ମୁମ୍ବାଇ ଏୟାରପୋର୍ଟରେ ଦବଙ୍ଗ ଷ୍ଟାର ସଲମାନ୍ ଖାନଙ୍କୁ ଅଟକାଇ ଚର୍ଚ୍ଚାରେ ଓଡ଼ିଆ CISF ଅଫିସର। ଏୟାରପୋର୍ଟ ଏଣ୍ଟ୍ରି ବେଳେ ସିକ୍ୟୁରିଟି ଯାଂଚ୍ ସମୟରେ ଭାଇଜାନଙ୍କୁ ଅଟକାଇ ସୋସିଆଲ୍ ମିଡିଆରେ ପ୍ରଶଂସା ସାଉଁଟିଛନ୍ତି ଏହି ଓଡ଼ିଆ ଅଫିସର
ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କୃଷି ଶ୍ରମିକ ଏବଂ ଭୂମିହୀନ ଚାଷୀଙ୍କ ପାଇଁ ଏକ ବଡ ପ୍ୟାକେଜ ଘୋଷଣା କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କ୍ୟାପଟେନ ଅମରିନ୍ଦର ଶୁକ୍ରବାର ଦିନ 2.85 ଲକ୍ଷ କୃଷି ଶ୍ରମିକ ଏବଂ ଭୂମିହୀନ ଚାଷୀଙ୍କ ପାଇଁ 520 କୋଟି ଟଙ୍କା ଋଣ ଛାଡ ଯୋଜନା ଆରମ୍ଭ କରିଛନ୍ତି ।
ଦେଖୁ ଦେଖୁ ଆଖି ଆଗରେ ଧସିଲା ପାହାଡ଼ । ଅଳ୍ପକେ ବର୍ତ୍ତିଗଲେ ବସ୍ ଯାତ୍ରୀ । ଏମିତି ଏକ ଛାତିଥରା ଦୁର୍ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ନୈନିତାଲରେ । ସେଠାକାର ପାହାଡ଼ିଆ ରାସ୍ତାରେ ଏକ ବସ୍ ଅନେକ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ହଠାତ୍ ଧସିଲା ପାହାଡ଼ ।
ରାଜନୀତିରେ ନବୀନ ପଟ୍ଟନାୟକ ପ୍ରବେଶ ସମୟରେ ସେ 'ବିଜୁ ବାବୁଙ୍କ ପୁଅ' ଭାବରେ ସମ୍ମାନିତ ହେବା ସହ ପରିଚୟ ପାଇଥିଲେ । ହେଲେ ବିଗତ ୨୪ ବର୍ଷ ମଧ୍ୟରେ ସେ ନିଜ ପାଇଁ ଏକ ସାମାଜ୍ର୍ୟ ଗଢ଼ିଦାଇଛନ୍ତି । ଲୋକମାନେ ସାଧାରଣତଃ କ୍ଷମତା ଏବଂ ସମୟ ସହିତ ପରିବର୍ତ୍ତନ ହୋଇଯାଆନ୍ତି । କିନ୍ତୁ ସେ ଜଣେ ନିଆରା ଓ ଅତି ସରଳ ମଣିଷ
ସୁଧୁରୁନି ଭୂମାଫିଆ ଚୀନ । ପୁଣି ଭାରତ ଉପରେ ଡ୍ରାଗନର ଆଖି । ଭାରତ ସୀମାରେ ଚୀନ ବର୍ତ୍ତମାନ ସୁଦ୍ଧା ୫୦୦ ଗାଁ ତିଆରି କରିସାରିଲାଣି । ଗାଁ ତିଆରି କରିବା ବାହାନାରେ ଚୀନ ସୀମା ପର୍ଯ୍ୟନ୍ତ ରାସ୍ତା ମଧ୍ୟ ନିର୍ମାଣ କରି ସାରିଲାଣି
ଜାମ୍ମୁ ଓ କାଶ୍ମୀରର ଅବନ୍ତିପୋରା ଟ୍ରାଲ ସେରର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆଙ୍କବାଦୀ ମୃତ। ନିହତ ଆତଙ୍କବାଦୀମାନେ ଜୈଶ-ଏ-ମହମ୍ମଦ ସଂଗଠନର ସଦସ୍ୟ ବୋଲି କାଶ୍ମୀର ଜୋନ୍ ପୋଲିସ ପକ୍ଷରୁ କୁହାଯାଇଛି। ତେବେ ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣକ ନାଁ ଓ୍ୱକିଲ ଶାହ ବୋଲି ଜଣାପଡ଼ଛି। ସେମାନଙ୍କ ପାଖରୁ ୩ଟି ରାଇଫଲ୍ ଜବତ ହୋଇଛି।
