ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ଆଇନକୁ କଡ଼ାକଡ଼ି କରିବା ସତ୍ତ୍ୱେ ଲୋକେ ସୁଧୁରୁନାହାନ୍ତି । ଚାଲାଣ କଟିବା ପରେ ବି ମନମାନି ଚଳାଇଛନ୍ତି । ଗୋଟିଏ ବାଇକରେ ୭ ଜଣ ଲୋକ, ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ । ଉତ୍ତରପ୍ରଦେଶରେ ଗୋଟିଏ ବାଇକରେ ଏତେ ସଂଖ୍ୟକ ଲୋକଙ୍କୁ ଦେଖି ୟୁପି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଛି ।
ହୁ ହୁ ହୋଇ ବଢ଼ୁଥିବା ତୈଳ ଦର ମଧ୍ୟରେ ମାଗଣା ପେଟ୍ରୋଲ ପାଇଁ ତୁମୁଳକାଣ୍ଡ । ଯିଏ ପାରିଲା ପେଟ୍ରୋଲ ବୋତଲ୍ ଧରି ଦୌଡ଼ିଲା । ନେତା ଆଉ ଜନତା ସମସ୍ତେ ପଟ୍ରୋଲ ବୋତଲ ଲୁଟିବା ପାଇଁ ପାଗଳ । ଉତ୍ତରପ୍ରଦେଶର କୌଶାମ୍ବୀରେ ଭାରତ ଜନତା ପାର୍ଟି (ବିଜେପି) ବିଧାୟକ ସଞ୍ଜୟ କୁମାର ଗୁପ୍ତାଙ୍କ ତ୍ରିରଙ୍ଗା ଯାତ୍ରା ସମୟରେ ପେଟ୍ରୋଲ ବୋତଲ ନେବାପାଇଁ ଧାଁଧପଡ଼ ହୋଇଛି । କୋଖରାଜ ପୋଲିସ ଅଞ୍ଚଳର ଭରୱାରୀରେ ଅବସ୍ଥିତ କିଡଜୀ ସ୍କୁଲ କ୍ୟାମ୍ପସରେ ଏପରି ଅଭାବନୀୟ ଘଟଣା ଘଟିଛି
ସଂସଦରେ ଏମିତି ଆଇନ୍ ପାରିତ ହେଉଛି ଯେଉଁଥିରେ ବହୁତ ଦୁର୍ବଳତା ରହୁଛି। କେଉଁ ଉଦ୍ଦେଶ୍ୟରେ ଏଭଳି ଆଇନ୍ ତିଆରି ହେଉଛି ତାହା ସେ ଜାଣିପାରୁନଥିବା କହି ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମୟ ଥିଲା ସଂସଦର ଉଭୟ ଗୃହ ଓକିଲରେ ଭର୍ତ୍ତି ରହୁଥିଲେ।
ଆଫଗାନିସ୍ତାନରେ ତାଲିବାନ୍ ରାଜ୍। ଦଖଲରେ ରାଜଧାନୀ କାବୁଲ୍। ଆଜି କାବୁଲକୁ ଚାରିପଟୁ ଘେରିବା ପରେ, ଦ୍ୱାର ଦେଶରେ ପହଞ୍ଚିଥିଲେ ସଶସ୍ତ୍ର ଆତଙ୍କୀ। ସେମାନେ ସହରକୁ ବଳପୂର୍ବକ ନିୟନ୍ତ୍ରଣକୁ ନେବାକୁ ଚାହୁଁନାହାନ୍ତି, ସରକାର ନିଃସର୍ତ୍ତ ଆତ୍ମସମର୍ପଣ କରନ୍ତୁ ବୋଲି ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଆଫଗାନ୍ ଆଭ୍ୟନ୍ତରୀଣ ମନ୍ତ୍ରୀ ଅବଦୁଲ୍ ମିର୍ଜାକ୍ୱାଲ୍ କହିଥିଲେ ଯେ, କାବୁଲ୍ ଆକ୍ରମଣର ଶିକାର ହେବ ନାହିଁ।
ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସବୁଜ ହାଇଡ୍ରୋଜେନ କ୍ଷେତ୍ର, ଦେଶକୁ ଦୀର୍ଘ ଲମ୍ଫ ଦେବାରେ ସାହାଯ୍ୟ କରିବ। ଏହା ସହିତ ପେଟ୍ରୋଲ ଏବଂ ଡିଜେଲର ଚାହିଦା ହ୍ରାସ ହେଲେ ଅଶୌଧିତ ତୈଳ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ। କେବଳ ଏତିକି ନୁହେଁ, ସବୁଜ ହାଇଡ୍ରୋଜେନକୁ ଇନ୍ଧନ ଭାବରେ ବ୍ୟବହାର କରିବା ଦ୍ୱାରା ପ୍ରଦୂଷଣର ମାତ୍ରା କମିବ
ତାଲିବାନ ଆଫଗାନିସ୍ତାନ ଦଖଲ କରିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିବା ପରେ ସେଠାରେ ରହୁଥିବା ଭାରତୀୟମାନେ ଭୟଭୀତ ହୋଇପଡିଛନ୍ତି। ଆଫଗାନିସ୍ତାନରୁ ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ସରକାର ଏକ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ କାବୁଲରେ ଥିବା ଭାରତୀୟ ଦୂତାବାସରେ ସରକାର ଏହାର କର୍ମଚାରୀ ଏବଂ ଭାରତୀୟ ନାଗରିକଙ୍କ ଜୀବନକୁ ବିପଦରେ ପକାଇବେ ନାହିଁ ଏବଂ ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।
ଅନ୍ୟପକ୍ଷରେ, ଏହି ଘଟଣାର ତଦନ୍ତରେ ସିବିଆଇକୁ ସାହାଯ୍ୟ କରୁଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସିବିଆଇ ଏହି ଘଟଣାର ତଦନ୍ତ ସହ ଘଟଣାରେ ଜଡିତ ପ୍ରାୟ ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛି ଏବଂ କ୍ରାଇମବ୍ରାଞ୍ଚର ରିପୋର୍ଟକୁ ମଧ୍ୟ ଯାଂଚ୍ କରାଯାଇଛି। ବିଚାରପତିଙ୍କ ମୃତ୍ୟୁର ପୂରା ଘଟଣାକୁ ନେଇ ସବୁ ଦିଗରେ ସିବିଆଇ ତଦନ୍ତ କରୁଥିବା ସୂଚନା ମିଳିଛି।
ଆଜି ସମସ୍ତେ ଭାରତ ମାତାର ବୀର ସନ୍ତାନମାନଙ୍କୁ ମନେ ପକେଇଛନ୍ତି, ଯେଉଁମାନେ ସ୍ୱାଧୀନତାର ସୁରକ୍ଷା ତଥା ନିରାପତ୍ତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଏହି ଅବସରରେ ବଲିଉଡର ଅନେକ ସେଲିବ୍ରେଟ୍ ମଧ୍ୟ ଦେଶ ପ୍ରତି ନିଜର ପ୍ରେମ ଏବଂ ସମ୍ମାନ ଜଣାଇବାକୁ ଆଗେଇ ଆସିଛନ୍ତି। ଏହି ଅବସରରେ ଅଭିନେତ୍ରୀ ସନା ଖାନ ତାଙ୍କ ସ୍ୱାମୀ ଅନସଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି।
