ଇସ୍ତଫା ଦେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ। ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ତେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଦଳ ନିଷ୍ପତ୍ତି ନେବ। ତା’ ସହ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବି ବୋଲି କହିଛନ୍ତି ରୁପାଣୀ। ଆଜି ସେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଥିଲେ। ରୁପାଣୀ ପ୍ରାୟ ୫ ବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ।
ତେଲେଙ୍ଗାନା ଏକ୍ସପ୍ରେସରେ ଦୁଇଟି ଅସ୍ତ୍ରଶସ୍ତ୍ର ଭର୍ତ୍ତି ବ୍ୟାଗ୍ ମିଳିବା ପରେ ଆତଙ୍କ ସୃଷ୍ଟି ହୋଇଛି । ସାଧାରଣ କୋଚରେ ଦୁଇଟି ବ୍ୟାଗରୁ ପାଞ୍ଚଟି ବନ୍ଧୁକ ଉଦ୍ଧାର କରିଛି ଆରପିଏଫ୍ । ଏହା ବ୍ୟତୀତ ବ୍ୟାଗରେ ୨୩ଟି ଅଫୁଟା ଗୁଳି ମଧ୍ୟ ଉଦ୍ଧାର ହୋଇଛି । ଏହାସହ ଦୁଇ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ଲାଇସେନ୍ସ ମଧ୍ୟ ଉଦ୍ଧାର ହୋଇଛି
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି-ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ ଜମ୍ମୁ କଶ୍ମୀରର ମିଶ୍ରିତ ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଦୁଇ ଦିନିଆ ଜମ୍ମୁ ଗସ୍ତର ଦ୍ୱିତୀୟ ଦିନରେ ଏଠାରେ କଂଗ୍ରେସ କାର୍ଯ୍ୟକ୍ରମରେ ଦଳର ପଦାଧିକାରୀ ତଥା କର୍ମୀଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ “ଆପଣମାନଙ୍କ ମଧ୍ୟରେ ପ୍ରେମ, ଭାଇଚାରା ଏବଂ ମିଶ୍ରିତ ସଂସ୍କୃତିର ଭାବନା ରହିଛି। ମୁଁ ଦୁଃଖିତ ଯେ ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ଏହି ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି।”
ଜମ୍ମୁ କଶ୍ମୀର ଆଜି ବି ଦୟନୀୟ ଅବସ୍ଥାରେ ରହିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବିତ ପାତ୍ର ଜମ୍ମୁ କଶ୍ମୀରର ଏହି ସମସ୍ୟା ନେଇ କଂଗ୍ରେସ ଓ ନେହେରୁଙ୍କୁ ଦୋଷୀ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇ ଶୁକ୍ରବାର ସମ୍ବିତ ପାତ୍ର କହିଛନ୍ତି ଯେ ଆଜିଯାଏ କଶ୍ମୀରରେ ଯେଉଁ ସମସ୍ୟା ଲାଗି ରହିଛି ଏନେଇ କଂଗ୍ରେସର ତୁଷ୍ଟିକରଣ ନୀତି ହିଁ ଦାୟୀ।
