ବୁଢୀ ମାଉସୀର କଥା ରଖିଲେ, ରାସ୍ତା କଡ଼ରେ ପରିବା ବିକ୍ରି କଲେ ଆଇଏଏସ୍ ଅଧିକାରୀ। ହୁଏତ ଏହି ଘଟଣା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ କହିବେ, ଜଣେ ଆଇଏଏସ ଅଫିସର ହୋଇ ରାସ୍ତା କଡ଼ରେ କେମିତି ପରିବା ବିକ୍ରି କଲେ? କିନ୍ତୁ ଘଟଣା ପୂରା ସତ। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏପରି ଘଟଣା ଘଟିଛି। IAS ଅଖିଳେଶ ମିଶ୍ରଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା । ମଥୁରାରେ ମଦ ଓ ମାଂସ କାରବାର ଉପରେ ସମ୍ପୂର୍ଣ ପ୍ରତିବନ୍ଧ ଲଗାଇଲେ ଉତ୍ତରପ୍ରଦେଶ ସରକାର । ମଦ ଏବଂ ମାଂସ କାରବାର କରୁଥିବା ବ୍ୟବସାୟୀଙ୍କୁ ଅନ୍ୟ କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରିବେ ପାଇଁ ଅନୁରୋଧ କରିବା ସହ ସେମାନଙ୍କ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
କରାଳ ରୂପ ଧରି ମାଡ଼ି ଆସୁଛି ବନ୍ୟା ଜଳ । ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ । କେଉଁଠି ବର୍ଷା ନହେବାରୁ ଚାଷ ହୋଇ ପାରୁନି ତ ଆଉ କେଉଁଠି ପ୍ରବଳ ବର୍ଷା କାରଣରୁ ଗାଁ ବୁଡ଼ି ଗଲାଣୀ । ଲଗାଣ ବର୍ଷାରେ ଗୋରଖପୁରର ନିକଟବର୍ତ୍ତୀ ନଦୀ ଗୁଡିକର ଜଳସ୍ତର ବଢିବାରେ ଲାଗିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି ।
ରାଜସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣା । ଶ୍ରୀବାଲାଜୀ ସହର ନିକଟରେ ଟ୍ରକ ଓ କ୍ରୁଜର ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି
ତାଲିବାନ କବଳିତ କାବୁଲରୁ ଉଦ୍ଧାର ହେଲେ ମାୟା, ବବି ଓ ରୁବି । ଆଇଟିବିପିର ୩ ସନ୍ଧାନୀ କୁକୁର ବିଦେଶ ମାଟିରେ ଭାରତ ପାଇଁ ୩ ବର୍ଷ ଧରି କାମ କରୁଥିବା । ଏହି ତିନି ସନ୍ଧାନୀ କୁକୁରଙ୍କୁ ଭାରତ ଫେରାଇ ଆଣିଛନ୍ତି । କେନ୍ଦ୍ର ସରକାର ଭାରତୀୟ ବାୟୁସେନା ବିମାନ ସି-୧୭ ଗ୍ଲୋବ ମାଷ୍ଟରରେ କିଛି ଭାରତୀୟଙ୍କ ସହ ମାୟା, ବବି ଓ ରୁବିଙ୍କୁ ଏୟାରଲିଫ୍ଟ କରାଯାଇ ଗୁଜରାଟର ଜାମନଗର ଏୟାରଫୋର୍ସ ଷ୍ଟସେନକୁ ଅଣାଯାଇଛି ।
ପ୍ରାଥମିକ ସୂଚନା ଅନୁସାରେ ଅଡି Q3 କାର୍ ରାସ୍ତା କଡ଼ରେ ଥିବା ଖମ୍ବକୁ ଜୋରରେ ଧକ୍କା ହୋଇଥିଲା । ବିଳମ୍ବିତ ରାତିରେ କୋରାମଙ୍ଗାଲାରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା ସମ୍ପର୍କରେ ଯୁଗ୍ମ କମିଶନର (ଟ୍ରାଫିକ୍) ଡକ୍ଟର ବି.ଆର. ରବିଚନ୍ଦଗୌଡ଼ା ସୂଚନା ଦେଇଛନ୍ତି