ମଧ୍ୟପ୍ରଦେଶର ଗ୍ୱାଲିଅରରୁ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କ ଛାତିକୁ ଥରେଇ ଦେବ। ଜଣେ ୧୭ ବର୍ଷର ଝିଅ ନିଜ ପ୍ରେମିକର ବନ୍ଧୁଙ୍କୁ ହନୀଟ୍ରାପରେ ଫସେରେ ବାପାଙ୍କୁ ହତ୍ୟା କରିଛି।| ବାପା ତାକୁ କିଛି ଦିନ ପୂର୍ବରୁ ଚାପୁଡ଼ା ମାରିଥିଲେ। ସେ ଏହାକୁ ସହି ପାରିଲା ନାହିଁ। କ୍ରାଇମ୍ ସିରିଏଲ୍ ଦେଖିବା ପରେ ସେ ଏହି ହତ୍ୟାକାଣ୍ଡର ଯୋଜନା କରିଥିଲା, କିନ୍ତୁ ମୋବାଇଲର କଲ୍ ବିବରଣୀ ପୂରା ରହସ୍ୟକୁ ପକେଇ ଦେଲା। ପୋଲିସ ଉଭୟ ଝିଅ ଓ ଯୁବକଙ୍କୁ ଗିରଫ କରିଛି।
ଦେଶରେ ପ୍ରଥମ ବୈଦ୍ୟୁତିକ ସ୍କୁଟର ଲଞ୍ଚ କରିଛି ଓଲା। ଯାହାର ନାମ S1 ରହିଛି। କମ୍ପାନୀ ବହୁ ପୂର୍ବରୁ ଏହି ସ୍କୁଟରର ବୁକିଂ ଖୋଲିଥିଲା । ଯାହାଦ୍ୱାରା ଆପଣ କେବଳ ୪୯୯ ଟଙ୍କା ଦେଇ ଏହି ଇଲେକ୍ଟ୍ରିକ୍ ସ୍କୁଟର ବୁକ୍ କରିପାରିଥାନ୍ତେ। ଓଲାର ଇଲେକ୍ଟ୍ରିକ୍ ସ୍କୁଟର ୧୦ଟି ରଙ୍ଗରେ ଉପଲବ୍ଧ ହେବ। ଯେଉଁଥିରୁ ଆପଣ ନିଜ ପସନ୍ଦର ରଙ୍ଗ ବାଛିପାରିବେ।
କିଛି ଘଂଟା ପୂର୍ବରୁ ଖବର ମିଳିଥିଲା ଯେ, ଆଫ୍ଗାନିସ୍ତାନ ରାଜଧାନୀ କାବୁଲର ଦ୍ୱାର ଦେଶରେ ପହଞ୍ଚିଥିଲା ତାଲିବାନ୍। ଯେକୌଣସି ମୁହୂର୍ତ୍ତରେ ଏହି ସଂଗଠନ ସହର ଭିତରକୁ ପ୍ରବେଶ କରିପାରେ ବୋଲି ସୂଚନା ରହିଥିଲା। ତାଲିବାନର ଜଣେ ମୁଖପାତ୍ର କହିଥିଲେ, ସଂଗଠନର ବନ୍ଧୁକଧାରୀମାନେ ଏବେ କାବୁଲର ଗେଟରେ ଅଟକିଛନ୍ତି। ସହର ଭିତରକୁ ଯିବା ପାଇଁ ସେମାନଙ୍କୁ ଏଯାଏ ନିର୍ଦ୍ଦେଶ ଦିଆଯାଇ ନାହିଁ।
ତେବେ ଆମେରିକା ସୈନ୍ୟ ପ୍ରତ୍ୟାହରର ଅଳ୍ପ ଦିନ ପରେ ତାଲିବାନ ପୁରା ଆଫଗାନିସ୍ତାନକୁ ଦଖଲ କରିନେବା ସାରା ବିଶ୍ୱକୁ ବିସ୍ମିତ କରିଛି। ତେବେ କାବୁଲକୁ ବଳପୂର୍ବକ ଭାବେ ସେମାନେ ନେବାକୁ ଚାହୁଁନାହାନ୍ତି ବୋଲି ତାଲିବାନ୍ କହିଛି।
୨୦୧୪ ନିର୍ବାଚନରେ ବିଜେପି ସବକା ସାଥ, ସବକା ବିକାଶ ମନ୍ତ୍ର ପ୍ରଦାନ କରିଥିଲା। ଏହା ପରେ, ୨୦୧୯ ନିର୍ବାଚନରେ ସମସ୍ତଙ୍କ ବିକାଶ ସହିତ ସମସ୍ତଙ୍କ ବିଶ୍ୱାସ ଯୋଡି ହୋଇଗଲା ଏବଂ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଏଥିରେ ସମସ୍ତଙ୍କ ପ୍ରୟାସ ଯୋଡିଛନ୍ତି।
ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ୩୭,୯୨୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ସୁସ୍ଥତା ସଂଖ୍ୟା ୩,୧୩,୭୬,୦୧୫ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତ୍ତମାନ ସମୟରେ ବି ଦେଶରେ ଆକ୍ଟିଭ୍ କେସର ସଂଖ୍ୟା ୩,୮୫,୩୩୬ ରହିଛି।
