ଡାକ୍ତରଖାନାରେ ଷ୍ଟାଫ ନର୍ସ କେହି ନଥିବାରୁ ଡାକ୍ତରମାନେ ନିଜେ ନର୍ସଙ୍କ କାମ କରିବାକୁ ବାଧ୍ୟ ହେଉଛନ୍ତି ।
ରିଲ୍ ଭିଡ଼ିଓ ଅପଲୋଡ୍ କରି ସୋସିଆଲ ମିଡ଼ିଆକୁ ଘାଂଟୁଛନ୍ତି ପୂର୍ଣ୍ଣ ମଉସା। ଦୋକାନରୁ ଟିକିଏ ଫୁରସତ ପାଇଲେ ବନାଉଛନ୍ତି ରିଲ୍। ଆଉ ଭିଡ଼ିଓ ଅପଲୋଡ୍ ହେବା ମାତ୍ରେ ଲକ୍ଷଲକ୍ଷ ଦର୍ଶକ ଦେଖୁଛନ୍ତି ମଉସାଙ୍କ ଏଇ ସବୁ ଭିଡ଼ିଓ। ଗୀତ ସାଙ୍ଗକୁ ଲିରିକ୍ସରେ ଦେଖାଉଛନ୍ତି ଜଲୱା
ସଂସାର କରି ରହିବୁ ଆଉ ଆମେ ଜଙ୍ଗଲରେ ବୁଲିବୁନି। ରାତିରେ ଲୁଚି ଛପି ରହିବୁନି। ଏଣିକି ଆମେ ମୁଖ୍ୟସ୍ରୋତର ମଣିଷ। ଆମେ ଦୁହେଁ ବାହା ହୋଇ ସୁଖର ସଂସାର କରିବୁ... ଲାଲ୍ ବାହିନୀ ଆଉ ଭଲ ଲାଗୁନି...
କେହି ରୋଗୀ କିମ୍ବା ତାଙ୍କ ସଂପର୍କୀୟ ଆହତ ହୋଇ ନଥିବା ସୂଚନା ମିଳିଛି ।
ଶିରିଡିରେ ରୁମ୍ ବୁକ୍ କରିବା ନାଁରେ ଶ୍ରଦ୍ଧାଳୁ ଜଣକ ୨୪ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସାଇବର ଥାନାରେ ସେ ଅଭିଯୋଗ କରିବା ସହ ଖୋଳତାଡ଼ କରିବାକୁ ଅନୁରୋଧ କରିଛନ୍ତି।
ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇ ଆରମ୍ଭ କରିଛି ବାଲି ନିଷ୍କାସନ ପ୍ରକ୍ରିୟା । ବାଲି ବାହାର କରିବାକୁ ଘରୋଇ ସଂସ୍ଥା ନିର୍ମାଣ କରିବ ମେକାନିକାଲ ଓ୍ୱାର୍କିଂ ପ୍ଲାଟଫର୍ମ ।
ପଥର ଅଭାବରୁ କାମ ନପାଇ କାରିଗରମାନେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଖଣି ଖାଦାନ ଉପରେ ସରକାରୀ କଟକଣା ଲାଗିବା ପରେ ଏଭଳି ସ୍ଥିତି ଉପୁଜିଛି।
କେହି କିଛି ବୁଝିବା ଆଗରୁ ଯୁବକ ଜଣକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ହଠାତ୍ ଡ୍ରାଇଭର ବସିଥିବା ସିଟ୍ର କାଚ ଡୋର୍କୁ ଏକ ଲୁହା ରଡ୍ରେ ବାଡ଼େଇ ଭାଙ୍ଗିଥିଲେ।
ଲଦାଖ ଅଚଳାବସ୍ଥାରେ ସୁଧାର ସଙ୍କେତ । ଗୋଗ୍ରା ଓ ହଟ୍ସ୍ପ୍ରିଙ୍ଗ୍ର ପାଟ୍ରୋଲିଂ ପଏଣ୍ଟ-15ରୁ ସୈନ୍ୟ ଅପସାରଣ ।