କଥାରେ ଅଛି “ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ”। ଏହାକୁ ସତ କରି ଦେଖେଇଛନ୍ତି ଜଣେ କୁନି ଛାତ୍ରୀ। ଏହି ଛାତ୍ରୀ ଜଣକ ହେଲେ ମଧ୍ୟପ୍ରଦେଶର ପିପିରିଆର ଡୋକରୀ ଖେଡାରେ ରହୁଥିବା ଦଶମ ଶ୍ରେଣୀର ନବଶ୍ରୀ ଠାକୁର। ନବଶ୍ରୀଙ୍କ ପିତା-ମାତା ମୂଲ ଲାଗି ପରିବାର ଚଳାନ୍ତି। ମା ଘରର କାମ ସହିତ ରୋଜଗାର ପାଇଁ ବି ସମୟ ଦିଅନ୍ତି। ଏହାରି ଭିତରେ ତାଙ୍କୁ ବହୁତ ଧାଁ ଧପଡ ମଧ୍ୟ କରିବାକୁ ହୋଇଥାଏ। ମା’ଙ୍କର ଏଭଳି ପରିଶ୍ରମକୁ ଦେଖନ୍ତି ନବଶ୍ରୀ। ଏନେଇ ସେ ମନରେ ଏକ ପ୍ରକଳ୍ପର ଯୋଜନା କଲେ। ଇନ୍ସାୟର ଆୱାର୍ଡ ଯୋଜନା ପାଇଁ ସେ ଏକ ମଡେଲ୍ ତିଆରି କଲେ ଯାହା ଦ୍ୱାରା ଏକାସାଙ୍ଗରେ ଅନେକଗୁଡିଏ କାମ କରିହେବ।
ଯଦି ଆମେ ଦେଶର ଧନୀ ମହିଳାଙ୍କ ବିଷୟରେ କହିବା, ତେବେ କିରଣ ମଜୁମଦାର ଖାଁଙ୍କ ନାମ ଶୀର୍ଷରେ ରହିବ। କିରଣ ମଜୁମଦାର ବାୟୋକନ୍ ଲିମିଟେଡର ଚେୟାରମ୍ୟାନ୍ ଅଛନ୍ତି । ନିକଟରେ ପ୍ରକାଶିତ ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା ୨୦୨୧ କିରଣଙ୍କୁ ଭାରତର ସବୁଠାରୁ ଧନୀ ମହିଳାର ପରିଚୟ ମିଳିଛି
କରୋନା ମହାମାରୀ ଏବେ ସମସ୍ତଙ୍କୁ ଟେନ୍ସନ୍ ଦେଉଛି। ଆଉ ଏହାରି ମଧ୍ୟରେ ବିହାରରେ ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଅଭିଭାବକ। ସୂଚନା ଅନୁସାରେ, ବିହାରରେ ପିଲାମାନଙ୍କଠାରେ ଭାଇରାଲ୍ ଜ୍ୱର ହଠାତ୍ ବୃଦ୍ଧି ପାଇବାରେ ଲାଗିଛି
ଭାରତ ସୀମାରେ ଚୀନ୍ ନିର୍ମାଣ କରିବ ୩୦ଟି ବିମାନବନ୍ଦର । ସାମରିକ କାମକୁ ତ୍ୱରାନିତ କରିବା ପାଇଁ ଚୀନ୍ ଏଭଳି ପଦକ୍ଷେପ ନେଇଛି । ଯାହା ଦ୍ୱାରା ଭାରତ ସୀମାବର୍ତ୍ତୀ ଅଞ୍ଚଳ ଜିନଜିଆଙ୍ଗ ଓ ତିବ୍ଦତ ଅଞ୍ଚଳରେ ଥିବା ପାଶ୍ଚାତ୍ୟ ଥିଏଟର କମାଣ୍ଡକୁ ସୁବିଧା ସୁଯୋଗ ମିଳିପାରିବ ।
ମହଙ୍ଗା ପଡ଼ିଲା ସ୍ୱିମିଂ ପୁଲ୍ରେ ମହିଳା କନଷ୍ଟେବଲଙ୍କ ସହ ପୋଲିସ୍ ବାବୁଙ୍କ ଅଶ୍ଲୀଳ କାରନାମା। ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ପରେ ରାଜସ୍ଥାନ ଉଦୟପୁରର ଏକ ରିସର୍ଟରୁ ଡିଏସ୍ପି ହୀରାଲାଲ୍ଙ୍କୁ ଗିରଫ କରାଯାଇଛି।
ଅନେକ ସମୟରେ ଦେଖାଯାଏ ପମ୍ପ କର୍ମଚାରୀମାନେ ମିଟର କଂଟାରେ ଏପଟ ସେପଟେ କରିଦିଅନ୍ତି। ଆଉ ଫଳ ସ୍ୱରୂପ ୧୦୦ ଟଙ୍କାରେ ପେଟ୍ରୋଲ ପକାଇଲେ ବି ସେତିକି ଟଙ୍କାରେ ଆପଣ ତେଲ ପାଇନଥାନ୍ତି। ତେଣୁ ଆପଣମାନେ ଧ୍ୟାନର ସହ ଦେଖନ୍ତୁ ଆପଣ ଯେତିକି ଟଙ୍କାରେ ତେଲ ଭରିବା ଲାଗି କହିଛନ୍ତି କର୍ମଚାରୀ ସେତିକି ପରିମାଣରେ ତେଲ ମିଟର୍ କଂଟାରେ ସେଟ୍ କରୁଛନ୍ତି କି ନାହିଁ?