ସୁପ୍ରିମକୋର୍ଟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଏନ.ଭି ରମଣା ସଂସଦୀୟ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରଧାନ ବିଚାରପତି ତାଙ୍କ ଅଭିଭାଷଣରେ କେବଳ ଗୃହରେ ଚାଲିଥିବା ହଙ୍ଗାମା ସମ୍ପର୍କରେ କାରଣରୁ ଆଲୋଚନା କରିନାହାଁନ୍ତି, ବରଂ ବିଲ୍ ପାସ୍ ପ୍ରକ୍ରିୟା ଚାଲିଥିବା ସଂସଦୀୟ ବିତର୍କ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି
ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ୱାରକା ସ୍ଥିତ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ହୋଟେଲରେ ନିଆଁ ଲାଗି ଯାଇଥିଲା।
ସ୍ୱାଧୀନତା ଦିବସର ଅବସରରେ କରୋନା ସଙ୍କଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚ୍ୟାଲେଞ୍ଜ ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ଏକ ବଡ଼ ଘୋଷଣା କରିଛନ୍ତି । ଦେଶର ସମସ୍ତ ସୈନିକ ସ୍କୁଲ ବର୍ତ୍ତମାନ ଝିଅ ମାନଙ୍କ ପାଇଁ ଖୋଲାଯିବ ବୋଲି କହିଛନ୍ତି । 'ଏହି ସମୟ, ଏହା ଉପଯୁକ୍ତ ସମୟ' ର ଏକ ନୂତନ ମନ୍ତ୍ର ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ସୀମାରେ ଦୁଇ ପକ୍ଷ ମଧ୍ୟରେ ଶାନ୍ତି ଓ ସୌହ୍ୱାର୍ଦ୍ଦ୍ୟ ଲାଗି ଏଭଳି ପରମ୍ପରା ପାଳନ କରାଯାଇ ଆସୁଛି। ଆଜି ପାକିସ୍ତାନ ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନୀ ରେଞ୍ଜର ଭାରତୀୟ ସୁରକ୍ଷା ବଳଙ୍କୁ ମିଠା ପ୍ରଦାନ କରିଥିବା ବେଳେ ଆସନ୍ତାକାଲି ଭାରତ ପକ୍ଷରୁ ମଧ୍ୟ ପାକିସ୍ତାନୀ ରେଞ୍ଜରଙ୍କୁ ମିଠା ପ୍ରଦାନ କରାଯିବ ବୋଲି ବିଏସଏଫ୍ କମାଣ୍ଡାଣ୍ଟ୍ ଜସବୀର ସିଂହ ସୂଚନା ଦେଇଛନ୍ତି।
ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଦେଲେ ସମ୍ବୋଧନ । ପ୍ରଥମେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ ।
ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଭବ୍ୟ ସମ୍ବର୍ନ୍ଧନା । ରାଷ୍ଟ୍ରପତି ଭବନରେ ଆୟୋଜିତ ହେଲା ବଡ଼ କାର୍ଯ୍ୟକ୍ରମ । ପଦକ ବିଜେତାଙ୍କୁ ଚା’ ପିଇବାକୁ ଡାକିଲେ ରଷ୍ଟ୍ରପତି ରାମ ନାଥ କୋବିନ୍ଦ ।