ଦୀର୍ଘ ୨୬ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି ଜଣେ ପାକିସ୍ଥାନୀ ମହିଳା ,କଥାଟା ଶୁଣିବା ପରେ ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହା ସତ ଅଟେ । ଏହି ପାକିସ୍ଥାନୀ ମହିଳା ଜଣକ ହେଲେ କମର ଜହାଁ । କମର ଜହାଁ ପ୍ରତିବର୍ଷ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି ।
ଗୁଜରାଟର କଚ୍ଛରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୟରେ ଲୋକେ ଘରୁ ବାହାରକୁ ଚାଲି ଆସିଛନ୍ତି।
ACP ସତ୍ୟେନ୍ଦ୍ର କୁମାର ଶୁକ୍ଳ କହିବାନୁସାରେ ୪ଜଣକୁ ଗିରଫ ହେବା ସହ ୬ଜଣକୁ ଖୁବ ଶୀଘ୍ର ପୋଲିସ୍ ଗିରଫ କରାଯିବ ଏବଂ ସେମାନଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ ହୋଇଛି। ଏହି ଘଟଣାର କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିହଂ କହିଛନ୍ତି।
ରାଜଧାନୀ ଦିଲ୍ଲୀରେ ଗତକାଲି ରାତିରୁ ଜାରି ରହିଛି ଲଗାଣ ବର୍ଷା। ଚାରିଆଡ ଜଳାର୍ଣ୍ଣବ। ଯେମିତି ଜଳବନ୍ଦୀ ଅବସ୍ଥାରେ ଅଛି ଦେଶର ରାଜଧାନୀ ଦିଲ୍ଲୀ । ଘରୁ ବାହାରିବା ମୁସ୍କିଲ ହୋଇ ଯାଇଛି।
ସାରା ବିଶ୍ୱjl ସମସ୍ତେ ସୁରକ୍ଷିତ ନ ହେବା ପର୍ଯ୍ୟନ୍ତ କେହି ସୁରକ୍ଷିତ ନୁହନ୍ତି । ଆତଙ୍କବାଦ ପ୍ରସଙ୍ଗରେ ଏହା କହିଛନ୍ତି, ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଆତଙ୍କବାଦକୁ ନେଇ ସେ କହିଛନ୍ତି, ଭାରତ ବହୁ ବର୍ଷ ହେଲା ଆତଙ୍କବାଦର ସମ୍ମୁଖୀନ ହୋଇ ଆସୁଛି ।
ଆମ ଗାଲାକ୍ସି ମିଲ୍କି ୱେର ଆକୃତି ସର୍ପିଳ ଏବଂ ଏହାର ଅନେକ ଅଂଶ ଆମ ବୈଜ୍ଞାନିକମାନଙ୍କ ପାଇଁ ଅଜ୍ଞାତ। ଆମ ପୃଥିବୀ ଗାଲାକ୍ସି ଭିତରେ କେଉଁଠି ଅବସ୍ଥିତ ତାହା ଅଧ୍ୟୟନ କରିବା ଅତ୍ୟନ୍ତ କଷ୍ଟକର, କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନ ଏହି ବିସ୍ତୃତ ସ୍ତରର ଗଠନ ବିଷୟରେ ନୂତନ ସୂଚନା ହାସଲ କରିଛି। ବୈଜ୍ଞାନିକମାନେ ମିଲ୍କି ୱେର ସର୍ପିଳ ବାହୁରେ କିଛି ଯୁବ ତାରକା ଏବଂ ତାରକା ସୃଷ୍ଟି କରୁଥିବା ମେଘର ଏକ କ୍ଲଷ୍ଟରକୁ ଚିହ୍ନଟ କରିଛନ୍ତି ଯାହା ଏଥିରୁ ବାହାଆସିବା ସହିତ ଭାଙ୍ଗିଯିବାର ସୂଚନା ଦେଇଛି।
