ଆଉ ମାତ୍ର ୧୫ ଦିନ ପରେ ଆରମ୍ଭ ହେବ ପାର୍ବଣ। ହେଲେ ରାଜଧାନୀର ରାସ୍ତା ଖାଲଖମାରେ ଭର୍ତ୍ତି। କୋଉଠି ନାଳ ଉପରେ ସ୍ଲାବ୍ ନାହିଁ ତ ପୁଣି କେଉଁଠି ମଣ୍ଡପ ସାମ୍ନାରେ ଆଣ୍ଠୁଏ ଖାଲ। ବିଏମସି କହୁଛି ପୂଜା ପୂର୍ବରୁ ସବୁ ଠିକ୍ ହୋଇଯିବ
ଦିନ ୨ଟାରେ ଅନୁଭବ ଏବଂ ବର୍ଷାଙ୍କୁ ଏକାଠି ହାଜର ପାଇଁ ରହିଛି ନିର୍ଦ୍ଦେଶ
ସରକାରଙ୍କ ତଥ୍ୟ ଗୋଟେ ଆଉ ଗ୍ରାଉଣ୍ଡ ରିୟଲିଟି ଆଉ ଗୋଟେ। ବନ୍ୟା ସମୟରେ କେଉଁଠି ଖାଦ୍ୟ ପହଞ୍ଚି ନଥିଲା ତ ଆଉ କେଉଁଠି ଖାଦ୍ୟ ଯୋଗାଣରେ ଅବ୍ୟବସ୍ଥା ଦେଖାଦେଇଥିବା ନେଇ ଏକାଧିକ ଅଭିଯୋଗ ହୋଇଥିଲା।
ଆଲୋ ଆଲୋ ଲିଗାଲ ଲେଖୁ ଲେଖୁ ରିଗାଲ କଣ ଲେଖିରୁରେ? ମଲା...ଏଇଠି କୋଉ ସବୁ ଲିଗାଲ କାମ ଚାଲିଛି ଯେ? ଇଲୋ ଇଲୋ ସେଲିବ୍ରେସନ କରୁଛନ୍ତି ହେଲେ ନବୀନ ବାବୁ କି ଆୱାର୍ଡ ପାଇଲେ ସମର୍ଥକ ଜାଣିନାହାନ୍ତି?
ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀର ପାଟିରୁ କଣ୍ଟା କାଢ଼ିବା ସହ ତାକୁ କାଣୀ ନଦୀରେ ଛାଡ଼ିଥିଲେ। ମାଛ ବଦଳରେ ବନିଶୀ କଣ୍ଟାରେ ଲାଗିଥିଲା କୁମ୍ଭୀର ଛୁଆ।
ସିମ୍ ବକ୍ସ ମେସିନ୍ ମାଧ୍ୟମରେ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ସାଇବର ଠକେଇ କରୁଥିବା ଏକ ରାକେଟ୍ର କ୍ରାଇମବ୍ରାଞ୍ଚ ପର୍ଦ୍ଦାଫାସ କରିଛି।
ଆପଣ କେବେ ଶୁଣିଛନ୍ତି କି ବିମାନ ପାଇଁ ବି ଅଛି କବରସ୍ଥାନ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଠାରେ ଅକାମି ବିମାନଗୁଡିକୁ ଫିଙ୍ଗି ଦିଆଯାଏ। ଜାଣନ୍ତୁ ଏମିତି ଜାଗା କୋଉଠି ଅଛି।
ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ଓ ବିକାଶ ନିୟମ-୨୦୧୭ରେ ସଂଶୋଧନ ଆଣିଛନ୍ତି ସରକାର।
କେନ୍ଦୁଝର ମାଟିରୁ ଆସି ସାରା ଓଡ଼ିଶାରେ ନିଜର ସ୍ୱତନ୍ତ୍ର ରିପୋର୍ଟିଂ ଷ୍ଟାଇଲ୍ ପାଇଁ ପରିଚିତ ହୋଇଥିଲେ ।
ଗଭୀର ଚିନ୍ତା ପ୍ରକଟ କଲେ ପରିବେଶବିତ୍ । ପୁରୀ ପ୍ରଶାସନ କହିଲା କରାଯିବ ସ୍ଥାୟୀ ପ୍ରତିକାର ।
ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଜନ୍ମମାଟିରେ ଅରିନ୍ଦମଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି। କେନ୍ଦୁଝର ରାଇକଳାରେ ଅରିନ୍ଦମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ।
ଘର କ୍ରେତାଙ୍କ ଲାଗି ଖୁସି ଖବର। ଚୁକ୍ତି ବେଳର ରେଟ୍ ହିଁ ହେବ ଚୂଡ଼ାନ୍ତ ମୂଲ୍ୟ। ଜିଏସ୍ଟି, ସେବାକର ଓ ଡେଭଲପ୍ମେଣ୍ଟ୍ ଫି ନାଁରେ ଶୋଷଣରୁ ମିଳିବ ମୁକ୍ତି। ବିଲ୍ଡର ନେଇପାରିବେନି ଅଧିକ ମୋଟା ଅଙ୍କର ଟଙ୍କା।
ଗଂଜେଇ ଯାଞ୍ଚ ବେଳେ ମିଳିଲା ବିଡ଼ା ବିଡ଼ା ନୋଟ୍। ବସ୍ଯାତ୍ରୀଙ୍କ ଠାରୁ ମିଳିଛି ଏହି ଟଙ୍କା। ଏହାର ପରିମାଣ ୩୩ ଲକ୍ଷରୁ ଅଧିକ। କୁଆଡ଼େ ନେଉଥିଲେ ଏତେ ପରିମାଣର ନୋଟ୍ ? ପାର୍ବଣ ପୂର୍ବରୁ ଅପରାଧୀଙ୍କ ଗତିବିଧିକୁ ନେଇ ଚିନ୍ତା ଘାରିଛି।
ଗତ ରାତିରେ ଲଜ୍ ତଳେ ଥିବା ଇଲେକ୍ଟ୍ରିକ୍ ସ୍କୁଟି ସୋରୁମ୍ରେ ଲାଗିଥିଲା ନିଆଁ ।
ଠିକ୍ ଜହ୍ନ ପରି ଘରଟିଏ । ବିଳାସରେ ଭରପୂର। ଦେଖିଲେ ଆଖି ଲାଖିଯିବ। ଥରେ ଗଲେ ଫେରିବାକୁ ମନ ଚାହିଁବନି। ଜହ୍ନ ଆକୃତିର ଏହି ମେଗା ରିସୋର୍ଟରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ରହିଛି।
ଗୁହାରି, ଦରଖାସ୍ତ ଦେଇ ଦେଇ ଶୁଣିଲାନି ପ୍ରଶାସନ। ଏକାଠି ହେଲେ ଗାଁ ଲୋକେ, କାଠକୁ ଶିଆଳି ଲଟାରେ ବାନ୍ଧି ତିଆରି କଲେ ପୋଲ। ବିନା ସିମେଣ୍ଟ ଖୁଣ୍ଟରେ ତିଆରି ହେଲା ପୋଲ। ଲୋକେ କହିଲେ, ଏ ସରକାର ଥିବା ପର୍ଯ୍ୟନ୍ତ ପୋଲ ହେବନି।
ଘରେ ଏକମାତ୍ର ରୋଜଗାରିଆ ଥିଲେ ସ୍ୱାମୀ ନରେନ୍ଦ୍ର ନାୟକ । ସେ ଚାଲିଯିବା ପରେ ମୁଣ୍ଡ ଉପରେ ଛାତ ନାହିଁ କି ପେଟକୁ ଦାନା ନାହିଁ ।
ନେତା ଓ ପ୍ରଶାସକଙ୍କ ମଧ୍ୟରେ ତିକ୍ତତା। ଅଳିଆ ଆବର୍ଜନାରେ ଫୁଲ୍ ହେଲା ତାଳଚେର ସହର...ସଫେଇ କର୍ମଚାରୀଙ୍କ ସାଙ୍ଘାତିକ ଅଭିଯୋଗ। କହିଲେ, ଦୁଇ ବେଳା କାମ କରୁଛୁ ଗୋଟିଏ ବେଳାର ଦରମା ପାଉଛୁ। ପୂଜା ଗଲା ହେଲେ ବୋନସ ମିଳିଲାନି..