ଅମଣିଷ, ବିବେକ ହୀନ, ନିଷ୍ଠୁର, ରାକ୍ଷସ । ଏଭଳି କିଛି ବି ଶବ୍ଦ ଏହି ବ୍ୟକ୍ତିକୁ କୁହାଗଲେ ଭୁଲ ହେବ ନାହିଁ । କାରଣ ଯେତେବେଳେ ଜଣେ ବ୍ୟକ୍ତି ଜାଣିଶୁଣି ନିଷ୍ଠୁର ଭାବେ ଜଣଙ୍କ ଉପରେ କାର ଚଢ଼ାଇ ଦିଏ ।
ବ୍ଲାକ୍ ହୋଲ୍ ବ୍ରହ୍ମାଣ୍ଡର ସବୁଠାରୁ ରହସ୍ୟମୟ ପିଣ୍ଡ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ସେଗୁଡିକ୍ ବିଷୟରେ କୌଣସି ପ୍ରତ୍ୟକ୍ଷ ସୂଚନା ନାହିଁ କାରଣ ସେଗୁଡିକ ନିଜର ଅତି ଶକ୍ତିଶାଳୀ ମାଧ୍ୟାକର୍ଷଣ ଶକ୍ତି ବଳରେ ଆଖପାଖ ଆଲୋକ ପ୍ରତି ଆକର୍ଷିତ ହୁଅନ୍ତି। ଦୀର୍ଘ ସମୟ ଧରି ବୈଜ୍ଞାନିକମାନେ ଏହି ବ୍ଲାକ୍ ହୋଲ୍ଗୁଡିକର ଘଟଣାଗୁଡ଼ିକରୁ ସେଗୁଡିକର ବୈଶିଷ୍ଟ୍ୟ ଆବିଷ୍କାର କରିଛନ୍ତି। ନିକଟରେ ହୋଇଥିବା ଏକ ଅଧ୍ୟୟନରେ, ସେମାନେ ଜାଣିବାକୁ ପାଇଛନ୍ତି ଯେ ବ୍ଲାକ୍ ହୋଲ୍ ଯେପରି ପଦାର୍ଥ ଗ୍ରହଣ କରେ ଏହାର ଆକାର ସେପରି ନିର୍ଦ୍ଧାରିତ ହୁଏ।
ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଯେତେ ତିକ୍ତ ଥିଲେ ମଧ୍ୟ ଉତ୍ସବ ବେଳେ ମିଠା ଦିଆ-ନିଆ ହୋଇଥାଏ । ତେବେ ଠିକ ସେହିଭଳି ଆଜି ପାକିସ୍ତାନର ସ୍ୱାଧିନତା ଦିବସ ଉପଲକ୍ଷେ ଉଭୟ ଦେଶ ମଧ୍ୟ ମିଠା ଦିଆ-ନିଆ ହୋଇଛି ।
ଅସନ୍ତୁଳିତ ଜୀବନଶୈଳୀ ଯୋଗୁଁ ଆଜି ସାରା ବିଶ୍ୱରେ ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜୀବନରେ ଚାପ ଏବଂ ବେପରୁଆ ଖାଇବା ଅଭ୍ୟାସ ହେତୁ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗ ସାଧାରଣ ଜୀବନର ଏକ ଅଂଶ ପାଲଟିଗଲାଣି। ଯୁବବର୍ଗ ମଧ୍ୟ ଏଥୁରୁ ମୁକୁଳୁ ନାହାନ୍ତି। ସେମାନେ ବି ମଧୁମେହ ରୋଗରେ ପୀଡିତ ହେବା ଆରମ୍ଭ କରିଛନ୍ତି। ମଧୁମେହ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଆମନ୍ତ୍ରଣ କରେ।
ସୋସିଆଲ ମିଡିଆରେ ଏବେ ଜୋର ଦାର ପ୍ରଶଂସା । ସେନ୍ସେସନ୍ ପାଲଟିଛନ୍ତି ଶିଜି । ଯିଏ ବି ତାଙ୍କ କଳାକୃତି ଦେଖୁଛି ଆଶ୍ଚର୍ଯ୍ୟ ହେଉଛି । କାରଣ ଶୀରର ସମ୍ପୂର୍ଣ୍ଣ ଅସୁସ୍ଥ । ପୁରା ଶରୀର ଥରୁଛି ।