ଶାନ୍ତିପୂର୍ଣ୍ଣ ଉପାୟରେ ଆଫଗାନିସ୍ତାନରେ ପରିସ୍ଥିତିରେ ସୁଧାର ଆଣିବା ଲାଗି ବ୍ରିକ୍ସ ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି। ଗତକାଲି ବିଶ୍ୱର ୫ ଦେଶକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ୧୩ ତମ ବ୍ରିକ୍ସ ସମ୍ମିଳନୀରେ ଏହି ଆହ୍ୱାନ ଦିଆଯାଇଛି।
ଆଶ୍ଚର୍ଯ୍ୟ। ପିଲାଟିଏ ଜନ୍ମ ହେବା ପରେ ସୈତାନର ଛୁଆ କହି ଛାଡ଼ିଦେଲା ବାପା। ଆଉ ବାପା ଛାଡ଼ି ଦେବା ପରେ ଏବେ ପିଲାଟିର ଲାଳନପାଳନ ଏକାକୀ କରୁଛନ୍ତି ମାଆ। ଖବର ଅନୁଯାୟୀ, ଆଫ୍ରିକୀୟ ରୁୱାଣ୍ଡା ଦେଶରେ ଜଣେ ମହିଳା 'ବିରଳ' ସନ୍ତାନ ଜନ୍ମ ଦେଇଥିଲେ।
ପ୍ରତିଦିନ ଦେଶରେ ପେଟ୍ରୋଲ ପମ୍ପରେ ଦୁର୍ନୀତି ଓ ଠକାମୀ ମାମଲାର ଚିତ୍ର ସାମ୍ନାକୁ ଆସୁଛି। ଆଉ ଏଭଳି ଅଭିଯୋଗ ଦେଶର ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳୁଛି। ତେବେ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ସାଧାରଣ କଥା ନୁହେଁ
ରାଜସ୍ଥାନ ଜାଲୋରରେ ବାଡମେର୍ ହାଇୱେରେ ଏହି ଏୟାରଷ୍ଟ୍ରିପର ଆରମ୍ଭ ହୋଇଛି । ଏନେଇ ଏକ ସ୍ୱତନ୍ତ୍ର କର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପାକିସ୍ତାନ ସୀମାରେ ତିଆରି ହୋଇଥିବା ଏୟାରଷ୍ଟ୍ରିପରେ ସୁଖୋଇ ଓ ଜାଗୁଆର ବିମାନ ଦମ୍ ଦେଖାଇବା ସହ ହାଇୱେରେ ଅବତରଣ କରିଛନ୍ତି ।
ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨ ଘଂଟାରେ ଦେଶରେ ୪୩,୨୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଗତ ୨୪ ଘଂଟାରେ ଦେଶରେ ୩୩୮ ଜଣଙ୍କ କରୋନାରେ ପ୍ରାଣ ଯାଇଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୩୧,୩୯,୯୮୧ ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ଓ ମୃତ୍ୟୁସଂଖ୍ୟା ୪,୪୧,୭୪୯ରେ ପହଞ୍ଚିଛି। ଯାହାକୁ ନେଇ ଚିନ୍ତା ବଢିଛି।
କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୨୦୨୧ ଶିକ୍ଷାବର୍ଷର NIRF Ranking ଜାରି କରିଛନ୍ତି । ବେଙ୍ଗଲୁରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସକୁ ଶ୍ରେଷ୍ଠ ୟୁନିଭରସିଟିକୁ ମାନ୍ୟତା ମିଳିଛି । ସେହିପରି ନୂଆଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭରସିଟି ଏହି ତାଲିକାରେ ଦ୍ୱିତୀୟରେ ରହିଛି । ସେହିପରି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ତୃତୀୟ ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରାଯାଇଛି ।
ଆଜି ତାଙ୍କ ଜନ୍ମତିଥିରେ ମନେପଡ଼େ ସହିଦ ବୀର ଯବାନଙ୍କ ବୀରତ୍ୱର ଗାଥା । କାରଗିଲ୍ ଯୁଦ୍ଧରେ ତାଙ୍କର କୋଡ୍ ଥିଲା ’ଶେରଶାହ’ । ଶତ୍ରୁର ଘନଘନ ଗୁଳିବର୍ଷା ଭିତରେ ମୁକ୍ତିର ରଙ୍ଗକୁ ସେ ଫିକା ପଡ଼ିବାକୁ ଦେଇନଥିଲେ । ଦେଶମାତୃକା ଆଉ ସମାଜ ପାଇଁ କାରଗିଲ ହିରୋ ନିଜ ଜୀବନକୁ ଅର୍ଘ୍ୟ ଦେଇ ଦେଇଥିଲେ
ଭଲ ପାଇବା କିଛି ଖରାପ ନୁହେଁ କିନ୍ତୁ ଭଲ ପାଇବା ଯଦି ତ୍ରିକୋଣୀୟ ହୋଇଥାଏ,ତେବେ ମାମଲାଟି ଗମ୍ଭୀର ହୋଇଯାଏ। ଏଭଳି ତ୍ରିକୋଣୀୟ ସଂପର୍କରେ ସମସ୍ତଙ୍କୁ ଖୁସି ରଖିବା ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ।