ଆଚ୍ଛା !! ଏମିତି ଚାଲିଛି ଆମର ସ୍ମାର୍ଟ ସ୍କୁଲ। ବ୍ଲାକ୍ ବୋର୍ଡ ନାହିଁ ବୋଲି ଆଲମିରାକୁ କଳାପଟା ଭାବରେ ବ୍ୟବହାର କରୁଛନ୍ତି ଶିକ୍ଷୟିତ୍ରୀ ଓ ଶିକ୍ଷକ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ତରତର ହୋଇ ସ୍କୁଲ ଉଦଘାଟନ କଲେ। ହେଲେ ସ୍କୁଲର ହାଲ୍ ପୂରା ବେହାଲ ଅବସ୍ଥାରେ
କ୍ୟାନସରରେ ପଡିଛି ସ୍ୱାମୀ। ସାହାଯ୍ୟ ପାଇଁ ଗାଁ ଗାଁରେ ବୁଲି ଭିକ ମାଗୁଛି ସ୍ତ୍ରୀ। ଲୋକଙ୍କୁ ପ୍ରାର୍ଥନା କରୁଛି, ମତେ ଟିକିଏ ସାହାଯ୍ୟ କର। ମୋ ସ୍ୱାମୀଙ୍କୁ ବଂଚାଇ ଦିଅ। ଭେଣ୍ଡିଆ ପୁଅର ଏ ଅବସ୍ଥା ଦେଖି ଲୁହ ଗଡାଉଛି ମାଆ...ସେପଟେ ଭାଇ ଲାଗି ଭଉଣୀ....
କେବେ ଖାଇଛନ୍ତି କି କଖାରୁ ଅଣ୍ଡା ମୁସ୍କା? କଖାରୁ ସିଝିବା ପରେ ଅଣ୍ଡା, ହଳଦୀ ଗୁଣ୍ଡ ସହ ଏମିତି କରନ୍ତୁ ଏଇ ସ୍ୱତନ୍ତ୍ର ଡିସ୍। ଥରେ ଖାଇଲେ ପାଟିରୁ ଜମା ଛାଡିବନି
ଏକ ଘରୋଇ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଥିଲେ ବୋଲି ଜଣାପଡ଼ିଛି। ଗତକାଲି ସମ୍ପୃକ୍ତ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ଚାହୁଁ ଚାହୁଁ ବର୍ଷଟେ ବିତିଗଲା । ଅଫେରା ରାଇଜକୁ ଚାଲିଯାଇଥିବା ଲୋକଟି ଆଜି ବି ମନରେ ସେମିତି ନିଜ ଜାଗାରେ ସତେଜ ସ୍ମୃତିଟିଏ ହୋଇ ରହିଛି । ଚିଫ୍ ରିପୋର୍ଟର ସ୍ୱର୍ଗତଃ ଅରିନ୍ଦମ ଦାସଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ମନେ ପକାଉଛନ୍ତି ସାରା ଓଡ଼ିଶାବାସୀ, ପୂରା ଓଟିଭି ଫ୍ଲୋର୍। ଯିଏ ତାଙ୍କ ରିପୋର୍ଟିଂର ଦିୱାନା ସେମାନେ ଆଜି ବି ସ୍କ୍ରିନ୍ରେ ଖୋଜୁଛନ୍ତି ଅରିନ୍ଦମଙ୍କୁ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ‘ଆପଣ ସବୁବେଳେ ମନେ ରହିବେ ଅରିନ୍ଦମ ଭାଇ ।’
ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଭୁବନେଶ୍ୱର ଏୟାରପୋର୍ଟ ପରିସର ନିକଟରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ଯଦିଓ ଏହି ମର୍ମନ୍ତୁଦ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି, ତେବେ ହାଇ ସିକ୍ୟୁରିଟି ଜୋନ୍ରେ ଏଭଳି ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।
ମାଲକାନଗିରିରେ ଅଜଣା ରୋଗର ଭୟ । ଅଜଣା ରୋଗରେ ୭ବର୍ଷର ଶିଶୁର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି ।