Advertisment

Biju Legacy: ଧୋଇଦେଲେ ଅମର, ଲୋକ ମୁହଁ ମୋଡିଦେଲା ପରେ ଖୋଜୁଛନ୍ତି ବିଜୁ ଲିଗାସୀ

ବିଜେଡ଼ି ଗଠନ ହୋଇଥିଲା ବିଜୁ ବାବୁଙ୍କ ନାଁରେ। ଉଦ୍ଦେଶ୍ୟ ଥିଲା ବିଜୁ ବାବୁଙ୍କ ସ୍ଵପ୍ନ, ବିଚାର ଓ ଆଦର୍ଶ କାର୍ଯ୍ୟକାରୀ କରିବା। କିନ୍ତୁ ସେଥିରେ ଅନେକ ତ୍ରୁଟି ବିଚ୍ୟୁତି ହେଲା। ଯେଉଁଥିପାଇଁ ଓଡିଶା ଲୋକ ମୁହଁ ମୋଡି ଦେଲେ ବୋଲି କହିଛନ୍ତି ଅମର । ଏବେ ପରବର୍ତ୍ତୀ ମୁହୂର୍ତ୍ତରେ ସେକଥା ଖୋଜିଲେ ତାର କୌଣସି ପ୍ରାସଙ୍ଗିକତା ନାହିଁ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Amar Satapathy On Biju Legacy

Amar Satapathy On Biju Legacy

ବିଜୁ ଲିଗାସୀ ଓ ପଞ୍ଚାୟତିରାଜ ଦିବସ ପାଳନକୁ ନେଇ ବିଜେଡିକୁ ଧୋଇଦେଲେ ଏକଦା ସ୍ୱର୍ଗତ ବିଜୁ ବାବୁଙ୍କର ଘନିଷ୍ଠ ଥିବା ଅମର ପ୍ରସାଦ ଶତପଥୀ । ପୂର୍ବତନ ମନ୍ତ୍ରୀ ଅମର କହିଛନ୍ତି, ବିଜୁ ଲିଗାସୀକୁ କେହି ଚାହିଁଲେ ବି କାଟି ପାରିବେନି। ପଞ୍ଚାୟତିରାଜ ଦିବସ ପାଳନ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ଜାତୀୟ ସ୍ରୋତରେ ସାମିଲ ହୋଇଛନ୍ତି ରାଜ୍ୟ ସରକାର। ଏଥିରେ କୌଣସି ତ୍ରୁଟି ନାହିଁ ବା ବିଚ୍ୟୁତି ବି ନାହିଁ । ରାଜ୍ୟ ସରକାର ଠିକ୍ ଭାବେ ବିଜୁ ଜୟନ୍ତୀ ପାଳନ କରିଛନ୍ତି । ବିଜୁ ବାବୁଙ୍କୁ ସମ୍ମାନ ଦେଇଛନ୍ତି।

Advertisment

ଏପରିକି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ବିଜୁ ବାବୁଙ୍କ ଅଧୁରା ସ୍ଵପ୍ନକୁ ପୂରଣ କରିବେ ବୋଲି। ବିଜେଡ଼ି ଗଠନ ହୋଇଥିଲା ବିଜୁ ବାବୁଙ୍କ ନାଁରେ। ଉଦ୍ଦେଶ୍ୟ ଥିଲା ବିଜୁ ବାବୁଙ୍କ ସ୍ଵପ୍ନ, ବିଚାର ଓ ଆଦର୍ଶ କାର୍ଯ୍ୟକାରୀ କରିବା। କିନ୍ତୁ ସେଥିରେ ଅନେକ ତ୍ରୁଟି ବିଚ୍ୟୁତି ହେଲା। ଯେଉଁଥିପାଇଁ ଓଡିଶା ଲୋକ ମୁହଁ ମୋଡି ଦେଲେ ବୋଲି କହିଛନ୍ତି ଅମର । ଏବେ ପରବର୍ତ୍ତୀ ମୁହୂର୍ତ୍ତରେ ସେକଥା ଖୋଜିଲେ ତାର କୌଣସି ପ୍ରାସଙ୍ଗିକତା ନାହିଁ। ଏହା ରାଜ୍ୟ ସରକାରଙ୍କର କୌଣସି କ୍ଷୁଦ୍ର ମାନସିକତା ନୁହେଁ ବୋଲି ସେ କହିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିବା ଯଥାର୍ଥ ଓ କୌଣସି ବିଲକ୍ଷଣ ନାହିଁ ବୋଲି ସେ କହିଛନ୍ତି ।