ବ୍ୟାଙ୍କ୍ ଲକର୍ରେ ରଖାଯାଇଥିବା ସାମଗ୍ରୀ ଗାଏବ ହେଲେ କିମ୍ବା କୌଣସି ପ୍ରକାର କ୍ଷତି ହେଲେ ଏଥିପାଇଁ କ୍ଷତିପୂରଣ ଦେବେ ବ୍ୟାଙ୍କ୍ କର୍ତ୍ତୃପକ୍ଷ। ଲକରର ବାର୍ଷିକ ଦେୟ ଯେତେ ଥିବ, ତା’ର ଶହେ ଗୁଣା କ୍ଷତିପୂରଣ ଗ୍ରାହକକୁ ଦେବେ ବ୍ୟାଙ୍କ କର୍ତ୍ତୃପକ୍ଷ। ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ୍। ତେବେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଗ୍ରାହକଙ୍କ ଅବହେଳାରୁ କ୍ଷତି ହେଲେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଦାୟୀ ହେବେ ନାହି। ତା ଛଡ଼ା ଲକର୍ ସାମଗ୍ରୀ ପାଇଁ ସଂପୃକ୍ତ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଗ୍ରାହକଙ୍କୁ ବୀମା ବିକ୍ରି କରି କରିପାରିବେ ନାହିଁ ।
ଖୁବ୍ ଶୀଘ୍ର ଖାଇବା ତେଲ ଦର କମିବ। ଖାଇବା ତେଲ ଆମଦାନୀ ହ୍ରାସ କରିବା ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ନାଶନାଲ ମିଶନ ଅନ ଏଡିବୁଲ୍ ଅଏଲସ୍ (ଅଏଲ ପାମ୍) ପାଇଁ ୧୧, ୦୪୦ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି।
ପେଟ୍ରୋଲ, ଡିଜେଲ ଦର ଆକାଶଛୁଆଁ ହୋଇଥିବାବେଳେ ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଆଜି ଅର୍ଥାତ୍ ଅଗଷ୍ଟ ୧୯ ତାରିଖରେ ୨ ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ତଳମୁହାଁ ହୋଇଛି।
ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୋର୍ଟ ଏସଆଇଟି ଟିମ୍ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ।
ପୃଥିବୀ ଏବଂ ଆମର ସୌର ପ୍ରଣାଳୀର ଜନ୍ମ ରହସ୍ୟ ଜାଣିବା ପାଇଁ ଆମ ଜ୍ୟୋତିର୍ବିଜ୍ଞାନୀମାନଙ୍କର ବହୁତ ଆଶା ଅଛି। ଏଥିରୁ ସେମାନେ ଏହିପରି ଅନେକ ପ୍ରଶ୍ନର ଉତ୍ତର ପାଇପାରିବେ ଯାହା କେବଳ ଜୀବନର ଉତ୍ପତ୍ତି ବିଷୟରେ କହିପାରିବ ତାହା ନୁହେଁ ବରଂ ଆମର ବର୍ତ୍ତମାନ ଜୀବନର ଅନେକ ସମସ୍ୟାର ସମାଧାନ ମଧ୍ୟ କରିପାରିବ।
ଅଲିମ୍ପିକ୍ସ ହିରୋଙ୍କୁ ଗତ ୧୬ ତାରିଖରେ ସମ୍ବର୍ଦ୍ଧନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ବାସଭବନରେ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ଏବଂ ଅନ୍ୟ ଅଲିମ୍ପିଆନ୍ସଙ୍କୁ ଭେଟିଥିଲେ । ତେବେ ଏହାରି ଭିତରେ ଓଡ଼ିଆ ଆଥଲେଟ୍ ଦୁତୀ ଚାନ୍ଦଙ୍କ ସହ ମୋଦିଙ୍କ ବାର୍ତାଳାପର କିଛି ଅଂଶ ।
ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓ ଇଂଜିନିୟର୍ ଯୁବକ ଆଫଗାନରେ ୫ ବର୍ଷର ଅଭିଜ୍ଞତା କହିଲେ। କେନ୍ଦ୍ରାପଡ଼ାର ମନୋରଞ୍ଜନ ସାହୁ ଆମେରିକାନ୍ ଆର୍ମି ବେସ୍ରେ ପ୍ରପର୍ଟି ସ୍ପେଶାଲିଷ୍ଟ ଭାବେ କାମ କରୁଥିଲେ। ଆର୍ମି ବେସ୍ରୁ ବାହାରକୁ ଆସିବା ଅନୁମତି ନ ଥିଲା, କମ୍ ସମୟ ବାହାରୁ ଥିଲେ। ତାଲିବାନର ବର୍ବରତା ନେଇ ମଧ୍ୟ ଅଭିଜ୍ଞତାରୁ ସୂଚନା ଦେଲେ ମନୋରଞ୍ଜନ।
ପୁଣି ଲପିଜି ଗ୍ୟାସ ଦର ବୃଦ୍ଧି ପାଇଛି। ଦେଢ ବର୍ଷ ମଧ୍ୟରେ ୧୧ ଥର ରୋଷେଇ ଗ୍ୟାସ ବୃଦ୍ଧି ପାଇଲାଣି । ଏଲପିଜି ଗ୍ୟାସ ବୃଦ୍ଧି ପାଇବାରୁ ରୋଷେଇ ଘର ବଜେଟ ଉପରେ ଚାପ ବଢି ଯାଇଛି।
କୋର୍ଟ ୧୨ଟି ପଏଣ୍ଟରେ ସିବିଆଇକୁ ଅଧିକ ସ୍ୱାଧୀନତା ଦେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପଏଣ୍ଟଗୁଡ଼ିକୁ କାର୍ଯ୍ୟକାରୀ କରାଇଲେ ‘ପଞ୍ଜୁରୀ ଭିତରର ଶୁଆ’ ଅଧିକ କ୍ଷମତା ପାଇପାରିବ ବୋଲି ହାଇକୋର୍ଟ କହିଛନ୍ତି।
ତାଲିବାନୀଙ୍କୁ ସମର୍ଥନ କରି ବୟାନ ଦେଇଥିବା ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ସାଂସଦ ଡା.ଶଫିଫୁର ରହମାନ ବର୍କଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।
ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA) ପରୀକ୍ଷା ଦେଇପାରିବେ ଝିଅ । ସୁପ୍ରିମକୋର୍ଟ ଆଜି ଝିଅମାନଙ୍କ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି । ଏନଡିଏ ପରୀକ୍ଷାରେ ବସିବାକୁ ଝିଅମାନଙ୍କୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷା ଦେଇପାରିବେ ଝିଅ । ସୈନିକ ସ୍କୁଲ ଏବଂ ରାଷ୍ଟ୍ରିୟ ଇଣ୍ଡିଆନ୍ ମିଲିଟାରୀ କଲେଜରେ ଝିଅମାନଙ୍କୁ ଆଡମିଶନ ମିଳୁନଥିବାରୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ଚାଲିଥିଲା, ଯେଉଁଥିରେ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଲିଙ୍ଗଗତ ବାଛ ବିଚାରକୁ ସେନାକୁ ଭର୍ତ୍ସନା କରିଛନ୍ତି ।
ଆଗାମୀ ଦିନରେ ଜଷ୍ଟିସ ବି ଭି ନାଗରତ୍ନା ହୋଇପାରନ୍ତି ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି। ଏହି ସୂଚନା ବୁଧବାର ସାମ୍ନାକୁ ଆସିଛି।
ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି । ଦିଲ୍ଲୀର ରାଉସ୍ ଏଭେନ୍ୟୁ କୋର୍ଟ ସୁଦନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଶଶି ଥରୁର ଧନ୍ୟବାଦ ଜଣାଇବା ସହ କହିଛନ୍ତି 7.5 ବର୍ଷ ଧରି ଏହି ନିର୍ଯାତନା ତଥା ଯନ୍ତ୍ରଣା ଭୋଗୁଥିଲି । ଆଜି ନ୍ୟାୟ ମିଳିଛି ।