/odishatv-khabar/media/post_attachments/uploadimage/library/16_9/16_9_0/shami_1741267307.jpg)
shami
ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ପାପୀ ବୋଲି କହିଛନ୍ତି ମୁସଲିମ ଧର୍ମଗୁରୁ(ମୌଲାନା) ଶାହାବୁଦ୍ଦିନ ରିଜଭି। ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ସମୟରେ ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ଶାମି ମ୍ୟାଚ ଅଧାରେ ପାଣି ପିଉଥିବା ଦେଖିବାକୁ ମିଳିଥିଲା। ଏହାକୁ ସାଧାରଣ ଭାରତୀୟ ମାନେ ପ୍ରଶଂସା କରିଥିବା ବେଳେ ମୌଲାନା ମାନେ ନିନ୍ଦା କରିଥିଲେ।
ଅଲ ଇଣ୍ଡିଆ ମୁସଲିମ ଜମାତ ସଭାପତି ମୌଲାନା ଶାହାବୁଦ୍ଦିନ ରିଜଭି ନିନ୍ଦା କରିବା ସହ ଶାମିଙ୍କୁ ପାପୀ ବୋଲି କହିଥିଲେ। ସେ କହିଥିଲେ, ମୁସଲମାନଙ୍କ ପାଇଁ ଆବଶ୍ୟକୀୟ କର୍ତ୍ତବ୍ୟ ମଧ୍ୟରୁ ଗୋଟିଏ ହେଉଛି ରମଜାନ ମାସରେ ରୋଜା (ଉପବାସ) ରଖିବା। ଯଦି ଜଣେ ସୁସ୍ଥ ପୁରୁଷ କିମ୍ବା ମହିଳା ଉପବାସ ରଖନ୍ତି ନାହିଁ, ତେବେ ସେ ଜଣେ ବଡ଼ ଅପରାଧୀ ଓ ପାପୀ। ମ୍ୟାଚ ସମୟରେ ଜଣେ ପ୍ରସିଦ୍ଧ ଭାରତୀୟ କ୍ରିକେଟର ମହମ୍ମଦ ଶାମି ପାଣି ପିଇଥିଲେ। ଶାମି ଜଣେ ଲୋକପ୍ରିୟ କ୍ରିକେଟର ଓ ଅନେକ ଲୋକ ତାଙ୍କୁ ଅନୁସରଣ କରିଥାନ୍ତି। ଯଦି ସେ ଖେଳୁଛନ୍ତି, ତେବେ ଏହାର ଅର୍ଥ ହେଉଛି ସେ ସୁସ୍ଥ ଅଛନ୍ତି। ଏପରି ଅବସ୍ଥାରେ, ସେ ଉପବାସ କାହିଁକି ରଖିଲେ ନାହିଁ। ଏହା ଲୋକଙ୍କୁ ଏକ ଭୁଲ ବାର୍ତ୍ତା ଦେଉଛି। ଉପବାସ ନ କରି, ସେ ପାପ କରିଛନ୍ତି। ତାଙ୍କୁ ଆଲ୍ଲାଙ୍କ ନିକଟରେ ଜବାବ ଦେବାକୁ ପଡିବ।
ଅଧିକ ପଢ଼ନ୍ତୁ: ସେମିଫାଇନାଲରେ ହାରିବା ପରେ ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଅବସର ନେଲେ ଅଧିନାୟକ ଷ୍ଟିଭ୍ ସ୍ମିଥ୍
ଶାମି ଖେଳୁଥିବା ସମୟରେ ପାଣି ପିଉଥିବାର ନଜର ଆସିଥିଲେ। ସେବେଠାରୁ ସେ କିଛି ଧର୍ମଗୁରୁଙ୍କ ଟାର୍ଗେଟରେ ଅଛନ୍ତି। ମୌଲାନା ଶାହାବୁଦ୍ଦିନ ରିଜଭି ଶାମିଙ୍କ ଏନର୍ଜି ଡ୍ରିଙ୍କସ ପିଇବାକୁ ବିରୋଧ କରିଥିଲେ। ସେ କହିଥିଲେ, ରମଜାନ ମାସରେ ଉପବାସ ନ ରଖିବା ପାପ। ଏହା ଉପରେ AIIA ସଭାପତି ମୌଲାନା ସାଜିଦ ରଶିଦି ଶାମିଙ୍କ ସମର୍ଥନରେ ବାହାରିଥିଲେ। ସେ ପାଲଟା ଆକ୍ରମଣ କରିବା ସହିତ କହିଥିଲେ , ରୋଜା ରଖିବା କିମ୍ବା ନ ରଖିବା ବ୍ୟକ୍ତିଗତ ବ୍ୟାପାର। ଏହାକୁ ନେଇ କାହାକୁ ସମାଲୋଚନା କରିବା ଗ୍ରହଣୀୟ ନୁହେଁ।
ଏହି ଘଟଣାରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍ସିପି) ବିଧାୟକ ରୋହିତ ପୱାର ମଧ୍ୟ ସାମିଲ ହୋଇ ବୟାନ ଦେଇଛନ୍ତି। ମହମ୍ମଦ ଶାମିଙ୍କ ପାଇଁ ପୁରା ଦେଶ ଗର୍ବିତ। ମହମ୍ମଦ ଶାମି ଦେଶକୁ ପ୍ରତିନିଧିତ୍ୱ କରିବା ସମୟରେ, ଉପବାସ ଯୋଗୁ ତାଙ୍କର ପ୍ରଦର୍ଶନ କୌଣସି ପ୍ରକାରେ ପ୍ରଭାବିତ ହେବ ଭାବି ରୋଜା ନ ରଖନ୍ତି ଏହାକୁ ଗ୍ରହଣ କରାଯିବା ଉଚିତ। ସେ ଜଣେ ଦୃଢ଼ ଭାରତୀୟ ଯିଏ ଦଳକୁ ଅନେକ ଥର ବିଜୟୀ କରାଇଛନ୍ତି। କ୍ରୀଡାରେ ଧର୍ମକୁ ଆଣିବା ଉଚିତ୍ ନୁହେଁ। ଆଜି ଯଦି ଆପଣ କୌଣସି ମୁସଲମାନ ବ୍ୟକ୍ତିଙ୍କୁ ପଚାରନ୍ତି, ତେବେ ସେ କହିବେ ଯେ ସେ ମହମ୍ମଦ ଶାମିଙ୍କ ଉପରେ ଗର୍ବିତ।
ଆଘାତରୁ ସୁସ୍ଥ ହେବା ପରେ ଫେରିଥିବା ଶାମି ଚାମ୍ପିୟନ୍ସ ଟ୍ରଫିରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ହର୍ଷିତ ରାଣାଙ୍କ ସହିତ ସେ ଭାରତର ବୋଲିଂ ଓପନ କରିଛନ୍ତି। ୨୦୨୩ ବିଶ୍ୱକପରେ ହାଇଏଷ୍ଟ ୱିକେଟ ଟେକର ରହିଥିବା ଶାମିଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ସର୍ଜରୀ ପରେ ସଆ ଦୀର୍ଘ ଦିନ କ୍ରିକେଟ ପଡିଆରୁ ଦୂରେଇ ରହିଥିଲେ। ଶାମି ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ୮ଟି ଉଇକେଟ ନେଇଛନ୍ତି। ବୋଲରଙ୍କ ମଧ୍ୟରେ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)