Advertisment

ଲକଡାଉନରେ ଶୁଆଙ୍କ ପ୍ରେମରେ ରାଧିକା

ଶୁଆମାନଙ୍କୁ ସମସ୍ତେ ପିଞ୍ଜରା ଭିତରେ ରଖନ୍ତି। ତାଙ୍କୁ ଖାଇବାକୁ ଦିଅନ୍ତି। ହେଲେ କାଳେ ଉଡ଼ିଯିବେ ସେଥିପାଇଁ ମୁକ୍ତ କରନ୍ତି ନାହିଁ। ପକ୍ଷୀଟିଏକୁ ନିଜ ଘରେ ପାଳନ୍ତି ସିନା, ହେଲେ ସ୍ୱାଧୀନତା ଦିଅନ୍ତି ନାହିଁ। ନିଜ ଅଧିନରେ ରଖନ୍ତି। ଏଥିପାଇଁ ପକ୍ଷୀମାନେ ଭୀତତ୍ରସ୍ତ ହୋଇ ମନ ଦୁଃଖରେ ରୁହନ୍ତି। ପିଞ୍ଜରା ଭିତରେ ଛଟପଟ ହୁଅନ୍ତି।

author-image
Sarbeswar
Maharashtra

Maharashtra

ମହାରାଷ୍ଟ୍ର: ଶୁଆମାନଙ୍କୁ ସମସ୍ତେ ପିଞ୍ଜରା ଭିତରେ ରଖନ୍ତି। ତାଙ୍କୁ ଖାଇବାକୁ ଦିଅନ୍ତି। ହେଲେ କାଳେ ଉଡ଼ିଯିବେ ସେଥିପାଇଁ ମୁକ୍ତ କରନ୍ତି ନାହିଁ। ପକ୍ଷୀଟିଏକୁ ନିଜ ଘରେ ପାଳନ୍ତି ସିନା, ହେଲେ ସ୍ୱାଧୀନତା ଦିଅନ୍ତି ନାହିଁ। ନିଜ ଅଧିନରେ ରଖନ୍ତି। ଏଥିପାଇଁ ପକ୍ଷୀମାନେ ଭୀତତ୍ରସ୍ତ ହୋଇ ମନ ଦୁଃଖରେ ରୁହନ୍ତି। ପିଞ୍ଜରା ଭିତରେ ଛଟପଟ ହୁଅନ୍ତି। 

Advertisment

ଏଠି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ଯୁବତୀ ଜଣକ ହେଉଛନ୍ତି ମହାରାଷ୍ଟ୍ରର ରାଧିକା ସନୱାନେ। ରାଧିକା ସକାଳୁ ଉଠୁ ଉଠୁ ପ୍ରତିଦିନ ଏମିତି ୩୦ରୁ ୪୦ ଶୁଆଙ୍କୁ ବାଦାମ, ଚାଉଳ, ଚଣା, ବୁଟ ଖାଇବାକୁ ଦିଅନ୍ତି। ରାଧିକାଙ୍କୁ ଏହି ସୁନ୍ଦର ସୁନ୍ଦର ମିଟୁ ସବୁ ଏତେ ଭଲପାଇ ଯାଇଛନ୍ତି ଯେ, ତାଙ୍କ ହାତରୁ ବାଦାମ ଖୁମ୍ପି ଖାଆନ୍ତି, କାନ୍ଧ ଉପରେ ବସନ୍ତି… ମନ ଭରିଗଲେ ଫୁର୍ କିନା ଉଡ଼ିଯାଆନ୍ତି ମୁକ୍ତ ଆକାଶକୁ। ଡରଭୟ କିଛି ନ ଥାଏ। 

Advertisment

ଶୁଆମାନଙ୍କ ସୁବିଧା ପାଇଁ ରାଧିକା, ସବୁ ସଜ କରିଛନ୍ତି। ଦୋଳି ବାନ୍ଧିଛନ୍ତି, ବାଦାମ ଡବା ଝୁଲେଇଛନ୍ତି। ଶୁଆମାନେ ଆସିଲେ ତା’ରି ଉପରେ ବସନ୍ତି, ଖୁମ୍ପି ଖୁମ୍ପି ଖାଆନ୍ତି। 
ପ୍ରାୟ ଦେଢ଼ ବର୍ଷ ହେଲାଣି ମହାରାଷ୍ଟ୍ରର ପୁନେରେ ରାଧିକା ରହୁଛନ୍ତି ଏକ ଆପାର୍ଟମେଣ୍ଟରେ। ସେ ଏକ ଘରୋଇ ସଂସ୍ଥାରେ ଚାକିରି କରିଛନ୍ତି। ଶୁଆମାନଙ୍କ ସହ ସମ୍ପର୍କ ଏତେ ନିବିଡ଼ ହୋଇଗଲାଣି ଯେ, ସେ ଆଉ ତାଙ୍କୁ ଛାଡ଼ି କୁଆଡ଼େ ଯାଇ ପାରୁନାହାନ୍ତି। ଯଦି ଦୁଇ ତିନିଦିନ ପାଇଁ କୁଆଡ଼େ ବୁଲିବାକୁ ଯିବେ, ଆଉ ଶୁଆ ସବୁ ଆସି ଫେରିଯିବେ ତାହା ରାଧିକାଙ୍କ ପାଇଁ ଗୋଟେ ବଡ଼ ଚିନ୍ତା। 
ଆଗକୁ କ’ଣ ହେବ ସେ କଥା ନ ଭାବି ରାଧିକା ଶୁଆମାନଙ୍କୁ ଖାଇବାକୁ ଦେଉଛନ୍ତି।  ଯେତେ ଦିନ ଯାଏ ଏ ଆପାର୍ଟମେଣ୍ଟରେ ଥିବେ ସେ ଦିନ ଯାଏ ଏମିତି ଚାଲିଥିବ ବୋଲି କହିଛନ୍ତି।
ଏଠି ଗୋଟେ କହିବା କଥାହେଲା, ଦୁନିଆରେ ବହୁ ଲୋକ ରହୁଛନ୍ତି। ନିଜ ସୌକ ପାଇଁ ପଶୁପକ୍ଷୀ ପାଳୁଛନ୍ତି। ନିଜ ଖୁସି ପାଇଁ ବନ୍ଦୀ କରି ଜୀବଜନ୍ତୁଙ୍କୁ ପାଳିବା ଆଉ ମୁକ୍ତ କରି ଖୋଲାମନରେ ତାଙ୍କୁ ସେବା ଯୋଗାଇବା ଦୁଇଟି ଭିନ୍ନ କଥା।

India Maharashtra
Advertisment
Advertisment