Advertisment

ମାତ୍ର ୩୦ ସେକେଣ୍ଡରେ ୫୦ ଥର ମାରିଲେ ପୁଶ୍‌ଅପ୍‌: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସୃଷ୍ଟି କଲେ ଇତିହାସ

କଠିନ ପରିଶ୍ରମ କରି ରାଜନାଥ ଦତ୍ତ ମାତ୍ର ୩୦ ସେକେଣ୍ଡରେ ୫୮ ଟି ପୁଶଅପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାମ ପଞ୍ଜିକରଣ କରିଛନ୍ତି। ପିଲାଦିନରୁ ଜିମ୍ନାଷ୍ଟିକ୍ ପ୍ରତି ଆଗ୍ରହୀ ଥିବା ରାଜନାଥ ତାଙ୍କ ପିତାମାତାଙ୍କଠାରୁ ପ୍ରେରଣା ପାଇଥିଲେ, କାରଣ ରାଜନାଥଙ୍କ ପିତାମାତା ମଧ୍ୟ ଭଲ ଜିମ୍ନାଷ୍ଟିକ୍ ଖେଳାଳି ଥିଲେ।

author-image
Sarbeswar
Rajnath

Rajnath

ନୂଆଦିଲ୍ଲୀ: କୌଣସି ଜିନିଷରେ ରେକର୍ଡ଼ କରିବା କଥା ମୁଣ୍ଡରେ ଥରେ ପସିଗଲେ ତାହା ଏକ ଭୂତ ସଦୃଶ ହୋଇଯାଏ। ଅର୍ଥାତ୍‌ ଦିନ ରାତି ସେହି ଗୋଟିଏ କଥା ମନରେ ଉଙ୍କି ମାରିଥାଏ। ଆଉ ପ୍ରତିଭା ଯେଉଁମାନଙ୍କ ପାଖରେ ରହିଥାଏ ତାହା ପିଲାଦିନରୁ ହିଁ ପରିପ୍ରକାଶ ପାଇଥାଏ। ପରିଶ୍ରମ ବଳରେ ସେ ଆହୁରି ଅଧିକ ସଫଳତା ପାଇଁ ଇଚ୍ଛା କରେ। ଆଉ ଏପରି ଚିତ୍ର ପଡ଼ୋଶୀ ପଶ୍ଚିମବଙ୍ଗ ହୁଗୁଳିରୁ ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି। ଚର୍ଚ୍ଚା ଏଇଥି ପାଇଁ ହେଉଛି ଯେ, କାରଣ ଜଣେ ପ୍ରଥମ ଶ୍ରେଣୀରେ ପଢୁଥିବା ଛାତ୍ର ଜଣକ ମାତ୍ର ୩୦ ସେକେଣ୍ଡରେ ୫୦ ଥର ପୁଶ୍‌ଅପ୍‌ ମାରିଛନ୍ତି।

Advertisment

କଠିନ ପରିଶ୍ରମ କରି ରାଜନାଥ ଦତ୍ତ ମାତ୍ର ୩୦ ସେକେଣ୍ଡରେ ୫୮ ଟି ପୁଶଅପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାମ ପଞ୍ଜିକରଣ କରିଛନ୍ତି। ପିଲାଦିନରୁ ଜିମ୍ନାଷ୍ଟିକ୍ ପ୍ରତି ଆଗ୍ରହୀ ଥିବା ରାଜନାଥ ତାଙ୍କ ପିତାମାତାଙ୍କଠାରୁ ପ୍ରେରଣା ପାଇଥିଲେ, କାରଣ ରାଜନାଥଙ୍କ ପିତାମାତା ମଧ୍ୟ ଭଲ ଜିମ୍ନାଷ୍ଟିକ୍ ଖେଳାଳି ଥିଲେ। କରୋନା ମହାମାରୀର ଅବଧି ସମୟରେ ରାଜନାଥ ଦତ୍ତ ଭର୍ଚୁଆଲ ମାଧ୍ୟମରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସର ଲାଇଭ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସମଗ୍ର ଭାରତକୁ ନିଜର ଜଲ୍‌ବା ଦେଖାଇଥିଲେ। ତାଙ୍କୁ ସର୍ବଭାରତୀ ସଂସ୍ଥା ପକ୍ଷରୁ ତାଙ୍କୁ ପଦକ ଏବଂ ପ୍ରମାଣପତ୍ର ମଧ୍ୟ ମିଳିଛି।

ରାଜନାଥଙ୍କ ବାପା କୌଶିକ୍‌ ଦତ୍ତ କହିଛନ୍ତି ଯେ ତାଙ୍କର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ, ତଥାପି ପୁଅ ତାଙ୍କ ପ୍ରତିକୂଳ ପରିସ୍ଥିତିରେ ଏହି ଅଦୃଶ୍ୟ ସଫଳତା ହାସଲ କରିଛି। ସେ ଆହୁରି କହିଛନ୍ତି ଯେ ଯଦି ତାଙ୍କୁ ଦେଶ ତଥା ରାଜ୍ୟ ସରକାର ଆର୍ଥିକ ସହାୟତା ଦିଅନ୍ତି, ତା’ହେଲେ ତାଙ୍କ ପୁଅ ଆହୁରି ଭଲ ପ୍ରଦର୍ଶନ କରିପାରିବ।

Advertisment

ସୂଚନା ଅନୁସାରେ, ରାଜନାଥଙ୍କ ବାପା ଜଣେ ଦିନ ମଜୁରିଆ ଭାବରେ କାମ କରନ୍ତି ଏବଂ ତାଙ୍କ ମାଆ ଜଣେ ଗୃହିଣୀ ଅଟନ୍ତି। ଉଭୟ ବାପ-ପୁଅ ଜିମ୍ନାଷ୍ଟିକ୍‌ରେ ଅଂଶଗ୍ରହଣକାରୀ ଥିଲେ। କିନ୍ତୁ ପୁଅ ବିଜୟ ହୋଇଥିବା ବେଳେ ବାପା ହାରିଯାଇଥିଲେ। ସେପଟେ ମାଆ କହିଛନ୍ତି, ପୁଅକୁ ନେଇ ମୁଁ ଅନେକ ସ୍ୱପ୍ନ ଦେଖିଛି। କେଉଁ ପରିସ୍ଥିତିରେ ତାକୁ ମୁଁ ପାଳିଛି ସେ କଥା ମୁଁ ନିଜେ ହିଁ ଜାଣିଛି। ରାଜନାଥଙ୍କ ସଫଳତାରେ ପରିବାର ତଥା ଅଞ୍ଚଳର ବାସିନ୍ଦାମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ରାଜନାଥ ଦୀର୍ଘ ଦିନ ଧରି ଜିମ୍ନାଷ୍ଟିକ୍ କରିଆସୁଥିଲେ। ଆଉ ଏବେ ସଫଳତା ପାଇଲେ। ତେବେ ମୋଟ୍‌ ଉପରେ ରାଜନାଥଙ୍କୁ ନେଇ ଏବେ ପୂରା ରାଜ୍ୟ ଚର୍ଚ୍ଚାରେ ଚାଲିଛି।

West Bengal India Hooghly-58-push-ups
Advertisment
Advertisment