Advertisment

ଗରିବ ହିତାଧିକାରୀଙ୍କୁ ମିଳୁଥିବା ହଜାରେ ଟଙ୍କା ଦେଉଛି କିଏ ? ଭାଇରାଲ୍ ରସିଦ୍‌କୁ ନେଇ ଚର୍ଚ୍ଚା...

ଗରିବ ହିତାଧିକାରୀଙ୍କୁ ମିଳୁଥିବା ହଜାରେ ଟଙ୍କା ଦେଉଛି କିଏ ? ବଲାଙ୍ଗିର ଲୋଇସିଂହାରେ ଭାଇରାଲ୍ ରସିଦକୁ ନେଇ ଚର୍ଚ୍ଚା...ଗୋଟିଏ ରସିଦରେ କେନ୍ଦ୍ର ଯୋଜନା, ଅନ୍ୟଟିରେ ରାଜ୍ୟ ଯୋଜନା !

author-image
Otv Khabar Bureau
Odishas Rs 1000 Ration Card Scheme 2024

Odishas Rs 1000 Ration Card Scheme 2024

ଗରିବ ହିତାଧିକାରୀଙ୍କୁ ମିଳୁଥିବା ହଜାରେ ଟଙ୍କା କିଏ ଦେଉଛି ? ତାକୁ ନେଇ ଉଠିଛି ଦ୍ବନ୍ଦ। ବଲାଙ୍ଗିର ଲୋଇସିଂହାରେ ଦିଆଯାଉଥିବା ଟଙ୍କାର ରସିଦରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲେଖାଯାଇଥିବା ରସିଦ୍ ଭାଇରାଲ୍ ହେବା ପରେ ଦେଖାଦେଇଛି ଦ୍ବନ୍ଦ୍ବ। ରସିଦରେ ହିତାଧିକାରୀଙ୍କ ନାଁ, ରାସନ କାର୍ଡ ନମ୍ବର ,ଟଙ୍କାର ମୂଲ୍ୟ ଥିବାବେଳେ ଉପରେ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଲେଖା  । ସେପଟେ ଭୁବନେଶ୍ୱର ଭିଏସ୍‌ଏସ୍‌ ନଗରରେ ଆଜି ହିତାଧିକାରୀଙ୍କୁ ଦିଆଯାଉଥିବା ରସିଦ୍‌ରେ ଲେଖା ରହିଛି ରାଜ୍ୟ ସରକାର। ଏପରିକି ଏହି ଘଟଣା ନେଇ ବିଜେପି ମଣ୍ଡଳ ସଭାନେତ୍ରୀ ଓ ବିଜେଡି କର୍ପୋରେଟରଙ୍କ ପ୍ରତିନିଧିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। ଏନେଇ ବିଜେପି ସଭାନେତ୍ରୀ ଏହି ଟଙ୍କା ପ୍ରଧାନମନ୍ତ୍ରୀ ଯୋଜନାରେ ଆସୁଥିବା କଥା ଦୋହରାଇଥିବାବେଳେ ବିଜେଡି କର୍ପୋରେଟରଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନି ।

Advertisment

 ସେପଟେ ହିତାଧିକାରୀଙ୍କୁ ଥରେ ଚାଉଳ ପାଇଁ ଲମ୍ବା ଲାଇନରେ ଛିଡା ହେବାକୁ ପଡିଥିଲା । ଠିକ ଦିନକ ପରେ ପୁନର୍ବାର ୨ଟି ବ୍ୟାଗ ନେବା ପାଇଁ କୁହାଯାଇଥିଲା । ସେହିଭଳି ଏକ ହଜାର ଟଙ୍କା ପାଇଁ ପୁଣି ଧାଡିରେ ଠିଆ ହୋଇ ହଟହଟା ହୋଇଛନ୍ତି ହିତାଧିକାରୀ । ଖରା ତରାରେ ଲମ୍ବା ଧାଡିରେ ଛିଡା ହେବା କାରଣରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ହିତାଧିକାରୀ ।

Ration Card
Advertisment
Advertisment