ନୂଆ-ଓ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ କ’ଣ କହିବାକୁ ଚାହୁଁଥିଲେ ଛାତ୍ରୀ ? ବେଗୁନିଆରେ ଭିକେ ପାଣ୍ଡିଆନଙ୍କ ସଭାରେ ଛାତ୍ରୀଙ୍କ ଆଚରଣ ପାଇଁ ଚର୍ଚ୍ଚା ଚାଲିଛି। ୧୨ଟି କଲେଜର ପିଲାଙ୍କୁ ନେଇ ଆଜି ନୂଆ-ଓ’ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ପ୍ରତି କଲେଜର ଜଣେ ଜଣେ ପିଲାଙ୍କୁ ମଞ୍ଚରେ ମେଧାବୃତ୍ତି ଦେଇଥିଲେ ପାଣ୍ଡିଆନ। ବୃତ୍ତି ସଂପର୍କିତ ଫଟୋ ସେସନ୍ ପରେ ସବୁ ପିଲା ମଞ୍ଚରୁ ଓହ୍ଲାଇଥିଲେ। ତେବେ ସେଥିରୁ ଜଣେ ଛାତ୍ରୀ ନ ଓହ୍ଲାଇ ପାଣ୍ଡିଆନଙ୍କ ପାଖକୁ ଯାଇଥିଲେ।
Also Read
ଅଧିକ ପଢ଼ନ୍ତୁ: ଗଞ୍ଜାମରେ ପାଣ୍ଡିଆନଙ୍କୁ ଟମାଟୋ ମାଡ଼; ଯୁବକଙ୍କୁ କାବୁ କରି ନିର୍ଧୂମ ଛେଚିଲେ BJD କର୍ମୀ
#ପାଣ୍ଡିଆନଙ୍କ_ମଞ୍ଚରୁ_ଛାତ୍ରୀଙ୍କୁ_ଟାଣି_ଟାଣି_ନେଲା_ପୋଲିସ
— ଓଟିଭି (@otvkhabar) February 27, 2024
ଛାତ୍ରବୃତ୍ତି ବାଣ୍ଟିଲେ ହେଲେ ଛାତ୍ରୀଙ୍କ କଥା ଶୁଣିଲେନି ଫାଇଫ୍ ଟି ଚେୟାରମ୍ୟାନ ଭିକେ ପାଣ୍ଡିଆନ୍। ମଞ୍ଚ ଉପରେ ପାଣ୍ଡିଆନଙ୍କୁ ଛାତ୍ରୀ ଜଣକ କିଛି କହିବାକୁ ଚାହୁଁଥିବା ବେଳେ ସେ ପୋଲିସକୁ ଡାକି ତାଙ୍କୁ ତଳକୁ ନେବାକୁ କହିଥିଲେ। #NuaO #VKPandian pic.twitter.com/2QPSVRAP2f
ପାଣ୍ଡିଆନଙ୍କୁ କିଛି କହିବାକୁ ଅନୁନୟ ହୋଇଥିଲେ ସେହି ଛାତ୍ରୀ ଜଣକ। ତେବେ ପାଣ୍ଡିଆନ ତାଙ୍କ କଥା ନ ଶୁଣିବାରୁ ସେ ଅନୁନୟ ବିନୟ କରିଥିଲେ। ହେଲେ ତଳେ ଥିବା ଜଣେ ସାଦା ପୋଷାକଧାରୀ ମହିଳା ପୋଲିସ ମଞ୍ଚକୁ ଆସିଥିଲେ। ଆଉ ଜଣେ ମହିଳାଙ୍କ ସହାୟତାରେ ଛାତ୍ରୀଙ୍କୁ ସଂପୃକ୍ତ ପୋଲିସ ଭିଡ଼ି ନେଇଯାଇଥିଲେ ।
ମଞ୍ଚ ଉପରୁ ଓହ୍ଲାଇବା ପରେ ସଂପୃକ୍ତ ଛାତ୍ରୀଙ୍କୁ ଗଣମାଧ୍ୟମଠାରୁ ଦୂରରେ ରଖି ସେଠାରୁ ନେଇ ପଳାଇଥିଲେ। ଉକ୍ତ ଛାତ୍ରୀଙ୍କୁ ପୋଲିସ ଏବଂ କଲେଜ କର୍ତ୍ତୃପକ୍ଷ ଘେରାଉ କରି ରଖିଥିବା ବେଳେ ତାଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କଲାବେଳେ ଛାତ୍ରୀଙ୍କୁ ଗଣମାଧ୍ୟମ ପାଖରୁ କର୍ତ୍ତୁପକ୍ଷ ନେଇଯାଇଥିଲେ । ଏପରିକି ତାଙ୍କୁ କୌଣସି ପ୍ରତିକ୍ରିୟା ଦେବାକୁ ସୁଯୋଗ ମଧ୍ୟ ଦେଇନଥିଲେ । ତେବେ ଛାତ୍ରୀ ଜଣକ କ’ଣ କହିବାକୁ ଚାହୁଁଥିଲେ, ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ଏନେଇ କଲେଜ କର୍ତ୍ତୁପକ୍ଷ କିମ୍ବା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।