ଦେଶରେ ତୃତୀୟ ଲହରୀ ଭୟ ଭିତରେ କେରଳରେ ବେକାବୁ କରୋନା ସଂକ୍ରମଣ । ଦିନକୁ ଦିନ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ପ୍ରାୟ ଛଅ ଦିନହେଲା ପ୍ରତିଦିନ ୩୦,୦୦୦ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଗୋଟିଏ ପଟେ ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ କେରଳର ସ୍ଥିତି ସୁଧୁରିବାର ନାଁ ନେଉନି ।
କୋଭିଡ୍-୧୯ର ଆଉ ଏକ ନୂଆ ଭେରିଏଣ୍ଟ ସାରା ଦୁନିଆ ପାଇଁ ଚିନ୍ତାର କାରଣ ହୋଇ ଠିଆ ହୋଇଛି। C.1.2 ନାମକ ଏହି ନୂଆ ଭେରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ମିଳିଛି। ଏହି ଭେରିଏଣ୍ଟକୁ ନେଇ ହୋଇଥିବା ଏକ ଅଧ୍ୟୟନ ଦାବି କରିଛି ଯେ ଏହା ସାରା ଦୁନିଆରେ ବ୍ୟାପିବା ସହିତ ବର୍ତ୍ତମାନ ମିଳୁଥିବା ସମସ୍ତ ଟିକାଙ୍କୁ ମାତ ଦେବା ଭଳି କ୍ଷମତା ରହିଛି।
ପଶ୍ଚିମବଙ୍ଗରେ ରାଜନୈତିକ ପଟ୍ଟପରିବର୍ତ୍ତନର ଧାରା ଜାରି ରହିଛି । ଏହାରି ମଧ୍ୟରେ ବିଷ୍ଣୁପୁରରୁ ବିଜେପି ବିଧାୟକ ଥିବା ତନ୍ମୟ ଘୋଷ ବିଜେପି ଛାଡ଼ି ଏବେ ତୃଣମୂଳ କଂଗ୍ରେସରେ ମିଶିଛନ୍ତି । ଦଳ ଛାଡ଼ିବା ପରେ ବିଜେପି ଉପରେ ଅସନ୍ତୋଷ ଜାହିର କରିଛନ୍ତି ତନ୍ମୟ । ସେ କହିଛନ୍ତି ବିଜେପି ପଶ୍ଚିମବଙ୍ଗରେ ପ୍ରତିଶୋଧ ପରାୟଣ ହୋଇ କାମ କରୁଛି ।
ବର୍ତ୍ତମାନ ସମୟରେ ଅନଲାଇନ ଟ୍ରାଞ୍ଜାକ୍ସନକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଛୋଟବଡ ସବୁ ଦୋକାନ, ଅନୁଷ୍ଠାନରେ ବି ଅନ୍ଲାଇନ ଟ୍ରାଞ୍ଜାକ୍ସନ ପାଇଁ ବିଭିନ୍ନ ଆପ୍ର ବ୍ୟବସ୍ଥା ରହିଛି। ଏହି କାରଣରୁ ଖୁଚୁରା କଏନ୍ର ବ୍ୟବହାର ହ୍ରାସ ପାଉଛି ।
ନବମ ଶ୍ରେଣୀରୁ ଉପର ସମସ୍ତ ସ୍କୁଲ, କଲେଜ, ତାଲିମ କେନ୍ଦ୍ର, ଲାଇବ୍ରେରୀ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବ ବୋଲି ନିର୍ଦ୍ଦେଶ ଦେଇଛି DDMA । କରୋନାଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ସ୍କୁଲ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି
କରୋନା ତୃତୀୟ ଲହରର ଭୟ ମଧ୍ୟରେ ଯଥାଶୀଘ୍ର ପିଲାମାନଙ୍କର ଟିକାକରଣ ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି। ନୟା ହମଦର୍ଦ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ ପିଲାଙ୍କ ଟିକାକରଣ ପାଇଁ ରବିବାର ଠାରୁ ୨ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ କୋଭିଡ୍-୧୯ ଟିକା କୋଭୋଭାକ୍ସର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ପାଇଁ ସ୍ୱେଚ୍ଛାସେବୀ ନିଯୁକ୍ତି ଆରମ୍ଭ ହୋଇଛି।
ଟୋକିଓ ପାରାଲିମ୍ପିକ୍ସରେ ଇତିହାସ। ଗୋଟିଏ ଦିନରେ ଭାରତକୁ ମିଳିଛି ତିନି ତିନିଟି ପଦକ। ଦେଶ ପାଇଁ ଦୁଇଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀୟ ଖେଳାଳି
ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି। ହାଇ ଜମ୍ପରେ ଭାରତକୁ ରୌପ୍ୟ ପଦକ ମିଳିଛି। ପାରାଲିମ୍ପିକ୍ସରେ ହାଇ ଜମ୍ପରେ ନିଷାଦ କୁମାର ରୌପ୍ୟ ପଦକ ପାଇଛନ୍ତି। ମୋଟ୍ ଉପରେ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଏହାସହ ପୂର୍ବରୁ ଟେବୁଲ ଟେନିସରେ ଭାବିନା ପଟେଲ ରୌପ୍ୟ ପଦକ ହାସଲ କରିଥିଲେ
ବଲିଉଡ୍ ଅଭିନେତା ଅରମାନ କୋହଲୀଙ୍କ ବାସଭବନରେ ଶନିବାର ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଟିମ୍(ଏନ୍ସିବି) ଚଢଉ କରିଥିଲା। ସୂଚନା ମୁତାବକ ଏନ୍ସିବି ଯେତେବେଳେ ଅରମାନଙ୍କ ଘର ଉପରେ ଚଢଉ କରିଥିଲା ସେତେବେଳେ ସେ ନିଶାରେ ଥିଲେ। ତାଙ୍କ ଘରୁ ୧ ଗ୍ରାମରୁ ଅଧିକ କୋକେନ୍ ଜବତ ହୋଇଥିଲା। ଏହା ପରେ ଏନ୍ସିବି ସେହିଦିନ ପଚରାଉଚରା ପାଇଁ ରିମାଣ୍ଡରେ ଜୋନାଲ ହେଡ୍କ୍ୱାଟରକୁ ନେଇଥିଲା।
କେରଳରେ କରୋନାର ସଙ୍ଗୀନ ସ୍ଥିତି। କରୋନାରେ ସଂକ୍ରମିତ ହୋଇ ଆଜି ୪ ଜଣ ଶିଶୁଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି। ବିଶେଷଜ୍ଞମାନେ କହିଲେଣି କେରଳରୁ ହିଁ ଆରମ୍ଭ ହେବ କରୋନା ତୃତୀୟ ଲହର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୧୫୦ ଦିନ ମଧ୍ୟରେ ୩୦୦ ରୁ ଅଧିକ ପିଲା ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ-ଇନ୍ ଚାଇଲ୍ଡ (MIS-C) ସଂକ୍ରମଣରେ ଶିକାର ହେବାରେ ଲାଗିଛନ୍ତି।
ଟୋକିଓ ପାରାଲିମ୍ପିକ୍ସରେ ରୌପ୍ୟ ବିଜୟିନୀ ଭାବିନା ପଟେଲଙ୍କୁ ୩ କୋଟି ଟଙ୍କାର ପୁରସ୍କାର ମିଳିବ। ତାଙ୍କ ପାଇଁ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ପ୍ରଥମ ଭାରତୀୟ ଭାବେ ଭାବିନା ପାରାଲିମ୍ପିକ୍ସ ଟିଟିରେ ପଦକ ଜିତିଛନ୍ତି। ଓ୍ୱିମେନ୍ସ ସିଙ୍ଗିଲ୍ସ ଟେବୁଲ ଟେନିସ ଫାଇନାଲରେ ଆଜି ଭାବିନା ତାଙ୍କ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ୟିଙ୍ଗ ଝୋଙ୍କୁ ଭେଟି ୩-୦ ସେଟରେ ହାରି ସ୍ୱର୍ଣ୍ଣ ପଦକରୁ ବଂଚିତ ହୋଇଥିଲେ
ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଛି । ଭାରତକୁ ଓ ଭାରତରୁ କମର୍ସିଆଲ ଉଡ଼ାଣ ଉପରେ ଲାଗିଲା ରୋକ୍ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ବୃଦ୍ଧି କରିଛନ୍ତି । ନିୟମିତ ନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ବଢ଼ିଛି ।
