ଚିନ୍ତା ବଢ଼ାଇଲା କଳା ବାଘ । ଓଡ଼ିଶାରେ ଏଣିକି ପ୍ରତି ବର୍ଷ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଜରିଆରେ ବର୍ଷ ସାରା ରଖାଯିବ ନଜର। ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଦେଲେ ସୂଚନା ।
ବାଘର ବିଭିନ୍ନ ଚଳାପଥରେ କ୍ୟାମେରା ଲଗାଇଛି ବନ ବିଭାଗ । ବାଘର ପାଦ ଚିହ୍ନ ଓ ମଳ ସଂଗ୍ରହ କରି ଗଣନା କରାଯାଉଛି ।
୨୦୧୭ରେ ହୋଇଥିବା ହାତୀ ଗଣନା ବେଳେ ରାଜ୍ୟରେ ୧୯୭୬ ହାତୀ ଥିବାବେଳେ ୨୦୧୮ ବାଘ ଗଣନା ବେଳେ ଓଡିଶାରେ ୨୮ଟି ବାଘ ଥିଲା।
ବାଘଗଣନା କରୁ କରୁ ଆଟାକ୍ କଲା ଭାଲୁ । ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି ୨ ବନ ସୁରକ୍ଷାକର୍ମୀ । ମୟୂରଭଞ୍ଜ ଜିଲ୍ଲା ଉତ୍ତର ଶିମିଳିପାଳ ଚହଲା ରେଞ୍ଜରେ ବାଘ ଗଣନା ବେଳେ ଏପରି ଅଘଟଣ ଘଟିଥିବା ଜଣାଯାଇଛି।