Advertisment

ହାତ ଠାରି ଡାକୁଛି ଜହ୍ନ...ଥରେ ଗଲେ ଆଉ ଫେରିବାକୁ ଚାହିଁବନି ମନ

ଠିକ୍‌ ଜହ୍ନ ପରି ଘରଟିଏ । ବିଳାସରେ ଭରପୂର। ଦେଖିଲେ ଆଖି ଲାଖିଯିବ। ଥରେ ଗଲେ ଫେରିବାକୁ ମନ ଚାହିଁବନି। ଜହ୍ନ ଆକୃତିର ଏହି ମେଗା ରିସୋର୍ଟରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ରହିଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
moon-shaped luxury resort at dubai

moon-shaped luxury resort at dubai

ଜହ୍ନ ରାଇଜରେ ଘରଟିଏ ଥିବ....ତାରା ଫୁଲରେ ସଜା ହୋଇଥିବ... ଏମିତି ସ୍ୱପ୍ନ କାହାର ନ ଥାଏ ? ହେଲେ ଜହ୍ନ ରାଇଜରେ ନୁହେଁ, ଏଠି ଦେଖନ୍ତୁ ଠିକ୍‌ ଜହ୍ନ ପରି ଘରଟିଏ । ବିଳାସରେ ଭରପୂର। ଦେଖିଲେ ଆଖି ଲାଖିଯିବ। ଥରେ ଗଲେ ଫେରିବାକୁ ମନ ଚାହିଁବନି। ହେଲେ ଏହି ବିଳାସପୂର୍ଣ୍ଣ ରିସୋର୍ଟର ଦାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ବିଳାସପୂର୍ଣ୍ଣ ରିସୋର୍ଟର ଦାମ ପାଖାପାଖି ୫ ବିଲିୟନ ଡଲାର। ଟଙ୍କାରେ ହିସାବ କଲେ ୪୦ ହଜାର କୋଟି। ୭୩୫  ଫୁଟ ଉଚ୍ଚତା ବିଶିଷ୍ଟ ଏହି ରିସୋର୍ଟ କେଉଁଠି ଅଛି ଜାଣନ୍ତି ? ଆରବିୟାନ ବିଜିନେସ୍‌ର ତଥ୍ୟ ଅନୁଯାୟୀ, ଏହି ରିସୋର୍ଟ ୟୁଏଇ ବା ୟୁନାଇଟେଡ ଆରବ ଏମିରେଟ୍‌ସରେ ରହିଛି। କାନାଡାର ଏକ କମ୍ପାନୀ ମୁନ୍‌ ୱାର୍ଲଡ ରିସୋର୍ଟ ଏହାର ନିର୍ମାଣ ଦାୟିତ୍ୱ ନେଇଛି। ଆସନ୍ତା ୪୮ ମାସ ମଧ୍ୟରେ ଏହି ରିସୋର୍ଟ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ ବୋଲି ଅନୁମାନ କରାଯାଉଛି।

Advertisment

ଜହ୍ନ ଆକୃତିର ଏହି ମେଗା ରିସୋର୍ଟରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ରହିଛି। ରିସୋର୍ଟର ମଧ୍ୟ ଭାଗରେ ଏକ ଗୋଲାକାର ପଥ ରହିଛି ଯେଉଁଥିପାଇଁ ରିସୋର୍ଟର ଆକାର ଜହ୍ନ ପରି ଦେଖାଯାଏ। ଆଧୁନିକ ସ୍ପା ସେଣ୍ଟରରୁ ଆରମ୍ଭ କରି ଲଗ୍‌ଜୁରିୟସ ଟେରାସ୍‌, ବିଚ୍‌ କ୍ଲବ, ନାଇଟ୍‌ କ୍ଲବ..ଇତ୍ୟାଦି ସବୁକିଛି ରହିଛି। ରିସୋର୍ଟକୁ ବାର୍ଷିକ ୨.୫ ମିଲିୟନ ପର୍ଯ୍ୟଟକ ଆସିବେ ବୋଲି ଆକଳନ କରାଯାଇଛି। ପର୍ଯ୍ୟଟକଙ୍କ ପାଖରୁ ମିଳୁଥିବା ଅର୍ଥରୁ କାହା ଭାଗକୁ କେତେ ଯିବ ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇଛି। ଯେମିତି ବିଲ୍‌ଡିଂର ଉପର ମହଲାକୁ ଦିଆଯିବ ୨୩ ପ୍ରତିଶତ, ନାଇଟ୍‌ କ୍ଲବକୁ ୯ ପ୍ରତିଶତ, ଖାଦ୍ୟପେୟ ବାବଦରେ ୪ ପ୍ରତିଶତ। ସେହିପରି ବିଚ କ୍ଲବ, ଲାଗୁନ୍‌ ଇତ୍ୟାଦିକୁ କେତେ ଅର୍ଥ ଦିଆଯିବ ତାହ ମଧ୍ୟ ପୂର୍ବରୁ ସ୍ଥିର ହୋଇଯାଇଛି।

ପର୍ଯ୍ୟଟନ କ୍ଷେତ୍ରରେ ୟୁଏଇ ବହୁତ ଆଗରେ। ୨୦୨୨ ମଧ୍ୟ ଭାଗ ସୁଦ୍ଧା ୟୁଏଇ ପର୍ଯ୍ୟଟନ ବିଭାଗର ଆୟ ୫.୨ ମିଲିଅନ ଡଲାର ଟପିଲାଣି। ଆରବ ନିଉଜ ଏଜେନ୍ସି ଅନୁଯାରେ, ହୋଟେଲ ଗେଷ୍ଟଙ୍କ ସଂଖ୍ୟା ଦେଶରେ ୧୨ ମିଲିୟନ ଛୁଇଁଲାଣି। ଏହି ସଂଖ୍ୟା ଆହୁରି ୪୨ ପ୍ରତିଶତ ବୃଦ୍ଧି କରିବାକୁ ଚେଷ୍ଟା କରୁଛି ବିଭାଗ। ଶୀତ ଋତୁରେ ପର୍ଯ୍ୟଟନ ଶିଳ୍ପ ଆହୁରି ଭଲ କରିବ ବୋଲି କୁହାଯାଇଛି। ଆସନ୍ତା ନଭେମ୍ବର ଏବଂ ଡିସେମ୍ବରରେ କତାରରେ ଆୟୋଜନ ହେବାକୁ ଯାଉଛି ୱାର୍ଲଡ କପ୍‌। ହୋଷ୍ଟ କଣ୍ଟ୍ରି କତାରରେ ସ୍ଥାନ ଅଭାବ ଥିବାରୁ ଦୁବାଇ ଫୁଟବଲ ଫ୍ୟାନ୍‌ଙ୍କୁ ସ୍ୱାଗତ କରିବ ବୋଲି ଆଶା ରଖିଛି।

Advertisment
Moon Shaped Luxury Resort Luxury Resort At UAE
Advertisment
Advertisment