ବିଧାନସଭାରେ ବିରୋଧୀଦଳର ଉପନେତା ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜୁ ବାବୁଙ୍କ ଦେହାନ୍ତ ପରେ ତାଙ୍କ ମରଶରୀରରେ ତିନୋଟି ଦେଶର ପତାକା ପଡିଲା । ଯାହା ଏକ ବିରଳ କଥା । ସେ ହେଉଛନ୍ତି ଏ ଜାତିର ଗର୍ବ ଓ ଗୌରବ । ଏଥିରେ ବ୍ୟତିକ୍ରମ ହେବାରୁ ସମଗ୍ର ଓଡ଼ିଆ ଜାତିକୁ ବାଧିଛି । ବିଧାନସଭା କାହିଁକି ସାରା ଓଡ଼ିଶାରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଯଦି ରାଜ୍ୟ ସରକାର ବିଜୁ ବାବୁଙ୍କ ଅଧୁରା ସ୍ବପ୍ନ ପୂରଣ କରି ପାରିବେ, ତାହେଲେ କରନ୍ତୁ । ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ବିଜୁ ବାବୁଙ୍କ ସ୍ବପ୍ନ ଥିଲା । ଏହାକୁ ଜୀବନର ଶେଷ ଯାଏଁ ପୂରଣ କରିବାକୁ ସେ ଉଦ୍ୟମ କରିଥିଲେ । ଯଦି ସେ ପଥର କେହି ଅନୁଗାମୀ ହେବ, ଆମେ ବିରୋଧ ନ କରି ସ୍ୱାଗତ କରିବୁ । ବିଜୁ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଯଦି ବର୍ତ୍ତମାନର ସରକାର ଚାଲିବେ, ତାକୁ ସ୍ୱାଗତ କରାଯିବ ବୋଲି ସେ କହିଛନ୍ତି । ବିଜୁ ବାବୁଙ୍କ ପ୍ରତି ଅବହେଳା କଂଗ୍ରେସ ପରି ଅନେକ ରାଜନୈତିକ ଦଳ ଉଠାଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଡାକିଲେ ମୋହନ; ଗଲେନି ନବୀନ, ରାଗିକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ଗତକାଲି କାହିଁକି ନବୀନ ପଟ୍ଟନାୟକ ସରକାରୀ କାର୍ଯ୍ୟକ୍ରମକୁ ଗଲେନି, ସେ ଉତ୍ତର ନବୀନ ହିଁ ଦେଇ ପାରିବେ ବୋଲି ସେ କହିଛନ୍ତି । ଗୋଇଠା ମାରି ବିଷ୍ଣୁ କରିବେ, ଉତ୍ତୁଙ୍ଗ ବ୍ୟକ୍ତିତ୍ୱଙ୍କ ସ୍ମୃତିକୁ ଅପମାନ କରିବେ, କିଏ ପାପ କଲା ଓ କିଏ ପୁଣ୍ୟ କଲା, ସେ କଥା ଓଡ଼ିଶାବାସୀ ଭଲ ଭାବେ ଜାଣିଛନ୍ତି । ବିଜୁ ବାବୁଙ୍କ ପରି ଦେଶପ୍ରେମୀଙ୍କୁ ନେଇ ରାଜନୀତି କରି ତାଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବା ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ତେବେ ପ୍ରସନ୍ନଙ୍କୁ ଜବାବ ଦେଇଛନ୍ତି ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ସେ କହିଛନ୍ତି, ବିଜୁ ବାବୁଙ୍କୁ କେବେ ଅସମ୍ମାନ କରାଯାଇନାହିଁ । ଜାତୀୟ ପଞ୍ଚାୟତିରାଜ ଦିବସ ଏପ୍ରିଲ୨୪ ରେ । ସେଥିପାଇଁ ପାଳନ ହେବ ସେହିଦିନ। ବିଜୁ ବାବୁ ନାରା ଦେଇଥିଲେ ଗାଆଁକୁ କାମ ମାଆକୁ ସମ୍ମାନ। ବିଜେଡ଼ି ସେ କାମ କଲା ନାହିଁ, ଏବେ ବିଜେପି ସରକାର କରୁଛନ୍ତି। ବିଜୁ ପଟ୍ଟନାୟକ କେବଳ ବିଜେଡ଼ିର ନୁହଁନ୍ତି । ଏବେ ବି ସମୟ ଅଛି ବିଜେଡ଼ି ବିଜୁଙ୍କୁ ସମ୍ମାନ ଦେଉ ବୋଲି ସେ କହିଛନ୍ତି ।

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ କହିଛନ୍ତି, ବିଜୁ ବାବୁଙ୍କୁ କୌଣସି ଦଳର ସଂକୀର୍ଣ୍ଣ ଗଣ୍ଡି ଭିତରେ ରଖିବା ଉଚିତ ନୁହେଁ । ସେ ଜଣେ ରାଷ୍ଟ୍ରନୀତିଜ୍ଞ ।

ଅଧିକ ପଢ଼ନ୍ତୁ: ବିଜେପି ସରକାର ଉପରେ ବର୍ଷିଲେ ନବୀନ; କହିଲେ. ‘ବିଜୁଙ୍କ ନାଁ କୁ କାଟିବାକୁ ବିଜେପି ଅପଚେଷ୍ଟା କରୁଛି’

BJD BJP Biju Patnaik Prasanna Acharya Panchayatiraj Diwas
Advertisment
Advertisment