ଆଚ୍ଛା !! ଏମିତି ଚାଲିଛି ଜିଲ୍ଲାପାଳଙ୍କ ଜନ ଶୁଣାଣୀ? ଜନ-ଶୁଣାଣି ଦିନ ସବୁ ଖୋଲା ହେଲେ ଜନ ଶୁଣାଣୀ ସରିବା ପରେ ସବୁ ହୋଇଗଲା ବନ୍ଦ...ଦେଖୁନୁରେ ନାରଣ କେମିତି ସବୁ କଠୋରୀରେ ଝୁଲୁଛି ଚାଲା
ମାର୍କେଟ ବିଲ୍ଡିଂର ଗୋଟିଏ ଦୋକାନରେ ନିଆଁ ଲାଗିଥିବା ସୂଚନା । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୪ଟି ଦମକଳ ଗାଡ଼ି ।
ଅନ୍ଲାଇନ୍ରେ ମିଳିବ ଦେବାଳୟର ଦର୍ଶନ । ଏଣିକି ନୀତିକାନ୍ତି ସହ ପୂଜା ଅର୍ଚ୍ଚନା କରିହେବ । ପ୍ରସାଦ ସେବନ ବ୍ୟବସ୍ଥା ବି ଉପଲବ୍ଧ ହେବ ।
ରାଜ୍ୟ ସରକାରଙ୍କ ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ଆପତ୍ତି। ବନ୍ୟା କ୍ଷୟକ୍ଷତି ଆକଳନ ଭୁଲ୍ ରହିଛି ଓ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଅନେକ ଗାଁକୁ ସାମିଲ କରାଯାଇନଥିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଆଉ ଥରେ ସର୍ଭେ କରିବା ସହ ଶ୍ୱେତପତ୍ର ଜାରି ପାଇଁ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ।
ଅନଲାଇନ୍ରେ ମିଳିବ ଦେବାଳୟର ଦର୍ଶନ। ନୀତିକାନ୍ତି ସହ ପୂଜା ଅର୍ଚ୍ଚନା କରିହେବ। ପ୍ରସାଦ ସେବନ ବ୍ୟବସ୍ଥା ବି ଉପଲବ୍ଧ ହେବ। ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଏଭଳି ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ହୋଇଛି। ଗତ ୬ ତାରିଖରେ ଆଇନ ବିଭାଗ ପକ୍ଷରୁ ଦେବୋତ୍ତର କମିଶନଙ୍କୁ ଚିଠି ଲେଖାଯାଇ ମତାମତ ଲୋଡ଼ାଯାଇଛି।
ବାଲିରୁ ମୁକ୍ତ ହେବ ଐତିହାସିକ ବ୍ଲାକ୍ ପାଗୋଡ଼ା । ଦଶନ୍ଧି ଦଶନ୍ଧି ଧରି ଆପଣ ଦେଖି ଆସୁଥିବା କୋଣାର୍କ ସୂର୍ଯ୍ୟମନ୍ଦିରର ବଦଳିବ ରୂପରେଖ । ଦୀର୍ଘ ୧୧୯ ବର୍ଷ ପରେ ଏହି ବିଶ୍ୱ କୀର୍ତ୍ତିରାଜିରୁ କଢ଼ାଯିବ ବାଲି । ସେଥିପାଇଁ ଏ ଆୟୋଜନ । ଧୂପ, ଦୀପ ସହ ଭୂମିପୂଜନ କରି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇ ଆରମ୍ଭ କରିଛି ବାଲି ନିଷ୍କାସନ ପ୍ରକ୍ରିୟା ।
