• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ । ଏହି ଅବସରରେ କୃଷି ଭବନ ବୁଲି ଦେଖିଲେ ବିଲ୍‌ ଗେଟ୍‌ସ । ଏଥିସହ କୃଷି ବିଭାଗ ଅଧୀନରେ ଥିବା ବିଭିନ୍ନ ଯୋଜନାର ମଧ୍ୟ ଅନୁଧ୍ୟାନ କରିଛନ୍ତି ବିଲ୍‌ ଗେଟ୍‌ସ । ବୈଷୟିକ ପ୍ରଣାଳୀରେ ଚାଷୀଙ୍କ ଉନ୍ନତି ନେଇ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟଯେ, କୃଷି ବିଭାଗର ପରାମର୍ଶଦାତା ଅଛନ୍ତି ବିଲ୍‌ ଗେଟ୍‌ସ  । 

ସେପଟେ ଲୁମ୍ବିନୀ ବିହାର ମା’ ମଙ୍ଗଳା ବସ୍ତିରେ ବୁଲିଛନ୍ତି ମଧ୍ୟ ବିଲ ଗେଟ୍‌ସ। ଘରକୁ ଘର ଯାଇ ବସ୍ତି ବାସିନ୍ଦାଙ୍କୁ ଭେଟି ଆଲୋଚନା କରିବା ସହ ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ  । ଆଜି ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏଥିସହ କୃଷି ଭବନରେ ଥିବା କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ ବିଲ୍ ଗେଟ୍ସ ।

ବିଲ୍‌ ଗେଟ୍ସ ଫାଉଣ୍ଡେସନ ସହଯୋଗରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ସମୀକ୍ଷା କରୁଛନ୍ତି । ଗେଟ୍ସ ଫାଉଣ୍ଡେସନ ସହାୟତାରେ କୃଷି ସମୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି । ଏହା ସମନ୍ୱିତ ଚାଷ ପାଇଁ ଉନ୍ନତ ଜ୍ଞାନକୌଶଳ ବାବଦରେ ଚାଷୀଙ୍କୁ ସୂଚନା ଦେଉଛି । 

୨୦୨୧ ମସିହାରେ ବିଲ ଗେଟ୍ସ ଫାଉଣ୍ଡେସନ ସହ ଓଡ଼ିଶା ସରକାରଙ୍କ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ବିଲ ଗେଟ୍ସଙ୍କ ଗସ୍ତ ପୂର୍ବରୁ ଅଧିକାରୀମାନେ କୃଷି ଭବନ ପରିଦର୍ଶନ କରି ରାଜ୍ୟ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀଙ୍କ ସହ ଆଲୋଚନା କରିଥିଲେ ।