Advertisment

ଉପଭୋକ୍ତାଙ୍କୁ ଫେରାଇଲେନି ୧୨ ଟଙ୍କା...ଏବେ ଗଣିବେ ୩ ଲକ୍ଷରୁ ଅଧିକ ଜରିମାନା

ପାର୍କିଂ ଫି ବାବଦ ୩୦ ଟଙ୍କା ଦେଇ ରସିଦ ନେଇଥିଲେ। ୧୨ ଘଣ୍ଟାରୁ ଅଧିକ ହେଲେ ୧୨ ଟଙ୍କା ପାର୍କିଂ ଫି ଧାର୍ଯ୍ୟ କରାଯାଇଥିଲା। ହେଲେ ସେ ୧୨ ଘଣ୍ଟା ପୂର୍ବରୁ ଫେରି ଆସିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Contractor to pay Rs 3 lakh Fine for 12 rupees

Fine

ଉପଭୋକ୍ତାଙ୍କୁ ଫେରାଇଲେ ନାହିଁ ମାତ୍ର ୧୨ ଟଙ୍କା। ହେଲେ ଏବେ ୩ ଲକ୍ଷରୁ ଅଧିକ ଟଙ୍କା ତଣ୍ଡ ଗଣିବେ । ଷ୍ଟେସନରେ ଗାଡି ପାର୍କିଂକୁ ନେଇ ସମ୍ବଲପୁରରେ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ଜଣେ ସ୍ଥାନୀୟ ବାସିନ୍ଦା। ଖାଉଟି ଅଦାଲତ ମାମଲାରେ ଫଇସଲା କରି ଶୁଣାଇଛନ୍ତି କ୍ଷତିପୂରଣ।

Advertisment

ଅଭିଯୋଗ ଅନୁଯାୟୀ ପ୍ରଫୁଲ୍ଲ ଦାସ ନାମକ ଜଣେ ବ୍ୟକ୍ତି ଗତବର୍ଷ ନଭେମ୍ବର ୧ରେ ସମ୍ବଲପୁର ରେଳ ଷ୍ଟେସନରେ ସ୍କୁଟର ରଖି ଟ୍ରେନରେ ଯାତ୍ରା କରିଥିଲେ । ପାର୍କିଂ ଫି ବାବଦ ୩୦ ଟଙ୍କା ଦେଇ ରସିଦ ନେଇଥିଲେ। ୧୨ ଘଣ୍ଟାରୁ ଅଧିକ ହେଲେ ୧୨ ଟଙ୍କା ପାର୍କିଂ ଫି ଧାର୍ଯ୍ୟ କରାଯାଇଥିଲା। ହେଲେ ସେ ୧୨ ଘଣ୍ଟା ପୂର୍ବରୁ ଫେରି ଆସିଥିଲେ।

ନିୟମ ଅନୁସାରେ ୧୮ ଟଙ୍କା ଫେରସ୍ତ ପାଇବାକୁ ଥିବାବେଳେ ପାର୍କିଂ ଷ୍ଟାଣ୍ଡ କର୍ମଚାରୀ ତାଙ୍କୁ ୬ ଟଙ୍କା ଫେରାଇ ଥିଲେ। ପ୍ରତିବାଦ କରିବାରୁ କର୍ମଚାରୀ ଜଣକ କିଛି ଶୁଣିନଥିଲେ ବୋଲି ସେ କହିଛନ୍ତି। ଏହାପରେ ସେ ସମ୍ବଲପୁର ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।

Advertisment

ମାମଲାର ଶୁଣାଣି କରି ଅଦାଲତ ସମ୍ପୃକ୍ତ ଠିକାଦାରଙ୍କୁ ୨ ଲକ୍ଷ ୧୦ ହଜାର ଟଙ୍କା କ୍ଷତିପୂରଣ, ୧୦ ହଜାର ଟଙ୍କା ମୋକଦ୍ଦମା ବାବଦ ଖର୍ଚ୍ଚ ଏବଂ ଫେରସ୍ତ କରି ନ ଥିବା ୧୨ ଟଙ୍କା ୧୨ ପ୍ରତିଶତ ସୁଧ ସହ ଗ୍ରାହକଙ୍କୁ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଖାଉଟି କଲ୍ୟାଣ ପାଣ୍ଠିରେ ୧ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Parking Fee Contractor
Advertisment
Advertisment