ଘରୋଇ ସଂସ୍ଥାକୁ ବୈଷୟିକ ସହାୟତା ଦାୟିତ୍ୱ । ଭୂମିପୂଜା ସହ ବାଲି ନିଷ୍କାସନ ପ୍ରକ୍ରିୟା ଆରମ୍ଭ । ଆସନ୍ତା ୩ ବର୍ଷ ମଧ୍ୟରେ କାମ ସାରିବା ଲକ୍ଷ୍ୟ ।
କାମାକ୍ଷାନଗର ଉପଖଣ୍ଡ ବାଘମୁଣ୍ଡାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଟି ଜଣେ ଠିକାଦାରଙ୍କ ପାଖରେ ବନ୍ଧା ପଡ଼ିଛି। ସଂପୃକ୍ତ ଠିକାଦାର କୁଆଡ଼େ ସଂପୂର୍ଣ୍ଣ ବିଲ୍ ପାଇନଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ନିଜ ହେପାଜତରେ ରଖିଛନ୍ତି। ଫଳରେ ପିଲାମାନେ ୟା ତା’ ପିଣ୍ଡାରେ ବସି ପାଠ ପଢୁଛନ୍ତି।
ଶିକ୍ଷକଙ୍କ ନିଆରା ଉଦ୍ୟମ। ପରିବେଶ ବଂଚାଇବା ପାଇଁ ନିଜସ୍ୱ ଖର୍ଚ୍ଚରେ ବୁଲି ବୁଲି ଲଗାଇଲେଣି ୫ ହଜାରରୁ ଅଧିକ ଗଛ..
ସୁପର ସ୍ପେଶାଲିଟି ହସ୍ପିଟାଲର ପଞ୍ଚମ ମହଲାରେ ପୁଣି ସିଲିଂ ଖସିଥିବା ଦେଖିବାକୁ ମିଳିଛି ।
ଓଡ଼ିଶାରେ ମଧ୍ୟ ଇଣ୍ଟିଗ୍ରେଟେଡ୍ ଟେମ୍ପୁଲ୍ ମ୍ୟାନେଜମେଣ୍ଟ ସିଷ୍ଟମ ଆରମ୍ଭ ହେବ। ଏହାଦ୍ୱାରା ଶ୍ରଦ୍ଧାଳୁ ଅନ୍ଲାଇନ୍ରେ ଦେବାଳୟ ଦର୍ଶନ କରିପାରିବେ।
ବାହାଘର ହେଲା। ଚାରି-ପାଞ୍ଚ ବର୍ଷ ଭଲରେ ଚାଲିଲା ସଂସାର। ଯେତେବେଳେ ତୁଣ୍ଡରେ ପଡିଗଲା ମଦ, ସେବେଠାରୁ ଆରମ୍ଭ ହୋଇଗଲା ନିର୍ଯାତନା...
କିଡନୀ ରୋଗରେ ପୀଡିତ ଶଶିକଳା। ଭଲ କରିବା ପାଇଁ ଠାକୁରଙ୍କୁ ଡାକୁଛନ୍ତି ପୂରା ପରିବାର। ବୋହୂ ପାଇଁ ଅଧିଆ ପଡିଛନ୍ତି ଶାଶୁ। ସ୍ତ୍ରୀକୁ ଧରି ଲୁହ ଗଡାଉଛନ୍ତି ସ୍ୱାମୀ। ଏବେ ଶଶିକଳାଙ୍କ ଚିକିତ୍ସା ପାଇଁ କେହି ସାହାର୍ଯ୍ୟର ହାତ ବଢାନ୍ତୁ...
ଯେବେଠାରୁ ତା ଦେହରେ ଏ ଭୁବନେଶ୍ୱର ପାଣି ବାଜିଲାଣି। ସେବେଠାରୁ ଫୁଲେଇ ହୋଇ କଥା କହିବା ଆରମ୍ଭ କରି ଦେଇଛି। ପଖାଳ କଥା ଛାଡ଼ି କଥା କଥାକେ ଖାଲି କହୁଛି ନୁଡୁଲ୍... ଫିଜା
ନିଜ କାମ ନିଜେ କଲେ ମାଲକାନଗିରିର ଚାଷୀ
ମନ୍ଦିର ଭିତରୁ ବାଲି କାଢ଼ିବା ଲାଗି ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି ।