Advertisment

ପଦଯାତ୍ରା କଲେ, ଉଦ୍ଧବ ସରକାରଙ୍କ ଉପରେ ମନଖୋଲି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ

ମହାରାଷ୍ଟ୍ରରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ଥମିବାରେ ନା ନେଉନାହିଁ। ଦୁଇ ଦିନିଆ ପୋଲିସ ମାମଲା, ଗିରଫ ଏବଂ ଜାମିନ ପରେ ରାଣେ ପୁଣିଥରେ ଜନ ଆଶିର୍ବାଦ୍ ଯାତ୍ରା ଆରମ୍ଭ କରିଛନ୍ତି

author-image
Sarbeswar
narayan-rane

narayan-rane

ମୁମ୍ବାଇ: ମହାରାଷ୍ଟ୍ରରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ଥମିବାରେ ନା ନେଉନାହିଁ। ଦୁଇ ଦିନିଆ ପୋଲିସ ମାମଲା, ଗିରଫ ଏବଂ ଜାମିନ ପରେ ରାଣେ ପୁଣିଥରେ ଜନ ଆଶିର୍ବାଦ୍ ଯାତ୍ରା ଆରମ୍ଭ କରିଛନ୍ତି। ଏହି ସମୟରେ ସେ ଠାକରେ ପରିବାରକୁ ଟାର୍ଗେଟ୍‌ କରି କହିଥିଲେ ଯେ ୩୯ ବର୍ଷ ଧରି ତାଙ୍କ ଭିତରେ ଅନେକ ରହସ୍ୟ ଚାପି ହୋଇ ରହିଛି, କିନ୍ତୁ ସ୍ଥିତି ଯାହା ହେଲାଣି ତାହାକୁ ଅଧିକ ଦିନ ଆଉ ଛାତିରେ ଚାପି ହୋଇ ରହିପାରିବ ନାହିଁ। କେତେବେଳେ ତାହା ଲୋକଙ୍କ ସାମ୍ନାକୁ ଆସିବ ସେତେବେଳେ ସ୍ଥିତି ଅସମ୍ଭାଳ ହେବ ବୋଲି ରାଣେ କହିଛନ୍ତି।

Advertisment

କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ଜନ ଆଶିର୍ବାଦ୍ ଯାତ୍ରା ପୁଣି ଥରେ ମହାରାଷ୍ଟ୍ରର ରତ୍ନାଗିରି ସହରରୁ ଆରମ୍ଭ ହୋଇଛି। ରତ୍ନାଗିରିରେ ବିଜେପି କର୍ମୀଙ୍କୁ ସମ୍ବୋଧିତ କରି ରାଣେ ପୁନର୍ବାର ଶିବସେନା ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ୍‌ କରିଥିଲେ। ନାରାୟଣ ରାଣେ କହିଛନ୍ତି, ମୁଁ ଯାହା କୁହେ ମୁଁହରେ କୁହେ ଆଉ ସଠିକ୍‌ ସମୟରେ ହିଁ କୁହେ। ଏହାସହ କଟାକ୍ଷ କରି କହିଛନ୍ତି ମୁଁ ଯେକୌଣସି ଜିନିଷ ବଜାଇ ପାରିବି। ସେ ବାଜା ହେଉ କି ଡ଼୍ରମ ହେଉ। କେବଳ ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ସତ ସବୁ ଲୋକଙ୍କ ସାମ୍ନାକୁ ଆସିବ ତାହା କେତେ ଭୟାନକ ହେବ ତାହା ଏବେଠୁ ଚିନ୍ତା କରିବା ଆବଶ୍ୟକ ବୋଲି ରାଣେ କହିଛନ୍ତି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି, ଆପଣଙ୍କ ଭାଇର ପତ୍ନୀ ଉପରେ ଏସିଡ୍ ପକାଇବାକୁ କିଏ କହିଥିଲା ​​ତାଙ୍କୁ ଖୋଜ। ଯଦି ଆପଣ କହିପାରିବେ ନାହିଁ ତେବେ ମୁଁ ସବୁକିଛି ପର୍ଯ୍ୟାୟ କ୍ରମେ କହିବି। ନିୟମ ସମସ୍ତଙ୍କ ପାଇଁ ସମାନ। ଆପଣଙ୍କ ପାଇଁ ଯାହା ମୋ ପାଇଁ ମଧ୍ୟ ତାହା ବୋଲି ରାଣେ କହିବା ସହ ମୁଁ ଆଇନକୁ ସମ୍ମାନ ଦିଏ ବୋଲି ରାଣେ କହିଛନ୍ତି। ଲୋକଙ୍କ ଆଶୀର୍ବାଦ ମୋ ସହିତ ରହିଛି ତେଣୁ ମୁଁ ଖୁବଶୀଘ୍ର ଜେଲରୁ ଆସିଲି।

ଗିରଫ ବାବାଦରେ ମୁହଁ ଖୋଲି ରାଣେ କହିଛନ୍ତି, ଲୋକଙ୍କର କୌଣସି ପ୍ରତିକ୍ରିୟା ନଥିଲା। କିନ୍ତୁ ଜାଣିଶୁଣି ଘଟଣାକୁ ରାଜନୈତିକ ମୋଡ଼ ଦିଆଯାଇଥିଲା। ମୁଁ ବାହାରେ ବୁଲି ଲୋକଙ୍କ ସହ ମିଶୁଛି ଆଉ ସେମାନଙ୍କ ଅସୁବିଧା ବୁଝିବା ସହ ସମାଧାନ କରିବା ଲାଗି ଚେଷ୍ଟା କରୁଛି। କାହା ପରି ଘରେ ବସି ବଡ଼ ବଡ଼ କଥା କହୁନାହିଁ ବୋଲି ରାଣେ କହିଛନ୍ତି।

ରତ୍ନାଗିରିରେ ଜନ ଆଶିର୍ବାଦ୍ ଯାତ୍ରା ସମୟରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ମଧ୍ୟ ଗୋଲାପ ଅଞ୍ଚଳର ସାଧାରଣ ପ୍ରକ୍ରିୟା ଉଦ୍ୟୋଗୀ ବିଜୟ ଦେଶାଇଙ୍କ କାରଖାନାରେ ଅନେକ ଲୋକଙ୍କୁ ଭେଟିଥିଲେ। ସେଠାରେ ସେ ଆମ୍ବ କ୍ୟାନିଂ ଏବଂ କାଜୁ ଉତ୍ପାଦକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। କୃଷକମାନେ ସେମାନଙ୍କ ସମସ୍ୟା ତାଙ୍କ ସାମ୍ନାରେ ରଖିଥିଲେ। ଏବଂ କୃଷକଙ୍କ କଥା ଶୁଣିବା ପରେ କୃଷକମାନଙ୍କୁ କହିଥିଲେ ଯେ ଆତ୍ମହତ୍ୟା ପରିସ୍ଥିତିକୁ ଆସିବାକୁ କେବେ ଦେବି ନାହିଁ।

Maharashtra Politics Union Minister Narayan Rane
Advertisment
Advertisment