/odishatv-khabar/media/post_attachments/uploadimage/library/16_9/16_9_0/Vaizag_1630084142.jpg)
Vaizag
ଆନ୍ଧ୍ରପ୍ରଦେଶ ବଙ୍ଗୋପସାଗରରେ ଉପକୂଳ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ । ୨ କିଲୋମିଟର ପଛକୁ ଚାଲିଗଲା ସମୁଦ୍ର ଲହଡ଼ି । ଆନ୍ଧ୍ର ପୂର୍ବ ଗୋଦାବରୀ ଜିଲ୍ଲାରେ ଥିବା ବଙ୍ଗୋପ ସାଗର ଅଂଚଳରେ ସମୁଦ୍ର କିଛି ସମୟ ଲାଗି ୨ କିଲୋମିଟର ଦୂରକୁ ଚାଲି ଯାଇଥିଲା । ଗତ କିଛି ଦିନ ଧରି ଆନ୍ଧ୍ରପ୍ରଦେଶ ଉପକୂଳରେ ବଙ୍ଗୋପସାଗର କୁଳ ଲଂଘିବା ସହ ବହୁ କ୍ଷୟକ୍ଷତି କରିବାରେ ଲାଗିଛି ।
Advertisment
ବେଳେ ବେଳେ ବଡ଼ ଜୁଆର ଯୋଗୁଁ ଉପକୂଳରେ ରହିଥିବା ମତ୍ସ୍ୟଜୀବୀଙ୍କ ଘର, ଡଙ୍ଗା ଜୁଆରରରେ ଭାସି ଯାଉଥିବା ଦେଖିବାକୁ ମିଲିଛି । ପରିସ୍ଥିତି ବିଷୟରେ ଜାଣିବା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉପକୂଳ ଅଞ୍ଚଳକୁ ସ୍ଥାନାନ୍ତର କରିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ଧ୍ରପ୍ରଦେଶର କିଛି ସମୁଦ୍ର ବେଳାଭୂମିରେ ହାଇଆଲର୍ଟ ଜାରି କରିବା ସହ ସୁରକ୍ଷିତ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)