ଆଜି ଅଗଷ୍ଟ ମାସର ଶେଷ ରବିବାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହାସହ ଅଲମ୍ପିକ୍ସ ମେଡାଲ ବିଜେତାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି । ୮୦ତମ ମନ୍ କି ବାତ୍ ସଂସ୍କରଣରେ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍ ମାନେ ଏବେ ଯୁବପିଢ଼ିଙ୍କ ସମ୍ମୁଖରେ ଉଦାହରଣ ସୃଷ୍ଟି କରିଥିବା କହିଛନ୍ତି
ଜଣେ ସରକାରୀ କର୍ମଚାରୀ ହୋଇ ବି ସେ ଜାଣିନଥିଲେ, ଏହା ତାଙ୍କୁ ମହଙ୍ଗା ପଡିବ। ଏହି ପୋଷ୍ଟଟି ସୋସିଆଲ ମିଡିଆରେ ବିଜୁଳି ବେଗରେ ଭାଇରାଲ ହୋଇଥିଲା। ଫେସବୁକ ୟୁଜରମାନେ ଅନେକ ସମାଲୋଚନା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।
୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ ହୋଇସାରିଛି । ଏହି ଧାରାରେ ଆମ୍ ଆଦମୀ ପାର୍ଟି (AAP) ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ଏକ ବିଶେଷ ରଣନୀତି ଉପରେ କାମ ଆରମ୍ଭ କରିଛି । ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଏଥର ହିନ୍ଦୁତ୍ୱ ଏବଂ ରାଷ୍ଟ୍ରବାଦକୁ ମୁଦ୍ଦା କରି ବିଜେପିକୁ ଘେରିବାକୁ ପ୍ରସ୍ତୁତି କରିଛି ।
କିଛି ଲୋକ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଥିବା ବେଳେ ଆଉ କିଛି ଲୋକ ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ଏଭଳି ନିୟମ ଉଲ୍ଲଂଘନକାରୀଙ୍କୁ ଉଚିତ୍ ଦଣ୍ଡ ଦେବା ପାଇଁ ଏକ ନିଆରା କ୍ୟାମ୍ପେନ୍ ଆରମ୍ଭ ହୋଇଛି।
ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଭାରତର ସମସ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ସମୟରେ, ଭାରତୀୟ ଗୁପ୍ତଚର ସଂସ୍ଥା ଖବର ପାଇଛି ଯେ କାନ୍ଦାହାରରେ ଆତଙ୍କବାଦୀ ସଂଗଠନ ଜୈଶ ତାଲିବାନଙ୍କ ନେତୃତ୍ୱଙ୍କୁ ଭେଟି ଭାରତକୈନ୍ଦ୍ରିକ କାର୍ଯ୍ୟ ପାଇଁ ସହାୟତା ଲୋଡିଛି।
ସ୍ଥାନୀୟ ପୋଲିସ୍ ଅଧକାରୀଙ୍କ କହିବାନୁସାରେ କିଶୋର ନିଖୋଜ ଥିବା ନେଇ ବାପା ଏମ୍ଆଇଡିସି ଥାନାରେ ଅଭିଯୋଗ କରିଥିଲେ। କିଶୋର ମୋବାଇଲରେ ପବଜି ଖେଳି ନିଜ ମା'ର ବ୍ୟାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛି । ଏହା ଜାଣିବା ମାତ୍ରେ ତାଙ୍କ ବାପା କିଶୋରଙ୍କୁ ଗାଳି ଦେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସୀ ମାଧ୍ୟମରେ ଜାଲିଆନାୱାଲା ବାଗ୍ ସ୍ମାରକର ପୁନର୍ନିର୍ମିତ ପରିସରକୁ ଉଦଘାଟନ କରିଛନ୍ତି। ନୂଆ ପରିସରକୁ ଉଦ୍ଘାଟନ କଲା ପରେ ସେଠାରେ ଉପସ୍ଥିତ ସମସ୍ତଙ୍କୁ ମୋଦୀ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ପଞ୍ଜାବର ବୀର ଭୂମି ଏବଂ ଜାଲିଆନାୱାଲା ବାଗର ପବିତ୍ର ମାଟିକୁ ମୋର ଅନେକ ଅନେକ ପ୍ରଣାମ।"