୟ ପୋଲିସ୍ ଅଧକାରୀଙ୍କ କହିବାନୁସାରେ କିଶୋର ନିଖୋଜ ଥିବା ନେଇ ବାପା ଏମ୍ଆଇଡିସି ଥାନାରେ ଅଭିଯୋଗ କରିଥିଲେ।  କିଶୋର ମୋବାଇଲରେ ପବଜି ଖେଳି ନିଜ ମା'ର ବ୍ୟାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଥିଲେ । ଏହା ଜାଣିବା ମାତ୍ରେ ତାଙ୍କ ବାପା କିଶୋରଙ୍କୁ ଗାଳି ଦେଇଥିଲେ । ଏହି କାରଣରୁ କିଶୋର ଏକ ଚିଠି ଲେଖି କାହାକୁ କିଛି ନ କହି ଘରୁ କୁଆଡେ ପଳାଇଥିଲା ।

Advertisment

ଅଭିଯୋଗ ପରେ ଘଟଣାରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ବାଳକଟିକୁ ଖୋଜାଖୋଜି କରିବା ଆରମ୍ଭ କରିଥିଲା । ନିଖୋଜ ଥିବା କିଶୋରଙ୍କୁ ପୋଲିସ ଗତ ଗୁରୁବାର ଅପରାହ୍ନରେ ଅନ୍ଧେରି ଇଷ୍ଟର ମହାକାଳି କେଭ୍ ଅଞ୍ଚଳରୁ ଖୋଜି ପାଇଥିଲା । ପରେ କିଶୋରକୁ ତାର ପରିବାରକୁ ହସ୍ତାନ୍ତର କରିଥିଲା ।

Police PUBG
Advertisment
Advertisment