Advertisment

ଆଧାର ଲିଙ୍କ୍ ବନ୍ଦ ଖବର ଉପରେ ସୂଚନା ଦେଲେ ୟୁଆଇଡିଏଆଇ

ଆଧାର କାର୍ଡକୁ ପାନ୍‌ ବା ଇପିଏଫ ସହିତ ସଂଯୁକ୍ତ କରିବା ନେଇ ସୁବିଧାରେ ଆସୁଥିବା ରୋକଦେବାର ଖବରକୁ ନେଇ ୟୁଆଇଡିଏଆଇ ସୂଚନା ଦେଇଛି। ଏହା ସହିତ ଲୋକଙ୍କୁ ସୂଚେଇ ଦେଇଛି ଯେ ଯଥା ଶୀଘ୍ର ଆଧାରକୁ ପାନ୍‌ ସହିତ ସଂଯୁକ୍ତ କରିବାକୁ। ଆଜି ୟୁଆଇଡିଏଆଇ କହିଛି ଯେ ଏହାର ସମସ୍ତ ସେବା ସ୍ଥିର ଅଛି ଏବଂ ଠିକ ଭାବେ କାମ ମଧ୍ୟ କରୁଛି।

author-image
Pramod Behera
ଅଦ୍ୟତନ ହୋଇଛି
Aadhaar link Pan

Aadhaar link Pan

ନୂଆଦିଲ୍ଲୀ : ଆଧାର କାର୍ଡକୁ ପାନ୍‌ ବା ଇପିଏଫ ସହିତ ସଂଯୁକ୍ତ କରିବା ନେଇ ସୁବିଧାରେ ଆସୁଥିବା ରୋକଦେବାର ଖବରକୁ ନେଇ ୟୁଆଇଡିଏଆଇ ସୂଚନା ଦେଇଛି। ଏହା ସହିତ ଲୋକଙ୍କୁ ସୂଚେଇ ଦେଇଛି ଯେ ଯଥା ଶୀଘ୍ର ଆଧାରକୁ ପାନ୍‌ ସହିତ ସଂଯୁକ୍ତ କରିବାକୁ। ଆଜି ୟୁଆଇଡିଏଆଇ କହିଛି ଯେ ଏହାର ସମସ୍ତ ସେବା ସ୍ଥିର ଅଛି ଏବଂ ଠିକ ଭାବେ କାମ ମଧ୍ୟ କରୁଛି।

Advertisment

ୟୁଆଇଡିଏଆଇ କହିଛି ଯେ ଏହାର ଆଧାର-ପାନ୍ / ଇପିଏଫ୍ ଲିଙ୍କ୍ ସୁବିଧାରେ କୌଣସି ବାଧା ନାହିଁ। ଏହା ଏକ ପ୍ରାମାଣିକିକରଣ-ଆଧାରିତ ସୁବିଧା। ଗତ ସପ୍ତାହରେ, ସିଷ୍ଟମ୍‌ରେ ବିଭିନ୍ନ ପର୍ଯ୍ୟାୟରେ ଏକ ଜରୁରୀ ସୁରକ୍ଷା ନବୀକରଣ ଚାଲିଥିଲା। ଯେଉଁ କାରଣରୁ କେବଳ କିଛି ନାମାଙ୍କନ / ଅପଡେଟ୍ ସେଣ୍ଟରରେ ନାମାଙ୍କନ ଏବଂ ମୋବାଇଲ୍ ଅପଡେଟ୍ ସେବା ସୁବିଧାରେ ବାଧା ରିପୋର୍ଟ କରାଯାଇଥିଲା କିନ୍ତୁ ବର୍ତ୍ତମାନ ନବୀକରଣ ପରେ ସବୁକିଛି ଠିକ୍ ଭାବରେ କାମ କରୁଛି।

Advertisment

ୟୁଆଇଡିଏଆଇ ଆହୁରି କହିଛି ଯେ ସିଷ୍ଟମ ବର୍ତ୍ତମାନ ଠିକ ହେବା ସହ ସ୍ଥିର ରହିଛି। ଏହି କାରଣରୁ ଲୋକମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବା ନାହିଁ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ ୨୦ ଅଗଷ୍ଟ ୨୦୨୧ରେ ନବୀକରଣ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଗତ ୯ ଦିନ ମଧ୍ୟରେ ୫୧ ଲକ୍ଷରୁ ଅଧିକ ଲୋକ ନାମାଙ୍କନ କରିଛନ୍ତି।

ଏଭଳି ପରିସ୍ଥିତିରେ ପ୍ରତିଦିନ ହାରାହାରି ୫.୬୮ ଲକ୍ଷ ନାମାଙ୍କନ କରାଯାଉଛି। ଯେଉଁଠାରେ ପ୍ରାମାଣିକିକରଣ କାରବାର ସାଧାରଣତ ଦୈନିକ ହାରାହାରି ୫.୩ କୋଟିରୁ ଅଧିକ ହେଉଛି। ଏହା ସହିତ ୟୁଆଇଡିଏଆଇ କହିଛି ଯେ ଆଧାରକୁ ପାନ୍ କିମ୍ବା ଇପିଏଫ୍‌ଓ ​​ସହିତ ସଂଯୋଗ କରିବାରେ ୟୁଆଇଡିଏଆଇ ସିଷ୍ଟମର ବନ୍ଦ ଉପରେ କିଛି ମିଡିଆ ରିପୋର୍ଟ ସାମ୍ନାକୁ ଆସିଛି, ଯାହା ସତ ନୁହେଁ।

Aadhaar Linking New Delhi
Advertisment
Advertisment