• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନୀଳମୟ ହେଲା ଲୋୟର ପିଏମ୍‌ଜି । ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ମତ୍ସ୍ୟଜୀବୀ ସଂଘର ଆନ୍ଦୋଳନ । ୬ ଦଫା ଦାବିରେ ହଜାର ହଜାର ମତ୍ସ୍ୟଜୀବୀଙ୍କ ଆନ୍ଦୋଳନ କରୁଛନ୍ତି । ରାତିରେ ଶତାଧିକ ବସ୍‌ରେ ପାରାଦୀପ ଅଞ୍ଚଳରୁ ଆସି ପହଞ୍ଚିଛନ୍ତି । ଶୋଷିତ ଅବସ୍ଥାରେ ମତ୍ସ୍ୟଜୀବୀମାନେ ରାଜ୍ୟରେ ବଞ୍ଚୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସଙ୍ଗଠନ ନେତା ।

ବାରମ୍ବାର ଦାବି କରିବା ପରେ ମଧ୍ୟ ସରକାର ସେମାନଙ୍କର ଦାବିକୁ ଅଣଦେଖା କରି ଆସୁଛନ୍ତି । ଏଣୁ ସେମାନେ ୬ ଦଫା ନେଇ ଲୋୟର ପିଏମଜିରେ ଗର୍ଜୁଛନ୍ତି ମତ୍ସ୍ୟଜୀବୀ । ସେମାନଙ୍କର ମୁଖ୍ୟ ଦାବି ଡିଜେଲ ସବସିଡି ପାଇଁ ଆଜି ଧାରଣାରେ ବସିଛନ୍ତି । ସବୁ ରାଜ୍ୟରେ ଡିଜେଲ ସବସିଡି ମିଳୁଥିବା ବେଳେ ଓଡ଼ିଶାରେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ ।

ରାଜ୍ୟ ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି । ପାରାଦୀପ, ଧାମରା, ବାହାବଳପୁର ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର  ହଜାର ମତ୍ସ୍ୟଜୀବୀ ଆସି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଏଣୁ ବାଧ୍ୟ ହୋଇ ସେମାନେ ଆଜି ରାଜରାସ୍ତାକୁ ଓହ୍ଲାଇଥିବା କହିଛନ୍ତି । ଅନ୍ୟପଟେ ସରକାର ଦାବି ନମାନିବା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କ ଗଣଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ବୋଟ ବନ୍ଦ ରହିବା ସମୟରେ ଭତ୍ତା, ରାସନ, ନଦୀ ମୁହାଣ ଗୁଡ଼ିକର ନିୟମିତ ଡ୍ରେଜିଂ, ମାଛ ଓ ମାଛ ଜାଆଁଳର ସୁରକ୍ଷା, କଇଁଛ ସୁରକ୍ଷା ଆଳରେ ଶାରିରୀକ ଓ ମାନସିକ ଅତ୍ୟାଚାର ବନ୍ଦ, ମତ୍ସ୍ୟଜୀବୀ କାର୍ଡ ଓ ମତ୍ସ୍ୟଜୀବୀ କଲ୍ୟାଣ ପାଣ୍ଠି ବ୍ୟବସ୍ଥା କରିବାକୁ ଦାବି କରୁଛନ୍ତି ।