ଚାଷୀଙ୍କୁ କେନ୍ଦ୍ର ସରକାରର ଉପହାର। କେନ୍ଦ୍ର କ୍ୟାବିନେଟ୍ ୨୦୨୨-୨୩ ପାଇଁ ରବି ଫସଲ ଉପରେ ସର୍ବନିମ୍ନ ସମର୍ଥନ ମୂଲ୍ୟ(ଏମ୍ଏସ୍ପି)କୁ ବୃଦ୍ଧି କରିଛି। କୃଷି ଆଇନକୁ ନେଇ ଚାଷୀମାନେ କରୁଥିବା ଆନ୍ଦୋଳନ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି।
କରୋନା ସଙ୍କଟ ମଧ୍ୟରେ ଅନେକ ଅସୁବିଧାର ସାମ୍ନା କରିଛି ଟେକ୍ସଟାଇଲ କ୍ଷେତ୍ର। ତେବେ ଏହାରି ମଧ୍ୟରେ ଆଜି ବୟନ ଶିଳ୍ପ ପାଇଁ PLI ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଜେଲ ଗଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାପା ନନ୍ଦ କୁମାର ବଘେଲ । ଜାତିଆଣ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଗିରଫ ପରେ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେପ୍ଟେମ୍ବର ୨୧ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମଙ୍ଗଳବାର ଦିନ ନନ୍ଦ କୁମାର ବଘେଲଙ୍କ ଜାମିନ ପାଇଁ କୌଣସି କାଗଜପତ୍ର ଉପସ୍ଥାପନ କରାଯାଇ ନାହିଁ
ଧୋନିଙ୍କ ଆଉଟଲେଟରେ ବର୍ତ୍ତମାନ ତିନି ପ୍ରକାରର ଦୁଗ୍ଧ ବିକ୍ରି ହେଉଛି । ହୋଜନ ଫ୍ରିଗେନର କ୍ଷୀର ଲିଟର ପିଛା ୫୫ ଟଙ୍କା, ସାହିୱାଲ ପ୍ରଜାତି ଗାଈର କ୍ଷୀର ଲିଟର ପିଛା ୯୦ ଟଙ୍କା ଓ ଗୁଜରାଟର ସ୍ୱର୍ଣ୍ଣଗିରି ପ୍ରଜାତିର ଗାଇର କ୍ଷୀର ଲିଟର ପିଛା ୧୩୦ ଟଙ୍କାରେ ବିକ୍ରି ହେଉଛି । ଏଥିମଧ୍ୟରୁ ଗୁଜୁରାଟର ସ୍ୱର୍ଣ୍ଣଗିରି ଗାଈର କ୍ଷୀର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅତ୍ୟନ୍ତ ପୁଷ୍ଟିକର ଏବଂ ସ୍ୱଚ୍ଛ ବୋଲି ବିବେଚନା କରାଯାଏ
LoC ସେପାରିରୁ ମେ ରୁ ଅଗଷ୍ଟ ମଧ୍ୟରେ ବହୁ ସଂଖ୍ୟକ ବିଦେଶୀ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ଆଗାମୀ ସମୟରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣର ଅନେକ ସମ୍ଭାବନା ରହିଛି । ଭାରତକୁ ଧୋକାରେ ପଶିଥିବା ଆତଙ୍କବାଦୀଙ୍କ ଟାର୍ଗେଟରେ ସୁରକ୍ଷା ବାହିନୀ, ସ୍ଥାନୀୟ ନେତା ତଥା ସରପଞ୍ଚ ରହିପାରନ୍ତି ବୋଲି କୁହାଯାଉଛି ।
ବହୁ ସମୟରେ ନିୟମରେ ପରିବର୍ତ୍ତନ ମଧ୍ୟ କରାଯାଇଥାଏ। ଯଦି କୌଣସି କାରଣରୁ ଆପଣଙ୍କର ଯାତ୍ରା ତାରିଖ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ନୂଆ ରେଳ ନିୟମ ଅନୁଯାୟୀ, ନିଶ୍ଚିତ/ଆରଏସି/ ଅପେକ୍ଷା ତାଲିକା ଟିକେଟକୁ ବାତିଲ୍ ନକରି, ତାରିଖ ପରିବର୍ତ୍ତନ କରି ଯାତ୍ରାକୁ ସମ୍ପୂର୍ଣ୍ଣ କରନ୍ତୁ। କିନ୍ତୁ ଏହି ସୁବିଧା କେବଳ ଥରେ ହିଁ ଉପଲବ୍ଧ।
ଉଠୁଛି ପଡ଼ୁଛି କଲିକତା। ଉପନିର୍ବାତନ ତାରିଖ ଘୋଷଣା ହେବା ପରେ ଜନମତ ସମର୍ଥନ କରିବାକୁ ଲାଗି ପଡ଼ିଛନ୍ତି ବିଜେପି-ଟିଏମ୍ସି ନେତା। ଆଉ ଏହାରି ମଧ୍ୟରେ ଭବାନୀପୁର ଆସନରେ ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଏଠାରେ ସ୍ପଷ୍ଟ କରୁଛୁ କି ଆସନ୍ତା ୩୦ ତାରିଖରେ ଭବାନୀପୁର ଆସନରେ ନିର୍ବାଚନ ହେବା ପାଇଁ ଯାଉଛି।